ସମସ୍ତଙ୍କର ଥାଏ ଗୋଟେ ଲକି ନମ୍ବର – କଣ ଆପଣଙ୍କୁ ଜଣାଅଛି ନିଜର ଲକି ନମ୍ବର?? ଏମିତି ଜାଣନ୍ତୁ ନିଜର ଲକି ନମ୍ବର

ପ୍ରତ୍ୟେକ ବ୍ୟକ୍ତି ଜାଣିଛନ୍ତି ଅଙ୍କଶାସ୍ତ୍ର ସମ୍ବନ୍ଧରେ । ଜୀବନ ଉପରେ ଅଧିକ ମହତ୍ୱ ଓ ଗୁରୁତ୍ୱ ଅଛି ଅଙ୍କ ଶାସ୍ତ୍ରର । ଟଙ୍କା ପଇସା ଗଣନା କରିବାଠାରୁ ନିଜର ବୟସ ଗଣନା ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ସଂଖ୍ୟା ବା ଅଙ୍କର ଆବଶ୍ୟକତା ହୋଇ ଥାଏ । ବ୍ୟକ୍ତିଟି କେଉଁ ତାରିଖରେ ଜନ୍ମ ହୋଇଛି ଏହି ତାରିଖର ଆଧାର ଉପରେ ନିଜର ବ୍ୟକ୍ତିତ୍ୱ ନିର୍ଦ୍ଧାରଣ କରା ଯାଇଥାଏ । ଏକ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ଏକ ସଂଖ୍ୟା ହୋଇ ଥିବାରୁ ରବିଗ୍ରହଙ୍କ ପ୍ରଭାବରେ ଜନ୍ମ ହୋଇଛି ବୋଲି ଜାଣିବାକୁ ହେବ ।

ଏକ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ଅତ୍ୟନ୍ତ ବୁଦ୍ଧିମାନ, ରଜୋଗୁଣୀ ଓ ସାହସୀ ହୋଇ ଥାଆନ୍ତି । ସେମିତି ୨ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ଚନ୍ଦ୍ରଗ୍ରହଙ୍କ ଦ୍ୱାରା ପ୍ରଭାବିତ ହୋଇ ଥାଆନ୍ତି । ଚନ୍ଦ୍ର ଶୀତଳ କିରଣର ଅଧିକାରୀ ହୋଇଥିବାରୁ କଫ ପ୍ରକୃତି, ଶାନ୍ତ ସ୍ୱଭାବ, କଳ୍ପନାପୂର୍ଣ୍ଣ ଭାବନା, କଳାତ୍ମକ ଓ ରୋମାଣ୍ଟିକ୍‌ ହୋଇଥାନ୍ତି ।

ସେହିପରି ୩ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ବୃହସ୍ପତି ଗ୍ରହଙ୍କ ଦ୍ୱାରା ପ୍ରଭାବିତ ହୋଇ ଥାଆନ୍ତି । ବୃହସ୍ପତି ଶାନ୍ତ ସ୍ୱଭାବ, ଉଚ୍ଚାକାଂକ୍ଷୀ, କୌଣସି ଲୋକର ନେତୃତ୍ୱରେ ବା ଅଧିନରେ ରହି କାମ କରିବା ପାଇଁ ପସନ୍ଦ କରନ୍ତି ନାହିଁ, ସଂସାରର ଉନ୍ନତି କରିବା ପାଇଁ ଓ ଅଧିକାରକୁ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟିତ ହୁଅନ୍ତି, ବିଶେଷ ଭାବୁକ ହୋଇଥାନ୍ତି ।

୪ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ରାହୁ ମହାଗ୍ରହଙ୍କ ଦ୍ୱାରା ପ୍ରଭାବିତ ହୋଇଥାଆନ୍ତି । ରାହୁ ଗ୍ୟାସ୍‌ ସମ୍ବନ୍ଧିୟ ଗ୍ରହ ହୋଇଥିବାରୁ ବାତପ୍ରକୃତି, ମାୟାବୀ ସ୍ୱଭାବ, ଆନନ୍ଦମନା, ସୁଖ ଶାନ୍ତିରେ କାଳାତିପାତ କରନ୍ତି । ଆବିଷ୍କାର ଓ ଉଦ୍ଭାବନ କରିବାର ଶକ୍ତି ରହିଥାଏ । ଏହିପରି ଅନ୍ୟ ସମସ୍ତ ଅଙ୍କର ଗୁଣ ଅଙ୍କଶାସ୍ତ୍ରରେ କୁହାଯାଇଛି ।

ଅଙ୍କଜ୍ୟୋତିଷ ଅନୁସାରେ ବସ୍ତୁର ଚୟନ କରିଲେ ଶୁଭଫଳଦାୟୀ ହୁଏ-

କେବଳ ଅଙ୍କ ୧ ଠାରୁ ୯ ପର୍ଯ୍ୟନ୍ତ ସଂଖ୍ୟାର ବ୍ୟକ୍ତିର ଗୁଣ ବିଷୟରେ କୁହାଯାଇ ନାହିଁ, ଯଦି ୧୧ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ବିଷୟରେ ତାହାର ମୂଳାଙ୍କ ୧+୧=୨ ର ଆଧାର ଉପରେ କୁହାଯାଏ ମଧ୍ୟ । ଅଙ୍କ ଶାସ୍ତ୍ରରେ ଏମିତି ତାରିଖ ଅଙ୍କ ବିଷୟରେ କୁହାଯାଏ ନାହିଁ, ବରଂ ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ କୁହାଯାଏ । ବ୍ୟକ୍ତିର ଭାଗ୍ୟ ବିଷୟରେ ଜାଣିବା ପାଇଁ ତାହାର ଭାଗ୍ୟାଙ୍କ ଥିବା ଜରୁରୀ ଅଟେ । ଯେଉଁ ବ୍ୟକ୍ତିକୁ ତାହାର ଲକି ନମ୍ବର ଜଣା ଅଛି ସେମାନେ ସମସ୍ତ ମହତ୍ୱପୂର୍ଣ୍ଣ କାର୍ଯ୍ୟ ସେହି ନମ୍ବରର ସମୟ ବା ତାରିଖରେ କରିଥାଏ । ଅଙ୍କ ଶାସ୍ତ୍ରରେ ଏହି ଲକି ନମ୍ବର ଅନୁସାରେ ବସ୍ତୁର ଚୟନ କରିଲେ ବହୁତ ଶୁଭଫଳ ପ୍ରାପ୍ତି ହୁଏ । କଣ ଆପଣ ନିଜର ଲକି ନମ୍ବର ଜାଣିଛନ୍ତି କି । ଯଦି ଜାଣିନାହାନ୍ତି ତେବେ ନିମ୍ନରେ ତାହା ଦିଆଯାଇଛି ।

ନିମ୍ନରେ ଦିଆଯାଇଥିବା ପାଠଟିକୁ ମନଦେଇ ପଢ଼ିଲେ ଆପଣ ମଧ୍ୟ ନିଜେ ଅଙ୍କର ଗଣନା କରିପାରିବେ :

ସର୍ବପ୍ରଥମେ ଜନ୍ମ ହୋଇଥିବା ତାରିଖ ଆବଶ୍ୟକ ହୁଏ । ଉଦାହରଣ ସ୍ୱରୂପ: ମନେକର ଜଣେ ବ୍ୟକ୍ତିର ଜନ୍ମ ତାରିଖ  ଡିସେମ୍ବର ମାସ, ୧୨ ତାରିଖ ୧୯୮୫ ମସିହା । ଦିନ, ମାସ ଓ ମସିହା କୁ ଅଲଗା ଅଲଗା ଗଣନା କରାଯାଏ । ପ୍ରଥମେ ତାରିଖ ୧୨କୁ ୧+୨=୩, ତା ପରେ ମାସ ଡିସେମ୍ବର ମାସ ୧୨ କୁ ୧+୨=୩ ଏବଂ ମସିହା ୧୯୮୫ ୧+୯+୮+୫=୨୩ ହେବ । ଏବେ ଦିନ ୩+ ମାସ ୩+ ମସିହା ୨୩କୁ ମିଶାଇଲେ = ୨୯ ହେବ । ଏହା ଆପଣଙ୍କ ଭାଗ୍ୟାଙ୍କ ନୁହେଁ ।

ଶୁଭଅଙ୍କ ଜାଣି ଆପଣଙ୍କ ଭାଗ୍ୟକୁ ବଦଳାଇ ପାରିବେ :

ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଭାଗ୍ୟାଙ୍କ ନୁହେଁ, ଏହା ଏକ ଅଙ୍କ ବିଶିଷ୍ଟ ସଂଖ୍ୟା ହୋଇଥାଏ । ଅଙ୍କ ୨୯ କୁ ୨+୯=୧୧ ହେବ ଓ ୧୧କୁ ୧+୧=୨ ପ୍ରାପ୍ତ ହେବ । ଏବେ ଏକ ଅଙ୍କ ସଂଖ୍ୟା ୨ ସେହି ବ୍ୟକ୍ତିର ଭାଗ୍ୟାଙ୍କ ଅଟେ । ଏହି ଭାଗ୍ୟାଙ୍କ ଅନୁସାରେ ଶୁଭଦିନ, ଶୁଭସମୟ ବିଷୟରେ ଜାଣି ନିଜର ଭାଗ୍ୟକୁ ପରିବର୍ତ୍ତନ କରିପାରିବେ ।

ଭାଗ୍ୟାଙ୍କ ୧:

ଯେଉଁ ବ୍ୟକ୍ତିର ଭାଗ୍ୟାଙ୍କ ୧ ସେମାନଙ୍କର ଶୁଭଭାର ରବିବାର ଓ ଗୁରୁବାର ଅଟେ । ଜାନୁୟାରୀ, ମାର୍ଚ୍ଚ, ମଇ, ଜୁଲାଇ ଓ ଅକ୍ଟୋବର ଶୁଭମାସ ଅଟେ । ଶୁଭତାରିଖ ୧, ୧୦, ୧୯, ୨୮ ଅଟେ । ଏହି ବାର, ମାସ ଓ ତାରିଖ ଅନୁଯାଇ ଶୁଭକାର୍ଯ୍ୟ କରିପାରିବେ ।

ଭାଗ୍ୟାଙ୍କ ୨ :

ଯେଉଁ ବ୍ୟକ୍ତିର ଭାଗ୍ୟାଙ୍କ ୨ ସେମାନଙ୍କର ଶୁଭଭାର ସୋମବାର ଓ ବୁଧବାର ଅଟେ । ଫେବୃୟାରୀ, ଅପ୍ରେଲ, ଅଗଷ୍ଟ ଓ ନଭେମ୍ବର ଶୁଭମାସ ଅଟେ । ଶୁଭତାରିଖ ୨, ୪, ୮, ୧୧, ୧୬, ୨୦, ୨୬, ୨୯, ୩୧ ଅଟେ । ଏହି ବାର, ମାସ ଓ ତାରିଖ ଅନୁଯାଇ ଶୁଭକାର୍ଯ୍ୟ କରିପାରିବେ ।

ଭାଗ୍ୟାଙ୍କ ୩:

ଯେଉଁ ବ୍ୟକ୍ତିର ଭାଗ୍ୟାଙ୍କ ୩ ସେମାନଙ୍କର ଶୁଭଭାର ମଙ୍ଗଳବାର ଓ ଶୁକ୍ରବାର ଅଟେ । ମାର୍ଚ୍ଚ, ମଇ, ଜୁନ୍‌, ଜୁଲାଇ, ସେପ୍ଟେମ୍ବର ଓ ଡିସେମ୍ବର ଶୁଭମାସ ଅଟେ । ଶୁଭତାରିଖ ୩, ୬, ୯, ୧୨, ୧୫, ୧୮, ୨୦, ୨୧, ୨୪, ୨୭ ଅଟେ । ଏହି ବାର, ମାସ ଓ ତାରିଖ ଅନୁଯାଇ ଶୁଭକାର୍ଯ୍ୟ କରିପାରିବେ ।

ଭାଗ୍ୟାଙ୍କ ୪:

ଯେଉଁ ବ୍ୟକ୍ତିର ଭାଗ୍ୟାଙ୍କ ୪ ସେମାନଙ୍କର ଶୁଭଭାର ସୋମବାର ଓ ବୁଧବାର ଅଟେ । ଫେବୃୟାରୀ, ଅପ୍ରେଲ ଓ ଅଗଷ୍ଟ ଶୁଭମାସ ଅଟେ । ଶୁଭତାରିଖ ୨, ୪, ୮, ୧୩, ୧୬, ୨୦, ୨୨, ୨୬, ୩୧ ଅଟେ । ଏହି ବାର, ମାସ ଓ ତାରିଖ ଅନୁଯାଇ ଶୁଭକାର୍ଯ୍ୟ କରିପାରିବେ ।

