ବନ୍ଧୁଗଣ ଆଜିକାଲି ଚୁଟି ଝଡିବା ସମସ୍ତଙ୍କର ସମସ୍ଯା ହୋଇ ଗଲାଣି । କମ ବୟସରୁ ଛୋଟ ଛୋଟ ପିଲାଙ୍କର ଚୁଟି ପାଚିବା ଓ ଝଡିବା ସମସ୍ଯା ଆଜିକାଲି ଦେଖା ଯାଉଛି । ଏହାର ମୁଖ୍ୟ କାରଣ ହେଉଛି ଭିଟାମିନ-ଡି6, ଭିଟାମିନ-ଡି, ଇ ଅଭାବରୁ । ଆଉ ଏକ କାରଣ ହେଉଛି ବାହାରର ଧୁଳି, ଖାଇବାରେ ସାର ମିଶିବା କାରଣରୁ ଚୁଟି ଝଡିଥାଏ । ଅନ୍ୟ ଏକ କାରଣ ହେଉଛି ଅଧିକ ଚିନ୍ତା କରିବା ଦ୍ଵାରା ଚୁଟି ଝଡିଥାଏ ।
ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଘରୋଇ ଉପଚାର ଯାହାର ପ୍ରୟୋଗ କରିଲେ ଚୁଟି ଝଡିବା ସମସ୍ୟାରୁ ମୁକ୍ତି ପାଇ ହେବ ।ତେବେ ଆପଣ ମାନେ କଳାଜୀରା ର ପ୍ରୟୋଗ ରୋଷେଇ ଘରେ ନିଶ୍ଚୟ କରୁଥିବେ । କଳାଜୀରା କୁ ଆପଣ ମାନେ ସାଧାରଣତଃ ମସାଲା ଭାବେ ନିଶ୍ଚୟ ବ୍ଯବହର କରୁଥିବେ । ଏହାର ଏମିତି କିଛି ଚମତ୍କାରୀ ଗୁଣ ଅଛି ଯାହା ଖୁବ ଲୋକେ ଜାଣିଥାନ୍ତି ।
କଳାଜୀରା ର ପ୍ରୟୋଗ କରି ଆପଣ ନିଜର ଚୁଟି ଝଡିବା ଭଳି ସମସ୍ଯା ରୁ ମୁକ୍ତି ପାଇ ପାରିବେ । କଳାଜୀରା ଏପରି କିଛି ଗୁଣ ଆସି ଯାହା ଚୁଟି ଝଡିବା ଓ ପାଚିବାରୁ ରକ୍ଷା କରିଥାଏ । ପ୍ରଥମେ କିଛି କଳାଜୀରା ନେଇ ଏହାକୁ ହଲ ଭାବେ ଗୁଣ୍ଡ କରି ଦିଅନ୍ତୁ । କଳାଜୀରା କୁ ଆପଣ ଦର ଦର ଖଣ୍ଡ କରି ନିଅନ୍ତୁ । ଏହା ପରେ ଆପଣଙ୍କୁ ଆବଶ୍ୟକ ପଡିବ ଆଲୋଭେରା ଜେଲା ବା ଘିଂ କୁଆଁରି ।
ଏହାର ଜେଲ ବାହାର କରି କଳାଜୀରା ଗୁଣ୍ଡ ରେ ଆଡ କରନ୍ତୁ । ଆପଣ ଏହି 2ଟି ସମାଗ୍ରୀକୁ ଭଲ ଭାବେ ମିଶ୍ରଣ କରି ନିଅନ୍ତୁ । ଏଥିରେ ଆପଣ ଭିଟାମିନ-ଇ କ୍ୟାପସୁଲ ଚାହିଁଲେ ବ୍ୟବହାର କରି ପାରିବେ । ଏହା ଦ୍ଵାରା ଚୁଟି ପାଚିବା ସମସ୍ୟାରୁ ବହୁତ ଜଲ୍ଦି ମୁକ୍ତି ମିଳିଥାଏ । ରାତି ରେ ଶୋଇବା ପୂର୍ବରୁ ଆପଣ ଏହି ମିଶ୍ରଣ କୁ କେସ ର ମୂଳରେ ଭଲରେ ଲଗାନ୍ତୁ । ଏହାକୁ ଶୁଖିବାକୁ ସେମିତି ଛାଡି ଦିଅନ୍ତୁ ।
ସକାଳୁ ଆପଣ କେଶ କୁ ଭଲରେ ଶ୍ୟାମ୍ପୋ ରେ ଧୋଇ ନିଅନ୍ତୁ । ଆପଣ ଏହାକୁ ସପ୍ତାହ କୁ 2 ଥର ବ୍ୟବହାର କରନ୍ତୁ । 15 ଦିନ ଯାଏଁ ଲଗାତାର ଏହି ରେମେଡି ର ବ୍ୟବହାର କରନ୍ତୁ । ଦେଖିବେ ଆପଣଙ୍କର କେଶ ପାଚିବା ବନ୍ଦ ହୋଇଯିବ । ଏହା ସହ ଆପଣଙ୍କର ଚୁଟି ଝଡିବା ମଧ୍ୟ ବନ୍ଦ ହୋଇଯିବ । ତେବେ ଆପଣ ମାନେ ନିହାତି ଏହି ରେମେଡି ଟ୍ରାଏ କରନ୍ତୁ ।
ଦେଖିବେ ଆପଣଙ୍କର ଚୁଟି ଝଡିବା ଓ ଚୁଟି ପାଚିଲା ଭଳି ସମସ୍ଯା ବହୁତ ଜଲ୍ଦି ଦୂର ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।