ନିଜ ସନ୍ତାନ୍ତ ଠାରୁ ଏହି 5ଟି ଆଶା ରଖିଥାନ୍ତି ପ୍ରତ୍ୟକ ମା’, ନିଜ ମା’ଙ୍କୁ ଭଲପାଉଥିଲେ ନିଶ୍ଚୟ ଦେଖନ୍ତୁ

ଏହି ଦୁନିଆରେ ମା ସବୁଠୁ ବଡ ଯୋଦ୍ଧା ହୋଇଥାଏ । ମା ଠାରୁ ଶକ୍ତିଶାଳୀ କିଏ ବି ହୋଇ ନ ଥାଏ । ମା ନିଜର ପିଲାମାନଙ୍କ ପାଇଁ ନିଜର ସମସ୍ତ ସ୍ଵପ୍ନକୁ ବି ଭୁଲିଯାଏ । ଆଙ୍ଗୁଠି ଧରି ଚାଲିବା ଠାରୁ ଆରମ୍ଭ କରି ଯେତେ ସମୟ ପର୍ଯ୍ୟନ୍ତ ଆପଣ ବଡ ନ ହୋଇ ସଠିକ ଭାବରେ ଚାଲିବା ନ ଶିଖିଯାଇଛ ସେହି ସମୟ ପର୍ଯ୍ୟନ୍ତ ସେ ଆପଣଙ୍କର ଧ୍ୟାନ ରଖିଥାନ୍ତି । ମା ସବୁବେଳେ ନିଜର ସନ୍ତାନମାନନ୍କାଉ ନିଜର ପଣତକାନିରେ ଘୋଡାଇ ରଖିଥାଏ ।

ଯାହା ଦ୍ଵାରା କୌଣସି ବି ପ୍ରକାରର ଦୁଃଖ କିମ୍ବା କଷ୍ଟ ତାହାର ସନ୍ତାନ ଉପରେ ନ ଆସୁ । ମା ସବୁବେଳେ ଚାହେଁ କି ତାହାର ସନ୍ତାନ ସବୁବେଳେ ଖୁସିରେ ଥାଉ ଓ ତାକୁ ଏହି ଦୁନିଆର ସବୁ ଖୁସି ମିଳୁ । କିନ୍ତୁ ବର୍ତ୍ତମାନ ଯୁଗରେ ଏହିଭଳି କିଛି ସନ୍ତାନ ଅଛି ଯିଏକି ମାର ଏହି ସମସ୍ତ କାମକୁ ଭୁଲିଯାଏ ଓ ବୁଦ୍ଧ ଅବସ୍ଥାରେ ତାକୁ ନଜର ଅନ୍ଦାଜ କରିଦିଏ । ଯାହାକି ସମ୍ପୂର୍ଣ ରୂପରେ ଭୁଲ ଅଟେ ।

କିନ୍ତୁ ଯେତେବେଳେ ପୁଅ କିମ୍ବା ଝିଅ ବଡ ହୋଇଯାଏ ତେବେ ମା ବି ନିଜର ସନ୍ତାନମାନଙ୍କ ଠାରୁ କିଛି ଆଶା ରଖିଥାଏ, ସେହି ସମୟରେ ତାହାର କିଛି ସ୍ଵପ୍ନ ଥାଏ । ଯାହାକୁ ପ୍ରତ୍ୟକ ସନ୍ତାନକୁ ପୁରା କରିବା ଉଚିତ । ମା ଚାହେଁ କି ଗୋଟିଏ ଦିନ ଆପଣ ତାଙ୍କର ସାହାରା ହେବେ । ଗୋଟିଏ ମା ର ନିଜର ସନ୍ତାନମାନଙ୍କ ଠାରୁ ଏହି ୫ ଟି ଆଶା ଥାଏ ।

୧ – ମା ର ପ୍ରଥମ ଆଶା ଯେଉଁ ଦିନ ଆମେ ବୁଦ୍ଧ ଅବସ୍ଥାରେ ପହଞ୍ଚିଯିବୁ ସେହି ସମୟରେ ତୁମେ ଆମକୁ ଦେଖିବ । ସେହି ସମୟରେ ଧାର୍ଯ୍ୟ ରଖିବ ଓ ଆମକୁ ବୁଝିବାକୁ ଚେଷ୍ଟା କରିବ । ଆମର ଧ୍ୟାନ ରଖିବା ।

୨ – ଯେତେବେଳେ ଆମେ ବୁଢା ହୋଇ ଯିବୁ ଓ ଚାଲି ପାରିବା ନାହିଁ, ତେବେ ସେହି ସମୟରେ ତୁ ମୋର ସାହାର ହେବୁ । ସେହି ସମୟରେ ନିଜର ଚାଲିବା ଦିନ କଥା ମନେ ପକାଇବୁ । ଯେତେବେଳେ ତୁ ଚାଲି ପାରୁ ନ ଥିଲୁ ତେବେ ସେତେବେଳେ ମୁଁ ତୋତେ କେମିତି ସମ୍ଭାଳି ଥିଲି ।

୩ – ଯେତେବେଳେ ଆମର ଆଖିରେ ଲୁହ ଦେଖିବୁ ସେହି ଦିନ କଥା ମନେ ପକାଇବୁ ଯେତେବେଳେ ତୁ କାନ୍ଦୁଥିଲୁ ତ କେମିତି ମୁଁ ତୋତେ ଛାତିରେ ଲଗାଇ ଚୁପ କରାଇ ଦେଉଥିଲି । ସେମିତି ହିଁ ତୁ ଆମକୁ ଛାତିରେ ଲଗାଇ ରଖିବୁ ।

୪ – ଯେତେବେଳେ ଆମେ ରୋଗରେ ଆକ୍ରାନ୍ତ ହୋଇଯିବୁ କିମ୍ବା ଶଯ୍ୟାଶାୟୀ ହୋଇଯିବୁ ତେବେ ସେହି ସମୟରେ ଆମ ଉପରେ ଟଙ୍କା ଖର୍ଚ କରିବୁ ଓ ସେହି ଦିନ କଥା ମନେ ପକାଇବୁ ଯେତେବେଳେ ମୁଁ ତୋର ସ୍ଵପ୍ନ ପୁରା କରିବା ପାଇଁ ନିଜର ସ୍ଵପ୍ନକୁ ବି ଜଳାଞ୍ଜଳି ଦେଇ ଦେଉଥିଌ ।

୫ – ଯେତେବେଳେ ଆମେ କୌଣସି କଥା ଭୁଲିଯିବୁ ତେବେ ସେହି ସମୟରେ ଆମ ଉପରେ ରାଗିବୁ ନାହିଁ । ନିଜର ପିଲାଦିନ କଥା ମନେ ପକାଇବୁ କି କେମିତି ଆମେ ସବୁ କଥା ତୋତେ ମନେ ପକାଇ ଦେଉ ଥିଲି ।

Leave a Reply

Your email address will not be published. Required fields are marked *