ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଲିଉଡ ଅଭିନେତା ରାଜା ରାଜେଶଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ସାରା ସିରିଏଲରେ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ସେ ନିଜର ଓ ଶ୍ରଦ୍ଧାଙ୍କ ବ୍ରେକଅପକୁ ନେଇ ଗଣ ମାଧ୍ୟମରେ ବଡ ବୟାନ ଦେଇଛନ୍ତି । ରାଜ ରାଜେଶ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି କି ” ମୁଁ ଅଭିନୟ କରିବାକୁ ପସନ୍ଦ କରେ । ଲୋକେ ମୋତେ ଭିଲିଆନ ରୂପରେ ଦେଖିଥାନ୍ତି ପରଦା ପଛରେ । ରିୟଲ ଲାଇଫରେ ବି ଲୋକେ ମୋତେ ଭିଲିଆନ ଭାବୁଛନ୍ତି ।
ତେଣୁ ମୁଁ କହିବି ସମୟକୁ ଅପେକ୍ଷା କରିଲେ ସତ କଣ ଜାଣିପାରିବେ । ଇଣ୍ଡଷ୍ଟ୍ରି ଭିତରେ ସତ କଣ ଜାଣିଛନ୍ତି । ଯେହେତୁ ମୁଁ ଭୁଲ କରି ନାହି ତେଣୁ ମୁଁ ସଫେଇ ଦେଉ ନାହି ତା ମାନେ ନୁହେଁ କି ମୁଁ ଅପରାଧୀ । ସବୁ କାହାଣୀ ପଛରେ କିଛି ଗୋଟେ କାହାଣୀ ଲୁଚିକି ରହିଥାଏ । ତେବେ ସତ କଣ ତାହା ସମସ୍ତେ ସମୟ ଆସିଲେ ନିଶ୍ଚୟ ଜାଣିବେ । ମୁଁ ଆମ ଘରର ଜଣେ ସମ୍ମାନିତ ବ୍ୟକ୍ତି ଙ୍କ ପୁଅ ଗୋଟେ ରିଟାର୍ଡ ସ୍କୁଲ ଟିଚର ଙ୍କ ପୁଅ । ମୋତେ ଘରେ ଶିଖାଇଛନ୍ତି ନାରୀ ଙ୍କୁ ସମ୍ମାନ ଦେବା ।
ମୁଁ ଏବେ ଶ୍ରଦ୍ଧା ଙ୍କ ନାହି ତା ମାନେ ନୁହେଁ କି ମୁଁ ତାଙ୍କୁ ଅସମ୍ମାନିତ କରି କହିବି । ମୋର ବ୍ୟକ୍ତିଗତ ଜୀବନରେ କଣ ହୋଇଛି ସେଟା ସମସ୍ତଙ୍କୁ ଜଣାଇବି । ମୁଁ ଜଣ ସାଧାରଣଙ୍କର ମୋ ଲାଇଫ ସବୁବେଳେ ଲୋକଙ୍କୁ ମନୋରଞ୍ଜନ କରାଇବା ପାଇଁ ମୁଁ ବ୍ୟବହାର କରେ । ମୋ ବ୍ୟକ୍ତିଗତ ଲାଇଫକୁ ନେଇ ଯେଉଁ ସବୁ ପ୍ରଶ୍ନ ଉଠୁଛି ତାହାକୁ ନେଇ ଏତିକି କହିବି ମୋ ବାଆ ମା ଙ୍କ ନଜର ରେ ମୁଁ କିଛି ଭୁଲ କରି ନାହି । ଯେଉଁଟା ସତ ଯେତିକି ଜଣ ଜାଣିଛନ୍ତି ଆଉ ଯେଉଁ ମାନେ ଜାଣି ନାହାନ୍ତି ସେମାନେ ନିଶ୍ଚୟ ଜାଣିଯିବେ ।
କିନ୍ତୁ ଏତିକି କହିବି ମୋର କିଛି ଭୁଲ ନ ଥିଲା । ଆମ ଯୁଗର ଗୋଟେ ଅସୁବିଧା ଏବେ ହୋଇ ଯାଇଛି କି ସବୁ ଭୁଲ ପୁଅ ମାନଙ୍କର ଥାଏ । ଯେତିକି ଜଣ ଇଣ୍ଡଷ୍ଟ୍ରି ରେ ମୋତେ ଜାଣିଛନ୍ତି ସେମାନେ ଜାଣିଛନ୍ତି ମୁଁ କେମିତିକା ପିଲା । ବହୁତ କିଛି ଭାବି କି ମୁଁ ଏଭଳି ନିସ୍ପତି ନେଇଥିଲି କି ବ୍ରେକ ଅପ ଇଜ ବେଟର ଦ୍ୟାନ ଡିଭୋର୍ସ । ଯଦି ଆମେ କିଛି ଭୁଲ କରିଥାଉ ତାର ଶାସ୍ତି ଆମକୁ ମିଳିବା କଥା । ଆମ ବାପା ମା କି ପରିବାର ସେଥିପାଇଁ ହଇରାଣ ହେବା କଥା ନୁହେଁ ।
ଘର ଲୋକଙ୍କୁ ଦେଖିକି ସବୁ ଜିନିଷକୁ ଦେଖିକି ମୁଁ ଏତିକି କହିବି ଯେଉଁ ନିସ୍ପତି ନେଇଥିଲି ଠିକ ନେଇଛି ମୋର ସେଲ୍ଫ ରେସପେକ୍ଟ କୁ ଦେଖିକି । ଯେଉଁଠି ନିଜର ଆତ୍ମସମ୍ମାନ ହାନି ହେଉଛି ସେଠାରେ ଆଗ ନିଜକୁ ଦେଖିବା କଥା ତା ପରେ ଭଲ ପାଇବାକୁ ଦେଖିବା କଥା” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ରାଜ ରାଜେଶ କେମିତି ଲାଗନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।