ଜଣେ ବ୍ୟକ୍ତି ନିଜକୁ ମିଛ ଡାକ୍ତର କହି ବ୍ୟାଙ୍କ ଠାରୁ ଲୋନ ଆଣି କାର କିଣୁଥିଲା । କିନ୍ତୁ ବର୍ତ୍ତମାନ ସେ ବାଦାମବାଡ଼ି ପୋ-ଲି-ସ ହାତରେ ଧରା ପଡିଛି । ପୋ-ଲି-ସ ତାଙ୍କ ପାଖରୁ ବହୁତ କିଛି ଜବତ କରିଛି । ଯେମିତି କି ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଯାହାକି ଭିନ୍ନ ଭିନ୍ନ ନାଁରେ ଅଛି । ନିଜର ଅସଲ ଆଧାର କାର୍ଡ ସହ କିଛି ଡୁପ୍ଳିକେଟ ଆଧାର କାର୍ଡ, ଏକାଧିକ ଡୁପ୍ଲିକେଟ ପ୍ୟାନ କାର୍ଡ, ବିଭିନ୍ନ ବ୍ୟାଙ୍କର ଏଟିଏମ କାର୍ଡ, ମୋବାଇଲ ଫୋନ ଇତ୍ୟାଦି ।
ଏହା ସହିତ ତାଙ୍କର ଏକ ଆଇଡ଼ି କାର୍ଡ ବି ଅଛି । ଯେଉଁଥିରେ ସେ ନିଜକୁ ଡାକ୍ତର ବୋଲି କହୁଥିଲେ । କହିବାକୁ ଗଲେ ଡାକ୍ତର ବୋଲି ପରିଚୟ ଦେଇ, ମିଛ ସ୍ୟାଲେରୀ ସ୍ଲିପ ଦେଖାଇ, ମିଛି କାଗଜପତ୍ର ଦେଖାଇ ବ୍ୟାଙ୍କରୁ ଲୋନ ନେଉଥିଲେ ।
କିନ୍ତୁ ଶେଷରେ ତାଙ୍କର ଏହି ଠକ ବିଷୟରେ ଜାଣିପାରି କିଛି ଲୋକମାନେ ବାଦାମବାଡ଼ି ଥାନାରେ ଏହି ଠକ ବିରୁଦ୍ଧରେ ଅଭିଯୋଗ କରିଥିଲେ । ବାଦାମବାଡ଼ି ଥାନା ଏହି ମାମଲାର ତଦନ୍ତ କରି ଅଭିଯୁକ୍ତକୁ ଧରିଛି । ପୋ-ଲି-ସର ଜଣେ ଅଧିକାରୀ କହିଲେ କି ସେହି ଠକର ଅସଲ ନାଁ ହେଉଛି ଶ୍ରୀଧର ରାଉତ, ପିତାଙ୍କ ଶରତ ସାଉଥ ଓ ଘର ଡାହାଲିଆବାଗ ସଦର ଥାନା ଅଞ୍ଚଳରେ ।
କିନ୍ତୁ ସେ ନିଜକୁ ଡାକ୍ତର ସିଦ୍ଧାନ୍ତ ସାର୍ଥକ କହି ପାଟନାରେ ଡାକ୍ତର ଅଛି ବୋଲି କହି ବ୍ୟାଙ୍କରେ ଫେକ ଆଧାର କାର୍ଡ ଓ ପ୍ୟାନ କାର୍ଡ ତିଆରି କରି ବ୍ୟାଙ୍କରେ ଦେଇ ବ୍ୟାଙ୍କରେ ୧୬ ଲକ୍ଷ ୫୦ ହଜାର ଟଙ୍କାର କାର ଲୋନ କରିଥିଲା । ଏହା ଛଡା ସେ ଅନ୍ୟ କେତେକ ବ୍ୟାଙ୍କକୁ ପର୍ଶନାଳ ଲୋନ ପାଇଁ ବି ଯାଇ ଥିଲା । ସବୁ ବ୍ୟାଙ୍କର କର୍ମଚାରୀମାନେ ଯେତେବେଳେ ଏହି ବ୍ୟକ୍ତିର ଅସଲ ପରିଚୟ ଖୋଜିଲେ ତେବେ ସେ ଜାଣିଲେ କି ଏହି ବ୍ୟକ୍ତି ଜଣକ ଡା. ସିଦ୍ଧାନ୍ତ ସାର୍ଥକ କହୁଥିବା ଏହି ବ୍ୟକ୍ତି ଅସଲରେ ଡାକ୍ତର ନୁହେଁ ।
୧୬ ତାରିଖ ଦିନ ସେମାନେ ଥାନାରେ ରିପୋର୍ଟ କରିଥିଲେ । ଧରା ପଡିଲା ପରେ ଜଣା ପଡିଲା କି ଆଗରୁ ନୟାପଲ୍ଲୀ ଥାନାରେ ବି ତା ନାଁରେ କାର ଲୋନ କେସରେ ଏକ ଫ୍ରଡ଼ ମାମଲା ଅଛି । ଏହିଭଳି ଅନ୍ୟ କିଛି ବ୍ୟାଙ୍କରେ ବି ସେ ଫେକ ଡକୁମେନ୍ଟ ଦେଇ ନିଜର ବ୍ୟାଙ୍କରୁ ଲୋନ ଆଣିଛନ୍ତି । କିନ୍ତୁ ଶେଷରେ ସେ ପୋ-ଲି-ସ ହାତରେ ଧାରା ପଡିଛି ।