ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅଭିନେତା ଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜର କମେଡି ପାଇଁ ଓଲିଉଡ ଜଗତରେ ବେସ ଲୋକପ୍ରିୟତା ଓ ସୁନାମ ଅର୍ଜନ କରିଛନ୍ତି । ତାଙ୍କର କମେଡି ରେ ଦର୍ଶକ ମାନେ ହସି ହସି ଗଡି ଯାଇଥାନ୍ତି । ଦର୍ଶକ ମାନେ ଏହି ବରିଷ୍ଠ ଅଭିନେତା ଙ୍କୁ ଖୁବ ସାରା ଭଲ ପାଇବା ଦେବା ସହ ତାଙ୍କର କମେଡି କୁ ବେ ପସନ୍ଦ କରିଥାନ୍ତି ।
ତେବେ ସେହି କଳାକାର ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ଓଲିଉଡ ଜଗତର ଲୋକପ୍ରିୟ ତଥା ଦିଗଜ କମେଡିଆନ ଜୟୀରାମ ସାମଲ । ଯାହାଙ୍କୁ ଆପଣ ମାନେ ବେସ ଭଲ ଭାବେ ଜାଣିଥିବେ । 70 ଦଶକରୁ ସେ ମନୋରଞ୍ଜନ ଯୋଗାଇ ଆସିଛନ୍ତି ଯାହା ଆପଣ ମାନେ ପିଲାଦିନୁ ନିଶ୍ଚୟ ଦେଖିଥିବେ । ତେବେ ଜୟୀରାମ ସାମଲ ଏକ ସାକ୍ଷାତକାର ରେ ନିଜ ଜୀବନର କିଛି ଅକୁହା କଥା କହିଛନ୍ତି ।
ତେବେ ଆସନ୍ତୁ ଜାଣିବା ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ । ଅଭିନେତା ଜୟୀରାମ ସମାଲ କହିଛନ୍ତି ଯେ “ବର୍ତ୍ତମାନ ଇଣ୍ଡଷ୍ଟ୍ରି ଶୋଇ ଯାଇଛି । ଯଦି ଦର୍ଶକ ଚାହିଁବେ ତେବେ ଇଣ୍ଡଷ୍ଟ୍ରି ଉଠିବ ନ ହେଲେ ସୋଇବ । କଷ୍ଟ ନ କରିଲେ କୃଷ୍ଣ ମିଳେ ନାହି । ପିଲାବେଳୁ ମୋର ଅଭିନୟ ପ୍ରତି ଆଗ୍ରହ ଥିଲା ।
ଛୋଟ ବେଳେ ମୁଁ ନ ଖାଇ ଶୋଇ ପଡିଲେ ମୋ ଭାଇ ମାନେ ନାଟକ ଯିବା ବୋଲି ମିଛ କଥା କହି ମୋତେ ଖୁଆଇ ଦିଅନ୍ତି । ସେତେବେଳେ ଦାସ କାଠିଆ ଦେଖିବାକୁ ମିଳିଥଲା । ଯାହା ଆଉ ଦେଖିବାକୁ ମିଳୁ ନାହି । ମୁଁ ନିଜେ ପଗଡି ପିନ୍ଧି ଏକା ନାଚେ କାରଣ କଳା ପ୍ରତି ମୋର ଆଗ୍ରହ ଏତେ ବଢିଯାଇଥିଲା । “ଯାଯାବର” ମୋର ପ୍ରଥମ ଚଳଚିତ୍ର । ଏହି ଫିଲ୍ମରେ ମୁଁ କମେଡିଆନ ଭାବେ ନଜର ଆସିଥିଲି ।
ସେତେବେଳେ ମୋର ଚେହେରା ତାଳପତ୍ର ଭଳି ଥିଲା ଆଉ ଏହି ଫିଲ୍ମରେ ମୋ ନାଁ ଥିଲା ଏକାଦଶୀ । ସେହି ଫିଲ୍ମ କରିବା ପରେ ଦର୍ଶକ ମତେ ଚିହ୍ନିଲେ ଆଉ ପଛକୁ ଫେରି ଚାହିଁ ନାହି । କୁକୁଡା ଏବେ ବନ୍ଦ ନାହି ଏବେ ପିଞ୍ଜରା ଭିତରେ ପଶାଇଛି ବାହାରିବ ନାହି । କାହିଁଙ୍କି ସେ କଥା ମୁଁ କହି ପାରିବି ନାହି । କିନ୍ତୁ କୁକୁଡା ଅଛି ସମୟ ଆସିବ ଯେତେବେଳେ ବାହାରିବ । ଯଦି କୁକୁଡା କୁ ଅନୁମତି ମିଳେ ।
ବର୍ତ୍ତମାନ ସମୟରେ ଓଡିଆ ଇଣ୍ଡଷ୍ଟ୍ରି ରେ କାହାଣୀ, ଗୀତ, ଅଭିନୟ ମଜବୁତ ହେବ ଦରକାର । ଟେକନିକ ବହୁତ ଆଗେଇ ଯାଇଛନ୍ତି କିନ୍ତୁ ଏ ସବୁ କ୍ଷେତ୍ରରେ ଇଣ୍ଡଷ୍ଟ୍ରି ର ସ୍ଥିତି ପଛେଇ ଯାଇଛି” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କମେଡିଆନ ତଥା ହାସ୍ୟ ଅଭିନେତା ଜୟୀରାମ ସାମଲ କେମିତି ଲାଗନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।