ଏହି ଦିନ ଭଗବାନ ବିଷ୍ଣୁଙ୍କ ବ୍ରତ ରଖିଲେ ପୂର୍ଣ୍ଣ ହୁଏ ସବୁ ମନୋକମନା- କେମିତି କରିବେ ଏହି ବ୍ରତ ଜାଣନ୍ତୁ

ସବୁ ବର୍ଷ ୨୪ ଟି ଏକାଦଶୀ ଆସେ । ଏକାଦଶି ଦିନ ବିଷ୍ନୁଙ୍କ ପୂଜା କରାଯାଏ ଓ ବ୍ରତ ରଖାଯାଏ । ଗୋଟେ ମାସରେ ଦୁଇଥର ଏକାଦଶୀ ଆସିଥାଏ, ଗୋଟେ ଏକାଦଶୀ କୃଷ୍ଣ ପକ୍ଷ ଓ ଗୋଟେ ଶୁକ୍ଲ ପକ୍ଷ ରେ ଆସେ । ଜ୍ୟଷ୍ଠ ମାସର ଶୁକ୍ଲ ପକ୍ଷରେ ଆସୁଥିବା ଏକାଦଶୀ ନିର୍ଜଳ ବ୍ରତ ନାମରେ ଜଣାଯାଏ । ଏହି ଏକାଦଶୀ ବର୍ଷରେ ପଡୁଥିବା ୨୪ଟି ଏକାଦଶୀଠୁ ସର୍ବଶ୍ରେଷ୍ଟ ଅଟେ । ତେଣୁ ଏକାଦଶୀ ବ୍ରତ ନିଶ୍ଚୟ କରିବେ ଓ ଏହି ଦିନ ବିଷ୍ନୁଙ୍କ ପୂଜା କରନ୍ତୁ । ଏମିତି ମାନ୍ୟତା ଅଛି କି ନିର୍ଜଳା ଏକାଦଶି କଲେ ସବୁ ମନୋକମାନ ପୁରା ହୁଏ ।

Image Courtesy: Google

ଏହି ବର୍ଷ ନିର୍ଜଳ ଏକାଦଶୀ ମଙ୍ଗଳବାର ୨ ଜୁନ ରେ ପଡୁଛି ଓ ଏହି ଦିନ ଆପଣ ବିଷ୍ନୁଙ୍କ ପୂଜା ନିଶ୍ଚୟ କରିବେ । ତା ସହିତ ତଳେ କୁହାଯାଇଥିବା କାର୍ଯ୍ୟ କରନ୍ତୁ । ଏହି କାର୍ଯ୍ୟ କରିବା ଦ୍ଵାରା ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି, ଏହା କରିବା ଦ୍ଵାରା ସବୁ ମନୋକମାନ ପୁରା ହୋଇଥାଏ ।

ନିର୍ଜଳ ରହି ବ୍ରତ କରିବା :-

ନିର୍ଜଳ ଏକାଦଶୀ ଦିନ ବୀନା ପାଣି ପିଈ ଏହି ବ୍ରତ କରାଯାଏ । ଏହି ବ୍ରତ ବହୁତ କଠିନ ଅଟେ ଓ ବ୍ରତ ପୂର୍ଣ ହେଲା ପରେ ପାଣି ଗ୍ରହଣ କରାଯାଏ ।

Image Courtesy: Google

ଏହିଭଳି କରନ୍ତୁ ବ୍ରତ :-

ଭଗବାନ ବିଷ୍ଣୁ ଙ୍କୁ ପ୍ରସନ୍ନ କରିବା ପାଇଁ ଏକାଦଶୀ ବ୍ରତ ରଖାଯାଏ । ଏକାଦଶୀ ବ୍ରତ କରିବାପାଇଁ ସେହି ଦିନ ଜଲ୍ଦି ଉଠି ସ୍ନାନ କରିବା ଉଚିତ । ପ୍ରଭାତରେ ସ୍ନାନ କରିବା ପରେ ମନ୍ଦିର ସଫା କରି ଗୋଟେ ଖଟୁଲି ରଖନ୍ତୁ । ସେଇ ଖଟୁଲି ଉପରେ ହଳଦୀ ରଙ୍ଗର କପଡା ବିଛେଇ ଦେଇ,ଓ ତ ଉପରେ ବିଷ୍ନୁଙ୍କ ପ୍ରତିମା ସ୍ଥାପନ କରନ୍ତୁ । ଏବେ ଖଟୁଲିକୁ ଭଲ ଭାବରେ ସଜାଇ ଫୁଲ ଦେଇ,ଫଳ ଇତ୍ୟାଦି ରଖନ୍ତୁ । ବିଷ୍ଣୁଙ୍କୁ ଭୋଗ ଲଗାଇବା ପାଇଁ ଖିରୀ ବନାନ୍ତୁ ଓ ସେଥିରେ ତୁଲସୀ ପତ୍ର ପକାନ୍ତୁ।