ଭାଗ୍ୟାଙ୍କ ୫:

ଯେଉଁ ବ୍ୟକ୍ତିର ଭାଗ୍ୟାଙ୍କ ୫ ସେମାନଙ୍କର ଶୁଭଭାର ଗୁରୁବାର ଓ ଶନିବାର ଅଟେ । ଜାନୁୟାରୀ, ମାର୍ଚ୍ଚ, ମଇ, ଜୁଲାଇ ଶୁଭମାସ ଅଟେ । ଶୁଭତାରିଖ ୫, ୧୦, ୧୪, ୧୯, ୨୩, ୨୫, ୨୮ ଅଟେ । ଏହି ବାର, ମାସ ଓ ତାରିଖ ଅନୁଯାଇ ଶୁଭକାର୍ଯ୍ୟ କରିପାରିବେ ।

ଭାଗ୍ୟାଙ୍କ ୬:

ଯେଉଁ ବ୍ୟକ୍ତିର ଭାଗ୍ୟାଙ୍କ ୬ ସେମାନଙ୍କର ଶୁଭଭାର ମଙ୍ଗଳବାର ଓ ଶୁକ୍ରବାର ଅଟେ । ଜୁନ୍‌, ସେପ୍ଟେମ୍ବର, ଡିସେମ୍ବର ଶୁଭମାସ ଅଟେ । ଶୁଭତାରିଖ ୬, ୯, ୧୫, ୧୮, ୨୪ ଅଟେ । ଏହି ବାର, ମାସ ଓ ତାରିଖ ଅନୁଯାଇ ଶୁଭକାର୍ଯ୍ୟ କରିପାରିବେ ।

ଭାଗ୍ୟାଙ୍କ ୭:

ଯେଉଁ ବ୍ୟକ୍ତିର ଭାଗ୍ୟାଙ୍କ ୭ ସେମାନଙ୍କର ଶୁଭଭାର ଗୁରୁବାର ଓ ଶନିବାର ଅଟେ । ଜାନୁୟାରୀ, ମାର୍ଚ୍ଚ, ମଇ, ଜୁଲାଇ ଶୁଭମାସ ଅଟେ । ଶୁଭତାରିଖ ୭, ୧୪, ୧୬, ୨୫, ୨୬ ଅଟେ । ଏହି ବାର, ମାସ ଓ ତାରିଖ ଅନୁଯାଇ ଶୁଭକାର୍ଯ୍ୟ କରିପାରିବେ ।

ଭାଗ୍ୟାଙ୍କ ୮:

ଯେଉଁ ବ୍ୟକ୍ତିର ଭାଗ୍ୟାଙ୍କ ୮ ସେମାନଙ୍କର ଶୁଭଭାର ସୋମବାର ଓ ବୁଧବାର ଅଟେ । ଜାନୁୟାରୀ, ଫେବୃୟାରୀ, ଅପ୍ରେଲ ଓ ଅଗଷ୍ଟ ଶୁଭମାସ ଅଟେ । ଶୁଭତାରିଖ ୪, ୮, ୧୬, ୧୭, ୨୬ ଅଟେ । ଏହି ବାର, ମାସ ଓ ତାରିଖ ଅନୁଯାଇ ଶୁଭକାର୍ଯ୍ୟ କରିପାରିବେ ।

ଭାଗ୍ୟାଙ୍କ ୯:

ଯେଉଁ ବ୍ୟକ୍ତିର ଭାଗ୍ୟାଙ୍କ ୯ ସେମାନଙ୍କର ଶୁଭଭାର ମଙ୍ଗଳବାର ଓ ଶୁକ୍ରବାର ଅଟେ । ମାର୍ଚ୍ଚ, ଜୁନ୍‌, ସେପ୍ଟେମ୍ବର ଶୁଭମାସ ଅଟେ । ଶୁଭତାରିଖ ୯, ୧୫, ୧୮, ୨୭ ଅଟେ । ଏହି ବାର, ମାସ ଓ ତାରିଖ ଅନୁଯାଇ ଶୁଭକାର୍ଯ୍ୟ କରିପାରିବେ ।

Leave a Reply

Your email address will not be published. Required fields are marked *