ନିଜ ପୁଅକୁ ନେଇ କିଛି ଏମିତି କହିଲେ ସ୍ବର୍ଗତଃ Pradeep Maharathy ଙ୍କ ପତ୍ନୀ Prativa Maharathy, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାପାଙ୍କ ଗଡରୁ ନିଜର ଭାଗ୍ୟ ପରୀକ୍ଷା କରୁଥିବା ରୁଦ୍ର ପ୍ରତାପ ମହାରଥୀଙ୍କୁ ଭୋଟ ଦେବା ପାଇଁ ପହଞ୍ଚିଛନ୍ତି ତାଙ୍କର ପୁରା ପରିବାର । ପିପିଲିର ପାଣିଦୋଳ ଭୋଟିଂ ମତଦାନ କେନ୍ଦ୍ରରେ ପୁରା ମହାରଥୀ ପରିବାର ମତଦାନ ଅକରିଛନ୍ତି । ସକାଳୁ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପଙ୍କ ସହ ତାଙ୍କ ମା ପ୍ରତିଭା ମହାରଥୀ, ସ୍ତ୍ରୀ ଜାଗୃତି, ଭଉଣୀ ପଲ୍ଲବୀ ଓ ଭେନୋଇ ଅର୍ଦ୍ଧେନ୍ଦୁ ଆସି ମତଦାନ ଦେଇଛନ୍ତି । ପିପିଲିର ପାଖାପାଖି ୨ ଲକ୍ଷ ୨୯ହଜାର ଭୋଟର ନିଜର ମତାଧିକ ସାବ୍ୟସ୍ତ କରୁଛନ୍ତି । କଂଗ୍ରେସ, ବିଜେପି ଓ ବିଜେଡି ମଧ୍ୟରେ ପିପୀଲିରେ କଡା ମୁକାବିଲା ଦେଖିବାକୁ ମିଳିଛି ।

ଦୁଇ ଦୁଇ ଥର ଭୋଟିଂ ନିର୍ବାଚନ ସ୍ଥଗିତ ରହିବା ପରେ ଆଜି ଏକ ବର୍ଷ ବ୍ୟବଧାନ ପରେ ଭୋଟ କାର୍ଯ୍ୟ କରା ଯାଉଛି । ରୁଦ୍ର ପ୍ରତାପଙ୍କ ସ୍ଵର୍ଗତ ପିତା ପ୍ରଦୀପ ମହାରଥୀ ଥିଲେ ପିପୀଲିର ଗଡର ମୁଖ୍ୟ ସେନାପତି । ଯାହା ପାଇଁ ଆଜି ତାଙ୍କ ପୁଅ ଏହି ଜାଗାରେ ଠିଆ ହୋଇ ପାରିଛନ୍ତି । ରୁଦ୍ର ପ୍ରତାପଙ୍କ ମା କହିଛନ୍ତି ମୋର ଆଶା ଓ ଆତ୍ମବିଶ୍ଵାସ ଯେ ପୁଅ ନିଶ୍ଚିନ୍ତ ଭାବେ ବିଜୟ ଲାଭ ଅକରିବ । ରୁଦ୍ରଙ୍କ ବାପା ଯେପରି ୭ଥର ପିପିଲିର ବିଧାୟକ ହୋଇଥିଲେ ତାଙ୍କ ପୁଅ ମଧ୍ୟ ସେମିତି ବିଜୟ ଟୀକା ପିନ୍ଧିବା ବୋଲି ରୁଦ୍ରଙ୍କ ମା ମତ ଦେଇଛନ୍ତି । ଆତ୍ମାବିଶ୍ଵାସ ଓ ତ୍ୟାଗ ସମର୍ପଣ ନେଇ ପିପିଲି ବାସୀଙ୍କର ସେବା କରିବ ବୋଲି ରୁଦ୍ରଙ୍କ ମା ମତ ଦେଇଛନ୍ତି ।

ଭିତର ବାସୀଙ୍କୁ ଏତେ ସକାଳୁ ଆସି ଭୋଟ ଦେଉଥିବାରୁ ପଲ୍ଲବୀ ମହାରଥୀ କୃତଜ୍ଞତା ଜଣାଇଛନ୍ତି । ପିପିଲି ଗଡ ମହାରଥୀଙ୍କର ଥିଲା ଆଗକୁ ମଧ୍ୟ ଏମିତି ରହିବ ବୋଲି ପଲ୍ଲଭୀ ମହାରଥୀ ରାଏ ଦେଇଛନ୍ତି । ପିପିଲିରେ ଶାନ୍ତି ଶୃଙ୍ଖଳା ସହ ଭୋଟ କାର୍ଯ୍ୟ ଚାଲିଛି ଯାହା ଆପଣ ଏମାନେ ଏହି ଭିଡିଓ ରେ ଦେଖି ପାରିବେ । ଏହା ସହ ରୁଦ୍ର ପ୍ରତାପ ମହାରଥୀ ମହଦୀ କୋଭିଡ଼ ନିୟମ ମାନି ଭୋଟ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି । ଭୋଟ ଦାନ କରିବା ପାଇଁ ଏଠାରେ ବୃଦ୍ଧଙ୍କ ଠାରୁ ଆରମ୍ଭ କରି ମହିଳା, ଛାତ୍ର ଓ ଯୁବକ ମାନେ ସାମିଲ ହୋଇଛନ୍ତି ।

ସମସ୍ତେ ନିଜ ନିଜର ଗୁରୁତ୍ଵ ପୂର୍ଣ୍ଣ ମତଦାନ ସାବ୍ୟସ୍ତ କରୁଛନ୍ତି । ଏହି ମତଦାନରେ ପୁରୀ ଏସପି ମଧ୍ୟ ଆସିଥିଲେ । ପୁରୀ ଏସପି କେଉଁ ଭଳି ଭାବେ ଭୋଟ କାମ ଚାଲିଛି ତାହା ବିଷୟରେ ସମସ୍ତ ଯାଞ୍ଚ କରିଥିଲେ । କିପରି ସୁରୁଖୁରୁରେ ଏହା ଶେଷ ହେବ ତାହା ସମସ୍ତଙ୍କର ଲକ୍ଷ୍ୟ ରହିଛି ।

ବନ୍ଧୁଗଣ ଆପଣ ମାନଙ୍କର ରୁଦ୍ର ପ୍ରତାପ ମହାରଥୀଙ୍କ ବିଧାୟକ ହେବା ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜାରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *