Nurse ହେବ ତ ଏମିତି ! ନର୍ସଙ୍କ ଡ୍ୟାନସ ଦେଖି ପକ୍ଷାଘାତରୁ ଉଠି ନାଚିଲେ ରୋଗୀ, Video ଭାଇରଲ

ନମସ୍କାର ବନ୍ଧୁଗଣ । ନର୍ସ ହେବ ତ ଏମିତି । ଯାହାକୁ ଦେଖିବେ ସେମାନେ କେବଳ ନାର୍ସ ଜଣଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି । ସମସ୍ତଙ୍କ ମୁହଁରୁ ବାହାରୁଛି ନର୍ସ ହେବ ତ ଏମିତି । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ପକ୍ଷାଘାତ ରୋଗରେ ପୀଡିତ ଜଣେ ରୋଗୀଙ୍କୁ ଏ ନାର୍ସ ଜଣକ କିପରି ବ୍ୟବହାର କରୁଛନ୍ତି । ଏହା ସହ ନାରସ ଜନକ ରୋଗୀଙ୍କ ସହ କିଭଳି ଡ୍ୟାନ୍ସ କରୁଛନ୍ତି ତାହା ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ।

ଏମିତି ଦ୍ରୁଶ୍ଯ ଆପଣ ମାନେ କେବେ କୌଣସି ହସପିଟାଲ ରେ ଦେଖି ନ ଥିବେ । ଯଦି ଏପରି ରୋଗୀଙ୍କୁ ଚିକିତ୍ସା କରାଯାଏ ତେବେ ରୋଗୀ ବିନା ଔଷଧରେ ଅଧା ଭଲ ହୋଇଯିବେ । ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସୋର ରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ରେ ନର୍ସ ଜଣକ ରୋଗୀଙ୍କର ହାତ ଗୋଡ ମୁମେଣ୍ଟ କରାଇବା ପାଇଁ ଡ୍ୟାନ୍ସ ଜରିଆରେ ଚେଷ୍ଟା କରୁଛନ୍ତି ।

ନର୍ସ ନିଜେ ଡ୍ୟାନ୍ସ କରିବା ସହ ରୋଗୀଙ୍କ ହାତ ଧରି ତାଙ୍କୁ ମଧ୍ୟ ଡ୍ୟାନ୍ସ କରାଉଛନ୍ତି । ଯାହାର ପ୍ରଭାବ ମଧ୍ୟ ରୋଗୀଙ୍କ ଉପରେ ପଡିଛି । ମ୍ୟୁଜିକର ତାଳେ ତାଳେ ନର୍ସ ପକ୍ଷେ ହାତ ଦୁଇଟି ହଲାଇ ଡ୍ୟାନ୍ସ କରୁଛନ୍ତି । ଅନ୍ୟ ପକ୍ଷରେ ପକ୍ଷାଘାତ ରେ ପୀଡିତ ହୋଇଥିବା ରୋଗୀ ଜଣକ ଗୋଟିଏ ହାତ ଉଠାଇ ନାଚିବାକୁ ଉଦ୍ୟମ କରୁଛନ୍ତି । ଆଉ ପରେ ପରେ ରୋଗୀ ଜଣକ ଦୁଇ ହାତ ଉଠାଇ ନାଚିବାରେ ଲାଗିଛନ୍ତି ।

ଏଭଳି ଭାବେ ଜଣେ ପକ୍ଷାଘାତ ରୋଗୀଙ୍କ ପାଇଁ ଏହା ଠାରୁ ବଡ ଚିକିତ୍ସା ଆଉ କିଛି ହୋଇ ପାରିବ ନାହି । ଟ୍ବିଟର ରେ ଦିପାଂଶୁ ନାମକ ଜଣେ ବ୍ୟକ୍ତି ପୋଷ୍ଟ କରି ଲେଖିଛନ୍ତି ଯେ ଏହି ରୋଗ ଭଲ ହେବା ପରେ ରୋଗୀ ଡାକ୍ତରଙ୍କୁ ଚିହ୍ନିବା ସହ ଧନ୍ୟବାଦ ଦେଇଥାନ୍ତି । କେବଳ ଡାକ୍ତରଙ୍କ ଯୋଗୁ ଭଲ ହେବା କଥା ସମସ୍ତେ କଥା ହୋଇଥାନ୍ତି । କିନ୍ତୁ ମେଡିକାଲରେ କାମ କରୁଥିବା ଅନ୍ୟ କର୍ମଚାରୀ ଙ୍କୁ ଲୋକ ମାନେ ଭୁଲି ଯାଆନ୍ତି । କେହି ସେମାନଙ୍କ ବିଷୟରେ କଥା ହୁଅନ୍ତି ନାହି ।

କିନ୍ତୁ ରୋଗୀର ରୋଗ ଭଲ ହେବା ପଛରେ ସେମାନଙ୍କର ଭୂମିକା ମହତ୍ଵ ପୂର୍ଣ୍ଣ ରହିଥାଏ । ଏହି ଭିଡିଓ ଦେଖିବା ପରେ ଅନ୍ୟ ମେଡିକାଲ ଷ୍ଟାଫ ହୁଅନ୍ତୁ ବା ନର୍ସ ହୁଅନ୍ତୁ କିଛି ଶିଖି ପାରିବେ । ଆଉ ରୋଗୀଙ୍କ ସେବା କରିବାର କଳା ଜାଣି ପାରିବେ ଏହି ଭିଡିଓ ଜରିଆରେ । ଆଉ ଲୋକ ମାନେ ମଧ୍ୟ ରୋଗୀଙ୍କର ସେବା କରିବା ପାଇଁ ନର୍ସଙ୍କର ଭୂମିକା କେତେ ଗୁରୁତ୍ଵ ପୂର୍ଣ୍ଣ ତାହା ଜାଣି ପାରିବେ । ବାସ୍ତବରେ ନର୍ସଙ୍କର ଏହି କାମ ପାଇଁ ସେ ପ୍ରଶଂସା ଯୋଗ୍ୟ ଅଟନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ନର୍ସ କରିଥିବା କାମ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *