ଦେଖନ୍ତୁ ମା’ଙ୍କ ଜନ୍ମଦିନରେ କେମିତି ତାଙ୍କୁ ସରପ୍ରାଇଜ ଦେଲେ Asima Panda

ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା କଳାକାର ମାନେ ନିଜର ଦମଦାର ପ୍ରଦର୍ଶନ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ଠିକ ସେହିପରି ଓଡିଶାରେ କିଛି ଗୀତିକାର ମଧ୍ୟ ଅଛନ୍ତି ଯେଉଁ ଏମାନେ ନିଜର ସଙ୍ଗୀତ ମାଧ୍ୟମରେ ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଗାୟିକା ଅସୀମା ପଣ୍ଡା କିପରି ନିଜ ମାଙ୍କ ଜନ୍ମଦିନ ପାଳନ କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଓଡିଶାର ପ୍ରସିଦ୍ଧ ଗାୟିକା ଅସୀମା ପଣ୍ଡା ଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ସେ ଓଡିଆ ଜଗତରେ ଅନେକ ଗୀତ ରେ ନିଜର କଣ୍ଠ ଦାନ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି ।

ସେ ଅନେକ ଓଡିଆ ଭଜନ ଗାଇବା ସହ ଆଧୁନିକ ଓ ଫିଲ୍ମ ଗୀତ ରେ ମଧ୍ୟ କଣ୍ଠ ଦାନ କରିଛନ୍ତି । ତାଙ୍କର ଗୀତ ଗୁଡିକୁ ଦର୍ଶକ ମାନେ ବହୁତ ପସନ୍ଦ କରିବା ସହ ପ୍ରଶଂସା ମଧ୍ୟ କରିଛନ୍ତି । ତେବେ ଅସୀମା ପଣ୍ଡା ନିଜ ସୋସିଆଲ ଆକାଉଣ୍ଟରେ ନିଜ ମା ଙ୍କ ସହ ଜନ୍ମଦିନ ପାଳନ କରିବାର ଭିଡିଓ ଶେୟାର କରିଛନ୍ତି ।

ଏହି ଭିଡିଓ ରେ ଅସୀମା ପଣ୍ଡା ତାଙ୍କ ମାଙ୍କୁ ସରପ୍ରାଇଜ ପାର୍ଟି ଦେଇଛନ୍ତି ଯାହା ଆପଣ ମାନେ ଦେଖି ପାରୁଥିବେ । ସେ ତାଙ୍କ ମା ଙ୍କ ସହ କେକ କାଟିଛନ୍ତି । ତାଙ୍କ ମା ଅସୀମା କରିଥିବା ଜନ୍ମଦିନ ପାର୍ଟି ଦେଖି ବହୁତ ଖୁସି ହୋଇଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।

ଦୁହିଙ୍କ ମଧ୍ୟରେ ବହୁତ ଭଲ ପାଇବା ରହିବା ସହ ଭଲ ବଣ୍ଡିଙ୍ଗ ମଧ୍ୟ ରହିଛି । ଅସୀମା ପଣ୍ଡା ନିଜ ମା ଙ୍କ ସହ ଅନେକ ଫୋଟୋ ଅପଲୋଡ କରି ନିଜ ଫ୍ୟାନ୍ସ ମାନଙ୍କୁ ଶେୟାର କରିଛନ୍ତି । ସେ ତାଙ୍କ ମାଙ୍କ ଜନ୍ମଦିନରେ ବହୁତ ମଜାମସ୍ତି କରିବା ସହ ଖୁବ ସୁନ୍ଦର ଭାବେ ଜନ୍ମଦିନ ପାର୍ଟି ସେଲିବ୍ରେସନ କରିଛନ୍ତି । ଏହି ଜନ୍ମଦିନ ପାର୍ଟି ରେ ଅସୀମାଙ୍କ ସହ ତାଙ୍କର ପରିବାର ଲୋକ ମାନେ ମଧ୍ୟ ଯୋଗ ଦେଇଛନ୍ତି ।

ତେବେ ଅସୀମା ଓ ତାଙ୍କ ମାଙ୍କୁ ଦେଖିଲେ ଲାଗୁଛି କି ଦୁହେଁ ଦୁଇ ସାଙ୍ଗ ଭଳି ମନେ ହେଉଛନ୍ତି । ଅସୀମା ପଣ୍ଡା ଓଡିଆ ଇଣ୍ଡଷ୍ଟ୍ରି ରେ ନିଜର ଅଲଗା ପରିଚୟ ସୃଷ୍ଟି କରି ପାରିଛନ୍ତି । ସେ ତାଙ୍କର ଗୀତ ପାଇଁ ଖୁବ ପ୍ରସିଦ୍ଧି ଲାଭ କରିଛନ୍ତି । ଆଗକୁ ଏମିତି ସୁନ୍ଦର ଓ ମଧୁର ଗୀତ ସେ ଓଡିଆ ଇଣ୍ଡଷ୍ଟ୍ରି କୁ ଦେବେ ବୋଲି ଆମେ ଆଶା କରୁଛୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଗାୟିକା ଅସୀମା ପଣ୍ଡାଙ୍କ ସଙ୍ଗୀତ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *