ନୂଆବର୍ଷ 2022 ରେ 8ଟି ରାଶିର ଭାଗ୍ୟ ବଦଳିବ ଓ 4ଟି ରାଶି ରୁହନ୍ତୁ ସାବଧାନ- Jyotisha Shastra

ଆଜି ହେଉଛି ନୂଆବର୍ଷ ୨୦୨୨ ବର୍ଷର ଆରମ୍ଭ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ୧୨ ଗୋଟି ରାଶି ରହିଛି । ତେବେ ଏହି ନବ ବର୍ଷରେ କିପରି ରହିବ ୨୦୨୨ ର ନୂଆବର୍ଷ ସେହି ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । କେଉଁ ରାଶି ମାନଙ୍କ ପ୍ରତି ସମୟ ଭଲ ଓ ଖରାପ ରହିବ ଆସନ୍ତୁ ଜାଣିବା ।

ମେଷ ରାଶି : ଆପଣଙ୍କର ଭାଗ୍ୟ ସମ୍ପର୍କ ସାଥ ଦେବ । ବର୍ଷର ଦିନ ଗୁଡିକ ଭଲରେ କଟିବ । ଯେଉଁ କାମ ହାତକୁ ନେବେ ସେଥିରେ ସଫଳ ହେବେ । ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଚାକିରି କ୍ଷେତ୍ର ଯାଏଁ ଉନ୍ନତି ହେବ ।

ବୃଷ ରାଶି : ଆପଣଙ୍କ ଜୀବନରେ ଏତେ ସାରା ଖୁସି ଆସିବାକୁ ଯାଉଛି ଯାହାର ଚିନ୍ତା ଆପଣ କରି ନ ଥିବେ । ବୈବାହିକ ଜୀବନ ସୁଖମୟ ରହିବ ।

ମିଥୁନ ରାଶି : ଆପଣଙ୍କର ନୂଆବର୍ଷ ବିଶେଷ ଫଳପ୍ରଦ ହେଉ ନାହି । କୌଣସି ସମସ୍ୟାର ସମୁଖିନ୍ନ ହେବେ । କୌଣସି ନିସ୍ପତି ନେବା ପୂର୍ବରୁ ବିଚାର କରନ୍ତୁ ।

କର୍କଟ ରାଶି : ଆପଣ ସମାଜରେ ପ୍ରଶଂସାର ପାତ୍ର ହେବେ । ଭାଗ୍ୟର ସଂପୂର୍ଣ୍ଣ ସାଥ ମିଳିବ । କର୍ମ ଅନୁଯାୟୀ ଫଳ ପାଇବେ । ଧନ ଲାଭର ଯୋଗ ରହିଛି ।

ସିଂହ ରାଶି : ଏହି ରାଶିର ଲୋକ ମାନଙ୍କର ସମାଜରେ ଖ୍ଯାତି ବୃଦ୍ଧି ହେବା ସହ ପଦ ପ୍ରତିଷ୍ଠା ହେବେ । ବିବାହ ଯୋଗ ରହିଛି । ପାରିବାରିକ ଜୀବନ ବେଶ ଭଲରେ ରହିବ ।

କନ୍ୟା ରାଶି : ଆପଣଙ୍କର ଭାଗ୍ୟ ସାଥ ଦେବ । ଯେତେ ଅଧିକ ପରିଶ୍ରମ କରିବେ ସେତେ ସଫଳ ହେବେ । ଚାକିରି କ୍ଷେତ୍ରରେ ପଦ ଉନ୍ନତି ହେବ । ବିବାହ ଯୋଗ ରହିଛି ।

ତୁଳା ରାଶି : ଆପଣଙ୍କ ପାଇଁ ନୂଆବର୍ଷ ସୁଖ ସମୃଦ୍ଧି ନେଇ ଆସୁଛି । ପରିବାରିକ କଳହ ଦୂର ହେବ । ଜୀବନରେ ସୁଖ ଶାନ୍ତି ବୃଦ୍ଧି ପାଇବ । ନୂଆ ଯାନବାହନ କ୍ରୟ କରିବେ ।

ବିଛା ରାଶି : ଆପଣ କୌଣସି କ୍ଷେତ୍ରରେ ଧନ ନିବେଶ କରି ଲାଭାବନା ହେବେ । ବିବାହ ଯୋଗ ରହିଛି । ଆର୍ଥୀକ ସ୍ଥିତି ମଜବୁତ ରହିବ । ଆପଣଙ୍କର ଆୟରେ ବୃଦ୍ଧି ହେବ ।

ଧନୁ ରାଶି : ଆପଣଙ୍କର ଆଗାମୀ ସମୟ ଭଲ ରହିବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ । ଆୟର ନୂଆ ସ୍ରୋତ ପାଇବେ । ବର୍ଷରେ ବହୁତ ଭଲ ପରିଣାମ ଦେଖାଯିବ ।

ମକର ରାଶି : ଆପଣଙ୍କ ପାଇଁ ନୂଆବର୍ଷ ବିଶେଷ ଫଳପ୍ରଦ ହେଉ ନାହି । ଅଯଥା ଖର୍ଚ୍ଚ ହୋଇପାରେ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଧନ ଜନିତ ସମସ୍ୟା ଲାଗି ରହିବ ।

କୁମ୍ଭ ରାଶି : ଏହି ନୂଆବର୍ଷରେ ଆପଣଙ୍କ ପାଇଁ ଭଲ ପରିଣାମ ଦେଖିବାକୁ ମିଳିବ । ଦାଂପତ୍ଯ ଜୀବନ ଠାରୁ ଆରମ୍ଭ କରି ବୈବାହିକ ଜୀବନ ସୁଖମୟ ରହିବ ।

ମୀନ ରାଶି : ଆପଣଙ୍କ ଜୀବନରେ ଅନେକ ସଫଳତା ଆସିବ । ସମାଜରେ ମାନ ସମାନ ବୃଦ୍ଧି ହେବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *