ନମସ୍କାର ବନ୍ଧୁଗଣ । ମୋ ବସର କଣ୍ଡକ୍ଟର ସାବି ପ୍ରଧାନ । ଘର ଗଞ୍ଜାମ କିନ୍ତୁ ରୁହନ୍ତି ଭୁବନେଶ୍ଵର ଓଯୁଟି ପାଖ ଫାର୍ମ ଗେଟ ବସ୍ତିରେ । ବସ ରେ ଯାତ୍ରୀ ମାନଙ୍କ ଠାରୁ ଟିକେଟ କାତନତି । ଯାତ୍ରୀ ମାନଙ୍କର ଜାଗାକୁ ପହଞ୍ଚାଇବାରେ ସାହାଜ୍ଯ କରନ୍ତି । ତେବେ ସେ କାହିଙ୍କୁ ବସ କଣ୍ଡକ୍ଟର କାମକୁ ଚୟନ କରିଲେ ତାହା ପ୍ରଶ୍ନ ଉଠୁଛି । ବାଧ୍ୟ ବାଧ୍ୟକତା ନାଁ କିଛି ନୂଆ କରିବାର ଚିନ୍ତା ରହିଛି ତାଙ୍କର । ଏହି କାମକୁ ଛବି ବାଧ୍ୟ ହୋଇ ଆପଣେଇଛନ୍ତି ।

କାରଣ ତାଙ୍କ ସ୍ଵାମୀଙ୍କର ଗତ ଦେଢ ବର୍ଷ ତଳେ ଏକ ଦୁର୍ଘଟଣା ରେ ହାତ ହରାଇଥିଲେ । ତାଙ୍କ ସ୍ଵାମୀଙ୍କର ଗୋଟିଏ ଅଂସ ପ୍ରାୟ ଅକାମି ହୋଇଗଲା । ଧାର ଉଧାର କରି ସ୍ଵାମୀଙ୍କୁ ବଞ୍ଚାଇଲେ ଛବି । ଏବେ ଟଙ୍କା ସୁଝିବାର ସମୟ ଆସିଛି । ଅନ୍ୟ ପରେ ଘରେ ଦୁଇ ଛୁଆ ସହ ବୁଢୀ ମା ମଧ୍ୟ ଅଛନ୍ତି । ସ୍ଵାମୀଙ୍କର ଟେନ୍ଡ ହାଉସ ବ୍ୟବାସାୟ ବନ୍ଦ ହୋଇ ଯାଇଛି ।
ବୁଝିବାକୁ କେହି ନିଜର ନାହାନ୍ତି । ସେଥି ଲାଗି ଛବି ସୁମନ୍ତଙ୍କ ବ୍ୟବସାୟକୁ ଛାଡି କଣ୍ଡକ୍ଟର କାମ କରୁଛନ୍ତି । ଇଚ୍ଛା ନ ଥିଲେ ମଧ୍ୟ ନିଜର କୁନି ଛୁଆଙ୍କୁ ଘରେ କାହାଡି ଯାଉଛନ୍ତି କାମ କରିବାକୁ ଛବି । ଛବି ଅନୁରୋଧ କରି କହିଛନ୍ତି ଯେ ସରକାରଙ୍କୁ ତାଙ୍କର ଏତିକି ନିବେଦନ କି ସେ କେତେ କାମ କରି ନିଜର ପରିବାର ଜୀବିକା ନିର୍ବାହ କରିବା ସହ ପିଲା ମାନଙ୍କର ଖର୍ଚ୍ଚ ଉଠାଇବେ ।

ଆଗକୁ ତାଙ୍କ ପିଲାଙ୍କର ଭବିଷ୍ୟତ ମଧ୍ୟ ରହିଛି । ଯଦି ସରକାର ଆଗକୁ ତାଙ୍କୁ ସାହାଜ୍ଯ କରିବେ ତେବେ ଆଗକୁ ତାଙ୍କ ପିଲାଙ୍କର ଭବିଷ୍ୟତ ଉଜ୍ଵଳ ହୋଇ ପାରିବ ବୋଲି ଛବି ନିଜ ରାଏ ରେ କହିଛନ୍ତି । ଛବି ପ୍ରଧାନ ହେଉଛନ୍ତି ନିଜ ସ୍ଵାମୀ ସୁମନ୍ତଙ୍କୁ ଇହ କାଳ ପର କାଳର ଦେବତା ମାନେ କରୁଥିବା ଭିନ୍ନ ମହିଳା ।
ସ୍ଵାମୀଙ୍କ ସାହାଜ୍ଯ କରିବା ପାଇଁ ଅନ୍ୟ କୁ ହାତ ନ ଫଟାଇ ଏରୁଣ୍ଡି ବନ୍ଧା ଭାଙ୍ଗି ନିଜେ ବାହାରି ପଡିଛନ୍ତି କାମ କରିବାକୁ । ତେବେ ଛବି ପ୍ରଧାନ ତାଙ୍କର ପରିବାର ପ୍ରତି ପୋଷଣ କରିବା ପାଇଁ ଯେଉଁ ଭଳି ସଂଘର୍ଷ କରୁଛନ୍ତି ତାହା ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ ।
ଗୋଟେ ମହିଳା ହୋଇ ବସ କଣ୍ଡକ୍ଟର କାମ କରିବା ସହଜ କଥା ନୁହେଁ । କିନ୍ତୁ ଏହି କଥା କୁ ସହଜ ନ ହୋଇଥିଲେ ମଧ୍ୟ ଏହାକୁ ସରଳ କରି ଦେଖାଇଛନ୍ତି ଛବି ପ୍ରଧାନ । ଆଗକୁ ସରକାର ତାଙ୍କୁ କିଛି ଆର୍ଥିକ ସାହାଜ୍ଯ କରିବା ପାଇଁ ସେ ନିବେଦନ କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କ ର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
