November 1ରୁ ଏହି ସବୁ Smart Phoneରେ ବନ୍ଦ ହେଇଯିବ WhatsApp, ଦେଖନ୍ତୁ ଏଥିରେ ଆପଣଙ୍କ ଫୋନ ନାହିଁ ତ ?

ହ୍ଵାଟ୍ସଆପ ଏକ ଏମିତି ମ୍ୟାସେଜିଙ୍ଗ ଆପ ଅଟେ ଯାହାକୁ ଆଜି ବିଶ୍ଵର ପ୍ରାୟତଃ ଲୋକମାନେ ବ୍ୟବହାର କରୁଛନ୍ତି । ହ୍ଵାଟ୍ସଆପ ୟୁଜରମାନଙ୍କ ପାଇଁ ବର୍ତ୍ତମାନ ଏକ ବଡ ଖବର ଆସିଯାଇଛି । ଯେଉଁମାନେ ନିଜର ପୁରୁଣା ଫୋନରେ ହ୍ଵାଟ୍ସଆପ ବ୍ୟବହାର କରୁଛନ୍ତି ସେମାନଙ୍କର ହ୍ଵାଟ୍ସଆପ ଜଲ୍ଦି ବନ୍ଦ ହେବାକୁ ଯାଉଛି । ବର୍ତ୍ତମାନ ଦିନରେ ହ୍ଵାଟ୍ସଆପ ସମସ୍ତଙ୍କ ପାଇଁ ବହୁତ ଜରୁରୀ ଜିନିଷ ମଧ୍ୟରୁ ଗୋଟିଏ ହୋଇ ଯାଇଛି । ସମସ୍ତ କାମରେ ବିଶେଷ କରି ଅଫିସ କାମରେ ହ୍ଵାଟ୍ସଆପ ନିହାତି ଦରକାର ।

କାରଣ ଏଥିରେ ଆପଣ ସଙ୍ଗେ ସଙ୍ଗେ ନିଜର ଦରକାରୀ କାଗଜପତ୍ର କାହାକୁ ବି ପଠାଇ ପାରିବେ । ଯଦି କୌଣସି କାରଣରୁ ହ୍ଵାଟ୍ସଆପ ବନ୍ଦ ହୋଇଯିବ ତେବେ ପୁରା ବିଶ୍ଵରେ ବ୍ୟବହାର କରୁଥିବା ହ୍ଵାଟ୍ସଆପ ୟୁଜରମାନଙ୍କୁ ବହୁତ ଅସୁବିଧା ହେବ ।

ବର୍ତ୍ତମାନ ହ୍ଵାଟ୍ସଆପ କମ୍ପାନୀ କିଛି ପୁରୁଣା ସ୍ମାର୍ଟଫୋନରୁ ନିଜର ହ୍ଵାଟ୍ସଆପ ଆପକୁ ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି । ଯାହାକି କିଛି ୟୁଜରମାନଙ୍କ ପାଇଁ ଚିନ୍ତାର କାରଣ ହୋଇ ଯାଇଛି । ହ୍ଵାଟ୍ସଆପ କମ୍ପାନୀ ତରଫରୁ ଏକ ସୂଚନା ଜାରି କରାଯାଇଛି ଯେଉଁଥିରେ କୁହାଯାଇଛି କି ନଭେମ୍ବର ୧ ରୁ କିଛି ସ୍ମାର୍ଟଫୋନରେ ହ୍ଵାଟ୍ସଆପ କାମ କରିବ ନାହିଁ । ଯଦି ଆପଣଙ୍କ ଫୋନ ଏହି ଲିସ୍ଟରେ ଅଛି ତେବେ ଆପଣ ସତର୍କ ହୋଇ ଯାଆନ୍ତୁ । ଯଦି ହ୍ଵାଟ୍ସଆପ ବନ୍ଦ ହୋଇଯିବେ ତେବେ ଆପଣ କାହାକୁ ବି ମ୍ୟାସେଜ, ଫଟୋ ଓ ଭିଡିଓ ସେଣ୍ଡ କରି ପାରିବେ ନାହିଁ ।

ସେଥିପାଇଁ ଅସୁବିଧାର ସମ୍ମୁଖୀନ ହେବା ପୂର୍ବରୁ ନିଜେ ସତର୍କ ହୋଇ ଯାଆନ୍ତୁ । ଅଣ୍ଡ୍ରୋଏଡ ହେଉ କି ଆଇ ଫୋନ ଯଦି ଆପଣଙ୍କ ଫୋନ ଏଥିରେ ସାମିଲ ଅଛି ତେବେ ନଭେମ୍ବର ୧ରୁ ଆପଣ ଆଉ ହ୍ଵାଟ୍ସଆପ ବ୍ୟବହାର କରି ପାରିବେ ନାହିଁ ।

କାରଣ ବର୍ତ୍ତମାନ ଅଣ୍ଡ୍ରୋଏଡ ୪.୧ କମ ଭର୍ଜନ ଫୋନରେ ହ୍ଵାଟ୍ସଆପ କାମ କରିବ ନାହିଁ । ଏହା ଠାରୁ ଅଧିକ ଭରର୍ଜନ ଫୋନରେ ହ୍ଵାଟ୍ସଆପ କାମ କରିବ । ତେବେ ଚାଳନ୍ତୁ ଜାଣିବା ସେହି ସବୁ ସ୍ମାର୍ଟଫୋନ ବିଷୟରେ ଜାଣିବା । ଯେଉଁ ସବୁ ଫୋନରୁ ନଭେମ୍ବର ୧ ରୁ ହ୍ଵାଟ୍ସଆପ କାମ କରିବା ବନ୍ଦ କରିଦେବ ।

Apple iPhone କମ୍ପାନୀର iPhone 6S, iPhone 6S Plus, Apple iPhone SEରେ ହ୍ଵାଟ୍ସଆପ ବନ୍ଦ ହୋଇଯିବ । ସେହିଭଳି Samsung କମ୍ପାନୀର Samsung Galaxy Trend Lite, Samsung Galaxy SII, Samsung Galaxy Trend II, Samsung Galaxy S3 Mini, Samsung Galaxy Core, Samsung Galaxy Xcover 2, Samsung Galaxy Ace 2ରେ ବି ହ୍ଵାଟ୍ସଆପ ବନ୍ଦ ହୋଇଯିବ । ସେହିଭଳି LG ଓ Huawei ଭଳି କେତେକ କମ୍ପାନୀର ସ୍ମାର୍ଟଫୋନ ଯାହାର ଅଣ୍ଡ୍ରୋଏଡ ଭର୍ଜନ ୪.୧ କମରୁ କମ ଥିବ ଶି ସମସ୍ତ ସ୍ମାର୍ଟଫୋନରେ ହ୍ଵାଟ୍ସଆପ ବନ୍ଦ ହୋଜିବ ।

Leave a Reply

Your email address will not be published. Required fields are marked *