ନୂଆ ଟ୍ରାଫିକ ନିୟମ ଅନୁସାରେ, ଗାଡି ଚେକିଂ ସମୟରେ କଣ ରହିଛି ସାଧାରଣ ଜନତାଙ୍କର ଅଧିକାର- ଜାଣନ୍ତୁ ସମ୍ପୂ୍ର୍ଣ୍ଣ ନିୟମ

ନମସ୍କାର ବନ୍ଧୁଗଣ, ଆପଣମାନକୁ ସ୍ଵାଗତ ଆମର ଏହି ଲେଖାକୁ । ଯେମିତିକି ଆପଣମାନେ ଜାଣିଛନ୍ତି ଏହି ମାସ ଆରମ୍ଭରୁ ସାରା ଦେଶରେ ନୂଆ ଟ୍ରାଫିକ ନିୟମ ସବୁ ହେଇଛି । ଯାହା ଲୋକଙ୍କ ମନରେ ଭୟ ମଧ୍ୟ ସୃଷ୍ଟି କରୁଛି । ଆଗରୁ ଲୋକେ ତ୍ର୍ଫିକ ନିୟମକୁ ନ ମନି ଅନେକ ଭୁଲ କରୁଥିଲେ କାହିଁକି ନା ସେତେବେଳେ ଫାଇନ ବହୁତ କମ ଥିଲା, କିନ୍ତୁ ଏବେ ଏହା ୧୦ ଗୁଣ ବଢାଇ ଦିଆ ଯାଇଛି । ଏହି ଚକ୍କର ରେ କେତେ ଲୋକ ୫୦ ହଜାର ରୁ ୮୦ ହଜାର ଭିତରେ ଫାଇନ ମଧ୍ୟ ଦେଇ ସାରିଲେଣି ।

ତେବେ ଏହି ସବୁ ନିୟମକୁ ନେଇ ସାଧାରଣ ଜନତାଙ୍କର ମଧ୍ୟ କିଛି ଅଧିକାର ରହିଛି । ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ । ନିୟମ କହୁଛି କି କୌଣସି ବି ଗାଡି ଚାଳକ ପୁଲିସକର୍ମୀଙ୍କ ସହ କଥାବାର୍ତ୍ତା କରିବା ସମୟରେ କ୍ୟାମେରା ବ୍ୟବହାର କରିପାରିବେ । ଏଭଳି କରିବାରେ କୌଣସି ପ୍ରକାରର ପ୍ରତିବନ୍ଧକ ତଥା ରୋକ୍ ଲଗାଯାଇ ନାହିଁ । ପୁଲିସକର୍ମୀଙ୍କ ନିକଟରେ କୌଣସି ବି ବ୍ୟକ୍ତିଙ୍କ ଫୋନ କିମ୍ବା କ୍ୟାମେରା ଆଦି ଛଡାଇ ରଖିବା କିମ୍ବା ଭାଙ୍ଗିବାର ଅଧିକାର ମଧ୍ୟ ନାହିଁ ।

ଏହା ପରେ ଯଦି କୌଣସି ଗାଡି ଚାଳକ ର କାଗଜପତ୍ର ତା ପାଖେ ନାହିଁ ତେବେ ସେ ମୋବାଇଲରେ ଡିଜିଟାଲ କାଗଜପତ୍ର ଦେଖାଇପାରିବେ । ସେହିଭଳି ଯଦି ପୋଲିସ ଅଟକାଇଲେ ମଧ୍ୟ କେହି ନ ରୁହେ ତେବେ ପୋଲିସ ସେହି ଗାଡି ଚାଳକ ବିରୁଦ୍ଧରେ ଆଇନ ଅନୁସାରେ ଦଣ୍ଡ ଦେଇ ପାରିବେ । କେହି ବି ପୋଲିସ କୌଣସି ଲୋକକକୁ ଚେକିଂ ସ୍ମାୟରେ ଗାଲ କରିବେ ନାହିଁ, କି ମାରି ପାରିବେ ନାହିଁ ।  ଏହା ବ୍ଯତୀତ ଆହୁରି ଅନେକ ଅଧିକାର ଅଛି ସେ ବିଷୟରେ ଆସନ୍ତୁ ଜାଣିବା-

ଅନ୍ୟ ଅଧିକାର

୧. ଚାଲାଣ ବହି କିମ୍ବା ଇ-ଚାଲାଣ ମେସିନ ବିନା ଟ୍ରାଫିକ ଅଧିକାରୀ କୌଣସି ଚାଲାଣ କାଟି ପାରିବେ ନାହିଁ ।

୨. ପୋଲିସ ଯଦି ବିନା ଚାଲାଣରେ ଟଙ୍କା ମାଗୁଥାନ୍ତି ତେବେ ଆଦୌ ଦିଅନ୍ତୁ ନାହିଁ । ଏପରିକି ପୋଲିସକୁ କିଛି ଲାଞ୍ଚ ଦେଇ ଖସି ଯିବାକୁ ମଧ୍ୟ ଚେଷ୍ଟା କରନ୍ତୁ ନାହିଁ ।

୩. ରାସ୍ତାରେ ଗଲାବେଳେ ଯଦି ଟ୍ରାଫିକ ପୋଲିସ ଗାଡି ଅଟକାନ୍ତି ତେବେ ପ୍ରଥମେ ଗାଡି ଅଟକାଇ କାଗଜ ପତ୍ର ଦେଖାନ୍ତୁ । ମନେ ରଖନ୍ତୁ ଗାଡି ଚେକିଙ୍ଗ ବେଳେ ପୋଲିସକୁ କେବଳ ଡ୍ରାଇଭିଂ ଲାଇସେନ୍ସ ହିଁ ଦେଖାନ୍ତୁ ।

୪. ମୋଟର ଯାନ ଅଧିନିୟମ ଅନୁଯାୟୀ ଲାଲବତୀ ଜଳିବା ପରେ ରୋଡ ପାର କରିବା, ନୋ ପାର୍କିଂ ଜୋନରେ ଗାଡି ପାର୍କିଂ କରିବା, ହେଲମେଟ ଲାଇସେନ୍ସ ବିନା ଯାତ୍ରା କରିବା, ଅତ୍ୟଧିକ ବେଗରେ ଗାଡି ଚଳାଇବା, ଗାଡି ଚଳାଇବା ବେଳେ ଧୂମପାନ କରିବା, ବିନା ନମ୍ବରରେ ଗାଡି ଚଳାଇବା, ପଞ୍ଜୀକରଣ ହୋଇନଥିବା ଗାଡି ଚଳାଇବା, ବୀମା ଓ ବାୟୁ ପ୍ରଦୂଷଣର ଡକୁମେଣ୍ଟ ନଥିଲେ ଏହା ଟ୍ରାଫିକ ନିୟମର ଉଲଂଘନ କରିଥାଏ । କେବଳ ଏଥିପାଇଁ ଚାଲାଣ କଟାଯାଇଥାଏ ।

୫. ଲାଲ ବତୀ ଜଳିବା ପରେ ରାସ୍ତା ପାର କରିବା, ମଦ୍ୟପାନ କରି ଗାଡି ଚଳାଇବା, ଟ୍ରିପଲ ଡ୍ରାଇଭ କରିବା କିମ୍ବା ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର କରିବା ଦ୍ଵାରା ଟ୍ରାଫିକ ପୋଲିସ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ଜବତ କରି ପାରିବେ ।

୬. ଏହା ଛଡା କୌଣସି ଟ୍ରାଫିକ ଅଧିକାରୀ ଗାଡି ଚାଳକଙ୍କ ଗାଡିରୁ ଚାବି କାଢି ନେଇ ପାରିବେ ନାହିଁ । ଏପରି ସ୍ଥିତିରେ ଆପଣ ବିରୋଧ ମଧ୍ୟ କରି ପାରିବେ ।

୭. ଯଦି ବିନା ଚାଲାଣ ବହିରେ କେହି ଜୋରିମାନା ଆଦାୟ କରୁଥାନ୍ତି ତେବେ ଆଦୌ ଜୋରିମାନା ଦିଅନ୍ତୁ ନାହିଁ ।

୮. କିନ୍ତୁ ବିନା ବର୍ଦ୍ଦିରେ ଗାଡି ଚାଳକଙ୍କ ଠାରୁ ଫାଇନ ଆଦାୟ କରି ପାରିବେନି ଟ୍ରାଫିକ ଅଧିକାରୀ ।

୯. ଏହା ଛଡା ବିନା ରସିଦରେ ଟ୍ରାଫିକ ପୋଲିସ ଡ୍ରାଇଭିଂ ଲାଇସେନ୍ସ ଜବତ କରି ପାରିବେନି ।

୧୦. ସର୍ବଦା ଚାଲାଣ କାଟୁଥିବା ଅଧିକାରୀଙ୍କ ବକଲ ନମ୍ବର ଓ ନାଁ ପଚାରିବାକୁ ଆଦୌ ଭୁଲନ୍ତୁ ନାହିଁ । ଏପରିକି ତାଙ୍କ ଆଇଡ଼ି କାର୍ଡ ଦେଖାଇବାକୁ ମଧ୍ୟ ଆପଣ କହି ପାରିବେ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *