ଆପଣ ବି ଚାହୁଁଛନ୍ତି ଆପଣଙ୍କ ଇଷ୍ଟ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ତାହେଲେ ଜରୁର କରନ୍ତୁ ଏହି ଛୋଟ ଉପାୟ…

ଏହି ବସୁଧାରେ ରହୁଥିବା ମଣିଷ ଜୀବନରେ ସୁଖ ଦୁଃଖ ଲାଗି ରହିଥାଏ ଏହି ଦୁଃଖରୁ ମୁକ୍ତି ପାଇବା ପାଇଁ ମଣିଷ ଭଗବାନ ଙ୍କ ଶରଣ ଯାଇଥାଏ । ଏହା ଦେଖା ଯାଏକି ମଣିଷର ଯେତବେଳେ କିଛି ଦରକାର ପଡେ ସେ ପ୍ରଥମେ ଭଗବାନ ଙ୍କ ଶରଣକୁ ଆସିଥାଏ ଏବଂ ସବୁ ପ୍ରକାର ସମ୍ଭବ ରେ ପୂଜା ପାଠ କରି , ଭୋଗ ଲଗାଇ ଓ ଦାନ ପୂଣ୍ୟ କରି ଭଗବାଙ୍କୁ ପ୍ରସନ୍ନ କରିବା ପାଇଁ ବହୁତ ଚେଷ୍ଟା କରିଥାଏ ।

ଦେଖାଯାଏ କି ହିନ୍ଦୁ ଧର୍ମରେ ଦେବୀ ଦେବତା ଙ୍କର ବହୁତ ମହତ୍ଵ ରହିଛି ଏହା ଆଜି କି କାଲି ଠୁ ନୁହେଁ ବହୁ ପୂର୍ବରୁ ଚାଲି ଆସିଛି ।

ମଣିଷ ଅତୀତରେ କିଛି ବି ଶୁଭ କାମ କରିବା ପୂର୍ବରୁ ପ୍ରଥମେ ନିଜ ଦେବୀ ଦେବତା ଙ୍କୁ ପୂଜା କରୁଥିଲା କାରଣ ସେ ଯେମିତି ତା କାମ ରେ ସଫଳ ହବ । ଆଜି ଆମେ ଆପଣଙ୍କୁ ଏମିତି କିଛି ସରଳ ଉପାୟ କହିବୁ ଯାହା କରିକି ଆପଣ ବି ଆପଣଙ୍କର ଇଷ୍ଟ ଦେବୀ ଦେବତା ଙ୍କୁ ପ୍ରସନ କରିପାରିବେ । ସର୍ବ ପ୍ରଥମେ ଆପଣଙ୍କୁ କହିବାକୁ ଚହିଁବୁ କି ସକାଳୁ ଉଠି ଗାଧୋଇବା ପୂର୍ବରୁ ପ୍ରତିଦିନ ଆପଣ ଦେବୀ ଦେବତା ଙ୍କ ସାମ୍ନାରେ ବସି ତାଙ୍କୁ ପ୍ରଣାମ କରି ତାଙ୍କର ମନ୍ତ୍ର ଜପ କରିବା ଦରକାର । ଯଦି ଆପଣ ସବୁ ଦିନ ଏମିତି କରନ୍ତି ତାହେଲେ ଆପଣଙ୍କ ପ୍ରାର୍ଥନା ଶୀଘ୍ର ସ୍ଵୀକାର ହୋଇଥାଏ ।

ଆପଣ ମଝି ରେ ମଝି ରେ ଆପଣଙ୍କ ଦେବତା ଙ୍କ ପାଇଁ ହୋମ ଯଜ୍ଞ କରିବା ଦରକାର ଏବଂ ତା ପରେ ଆପଣଙ୍କ ଦ୍ଵାରା ଯେତିକି ସମ୍ଭବ ହେଇପାରିବ ଆପଣ ସମର୍ଥ ଅନୁସାରେ ବ୍ରାହ୍ମଣ ଙ୍କୁ ଭୋଜନ କରାଇବ, ଏମିତି କରିବା ଦ୍ଵାରା ଇଷ୍ଟ ଦେବତା ଶୀଘ୍ର ପ୍ରସନ୍ନ ହୋଇଯାଆନ୍ତି ।

ଏଥିରେ ଧ୍ୟାନ ଦେବା କଥା ଏହା କି ଆପଣ ଯେଉଁ ଦେବୀ ଦେବତା ଙ୍କ କୃପା ପାଇବା ପାଇଁ ଚାହୁଁଛନ୍ତି ଆପଣଙ୍କୁ ପ୍ରତିଦିନ ବା କିଛି ନିଶ୍ଚିନ୍ତ ଦିନରେ ସେହି ଦେବତା ମାନଙ୍କ ନାମରେ ମନ୍ଦିର କି ଆଖ ପାଖ ର ଗରିବ ଙ୍କୁ ଅର୍ନ ତଥା ବସ୍ତ୍ର ଦାନ କରିବା ଦରକାର । ଆପଣ ଏମିତି କରିବା ଦ୍ଵାରା ଆପଣଙ୍କ ଇଷ୍ଟ ଦେବତା ଆପଣଙ୍କ ଉପରେ କୃପା ରଖିଥାନ୍ତି । ଯଦି ଅପାନ ମଧ୍ୟ ପାଇବାକୁ ଚାହୁଁଛନ୍ତି ଅପାଣଙ୍କ ଇଷ୍ଟ ଦେବତାଙ୍କୁ ପ୍ରସନ୍ନ ତେବେ ଏହା ନିଶ୍ଚୟ କରନ୍ତୁ ଓ ଭଗବାନଙ୍କ କୃପା ଭାଜନ ହୁଅନ୍ତୁ ।

Leave a Reply

Your email address will not be published. Required fields are marked *