Image Courtesy: Google

ପୂଜା ଆରମ୍ଭ କରି ସର୍ବ ପ୍ରଥମେ ପୂଜା ଓ ବ୍ରତ କରିବାର ସଂକଳ୍ପ କରନ୍ତୁ । ସଂକଳ୍ପ କରିବା ପରେ ଭଗବାନ ବିଷ୍ନୁଙ୍କ ସାମ୍ନାରେ ଗୋଟେ ଦୀପ ଜଳାଇ ଦିଅନ୍ତୁ ଓ ପୂଜା ଆରମ୍ଭ କରନ୍ତୁ । ବିଷ୍ଣୁଙ୍କୁ ଫୁଲ ଓ ଫଳ ଅର୍ପଣ କରି ଭୋଗ ଲଗାନ୍ତୁ । ଭୋଗ ଲଗାଇବା ପରେ ବିଷ୍ନୁଙ୍କ ମନ୍ତ୍ର ଓ ତାଙ୍କ ସହିତ ଜଡିତ ପାଠ କରନ୍ତୁ । ଏହି ଭଳି ସନ୍ଧ୍ୟାରେ ବି ପୂଜା କରନ୍ତୁ,ଓ ରାତିସାର ବିଷ୍ନୁଙ୍କ ମନ୍ତ୍ର ଜପ କରନ୍ତୁ ।

ନିର୍ଜଳା ଉପବାସ ଦିନ କରନ୍ତୁ ନାହିଁ ଏହି କାମ

ନିର୍ଜଲା ଏକାଦଶିଦିନ କିଛି ଖାନ୍ତୁ ନହିଁ । ଏହି ଦିନ କେବଳ ତଳେ ଶୋଇବେ,ଶାସ୍ତ୍ର ଅନୁସାରେ ଏକାଦଶୀ ଦିନ ଶେଯରେ ଶୋଇବା ମନା । ଏହି ଦିନରେ ଘରେ ପିଆଜ ଖାଇବା ମନା । ଏକାଦଶୀ ଦିନ କିଛି ବି ପୋକକୁ ନ ମାରନ୍ତି । ବିଷ୍ନୁଙ୍କ ତୁଲସୀ ପାତ୍ର ପ୍ରିୟ ଅଟେ ,ସେଥିପାଇଁ ତୁଲସୀ ପାତ୍ର ଛିଡା ନ୍ତୁ ନହିଁ ।

Image Courtesy: Google

କରନ୍ତୁ ଏହି ମନ୍ତ୍ର ର ଜପ

ନିର୍ଜଳା ଏକାଦଶୀ ଦିନ ତଳେ ଦିଆ ଯାଇଥିବା ମନ୍ତ୍ରର ଜପ କରନ୍ତୁ,ଏହି ସବୁ ମନ୍ତ୍ର ସବୁ ବିଷ୍ଣୁ ଙ୍କ ମନ୍ତ୍ର ଅଟେ ଓ ମନ୍ତ୍ର ଜପ କରିବା ଦ୍ଵାରା ବିଷ୍ଣୁ ଙ୍କ କୃପା ମିଳିଥାଏ ।

ଓଁ ନମଃ ନାରାୟଣ, ଓଁ ନମଃ ଭଗବତେ ବାସୁ ଦେବାୟ

ବିଷ୍ଣୁ ଗାୟତ୍ରୀ ମହାମନ୍ତ୍ର -ଓଁ ନାରାୟଣ ବିଦ୍ମହେ । ବସୁଦେବାୟ ଧୀମହୀ । ତନ୍ନୋ ବିଷ୍ଣୁ ପ୍ରଚୋଦୟତା ।

ବିଷ୍ଣୁ କୃଷ୍ଣ ଅବତାର ମନ୍ତ୍ର – ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରୀ । ହେ ନାଥ ନାରାୟଣ ବାସୁଦେବାୟ ।

ବିଷ୍ଣୁ ରୂପ ପୂଜନ ମନ୍ତ୍ର — ଶାନ୍ତ କରାମ ଭୁଜଗ ଶୟନମ୍ ପଦ୍ମ ନାଭମ ସୁରେଶମ୍ । ବିଶ୍ୱଧାରମ ଗଗନସାଦୃଶମ ମେଘବର୍ଣ୍ଣମ୍ ଶୁଭାଙ୍ଗମ୍ । ଲକ୍ଷ୍ମୀ କାନ୍ତମ୍ କମଲ ନୟନମ୍ ଯୋଗୀର୍ବିଧା ନାଗମିୟମ୍ ।

Image Courtesy: Google

ତୁଲସୀ ମାଳାରେ ଜପ କରନ୍ତୁ ।

ବିଷ୍ନୁଙ୍କ ମନ୍ତ୍ର ପୁରଦିନ ଜପ କରନ୍ତୁ,ତାଙ୍କ ଜପ ତୁଲସୀ ମାଳରେ ହିଁ କରନ୍ତୁ । ତା ପରଦିନ ସକାଳୁ ଉଠି ବିଷ୍ନୁଙ୍କ ପୂଜାକରନ୍ତୁ । ପୂଜା କରିବା ପରେ ବ୍ରତ ସମାପ୍ତ କରନ୍ତୁ । ଯଦି ସମ୍ଭବ ହୁଏ ତା ଗରିବଙ୍କୁ ଖାଇବାକୁ ଦିଅନ୍ତୁ, କି ଖାଇବା ଜିନିଷ ଦାନ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *