ଅନାଥଙ୍କ ପାଇଁ ଓଡିଶା ସରକାରଙ୍କ ବଡ ଯୋଜନା, “ଆଶୀର୍ବାଦ” ଜାଣନ୍ତୁ କଣ ରହିଛି ଏହି ଯୋଜନାରେ

କରୋନା କେବଳ ଲୋକମାନଙ୍କର ପ୍ରାଣ ନେଉ ନାହିଁ ଏହା ଛଡା କେତେକ ପରିବାରକୁ ଅସାହାୟ କରି ଦେଇ ଚାଲି ଯାଉଛି । କେତେକ ପିଲାମାନଙ୍କର ହାତ ମୁଣ୍ଡରୁ ବାପା ମାଙ୍କ ସାୟା ବି ଛଡାଇ ନେଉଛି । କହିବାକୁ ଗଲେ କରୋନାର ସମସ୍ତଙ୍କୁ ଜୀବନର ଅସଲ ଚେହେରା ଦେଖା ଦେଇଛି । ଏହା ମଧ୍ୟରେ ଓଡିଶାର ରାଜ୍ୟ ସରକାର ଏକ ଭଲ ଯୋଜନା ଆରମ୍ଭ କରିଛନ୍ତି ।

ଏହି ଯୋଜନା ଅନ୍ତର୍ଗତ ଯେଉଁ ପିଲାମାନେ କରୋନାରେ ନିଜର ପିତା ମାତାଙ୍କୁ ହରାଇଛନ୍ତି ସେମାନଙ୍କୁ ପ୍ରତି ମାସ କିଛି ଅର୍ଥ ରାଶି ସାହାର୍ଯ୍ୟ ରୂପରେ ଦିଆଯିବ । ରାଜ୍ୟ ସରକାରଙ୍କ ଏହି ଯୋଜନାର ନାଁ ହେଉଛି ଆଶୀର୍ବାଦ ଯୋଜନା । ଯଦି କୌଣସି ପରିବାରର ମାତା ପିତା କିମ୍ବା କୌଣସି ପରିବାରର ମୁଖ୍ୟ ବ୍ୟକ୍ତି ଯିଏ ଟଙ୍କା ରୋଜଗାର କରୁଥିଲେ ସେମାନଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ସେମାନଙ୍କର ପିଲାମାନଙ୍କୁ ମାସକୁ ୨୫୦୦ ଟଙ୍କା ମିଳିବ ।

କିନ୍ତୁ ଯଦି ମୁଖ୍ୟ ଉପାର୍ଜନ କାରୀ ବାପା କିମ୍ବା ମା ଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି ତେବେ ସେହି ପିଲାଙ୍କୁ ୧୫୦୦ ଟଙ୍କା ମିଳିବ । ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ କହିଛନ୍ତି କି ଜଣେ ହେଲେ ବି ଅସାହାୟ ଶିଶୁ ଯେମିତି ଏହି ଯୋଜନାରୁ ବାଦ ନ ପଡନ୍ତି ସେଥି ପ୍ରତି ଦ୍ରୁଷ୍ଟି ଦେବା ପାଇଁ । ଏଥିପାଇଁ ଜିଲ୍ଲାପାଳ ସବୁ ବର୍ଷ ସ୍ଵତନ୍ତ୍ର ଅଭିଯାନ ବି କରିବେ । ଗତ ବର୍ଷ ଏପ୍ରିଲ ମାସ ୨୦୨୦ ଠାରୁ ବାପା ମା କିମ୍ବା ପରିବାରର ମୁଖ୍ୟ ଉପାର୍ଜନ କାରୀଙ୍କୁ ହରାଇ ଥିବା ପିଲାମାନଙ୍କର ଶିକ୍ଷା, ଭରଣ ପୋଷଣ ତଥା ଯତ୍ନ ନେବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନୂଆ ଆଶୀର୍ବାଦ ଯୋଜନା ବାହାର କରିଛନ୍ତି ।

ଯଦି ଆବଶ୍ୟକ ପଡେ ତେବେ ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ସେହି ମାନର ବିଦ୍ୟାଳରେ ବି ଏହି ପିଲାମାନେ ପାଠ ପଢି ପାରିବେ । କହିବାକୁ ଗଲେ ଯେଉଁ ପିଲାମାନେ କରୋନା କାରଣରୁ ଉଭୟ ମାତା ଓ ପିତାଙ୍କୁ ହରାଇଛନ୍ତି ସେମାନଙ୍କୁ ମାସକୁ ୨୫୦୦ ଟଙ୍କା ମିଳିବ । କିନ୍ତୁ ଯେଉଁ ପରିବାରରେ କେବଳ ମା କିମ୍ବା କେବଳ ବାପାଙ୍କର ମୃତ୍ୟୁ ହୋଇଛି ତାଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା ମିଳିବ । ଏତିକି ନୁହେଁ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ବି ଏହି ପିଲାମାନଙ୍କୁ ସାମିଲ କରାଯିବ ।

ଯାହା ଦ୍ଵାରା ଏହି ପିଲାମାନଙ୍କର ମାଗଣା ଚିକିତ୍ସା କରାଯିବ । ଏହି ପିଲାମାନଙ୍କର ଦାୟିତ୍ଵ ନେଉଥିବା ଲୋକମାନଙ୍କର ମଧ୍ୟ କିଛି ସୁବିଧା ସୁଯୋଗ ମିଳିବ । ଯେମିତି କି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକା ଘର ଇତ୍ୟାଦି ଯୋଜନାର ଯଦି ଏମାନେ ଯୋଗ୍ୟ ହୋଇଥାନ୍ତି ତେବେ ସେହି ପିଲାମାନଙ୍କର ମଙ୍ଗଲ ପାଇଁ ଓ ସେମାନଙ୍କର ଦେଖାଶୁଣା କରୁଥିବା ବ୍ୟକ୍ତିଙ୍କୁ ଘର ଦିଆଯିବ । ଏହି ଆତ୍ମୀୟମାନଙ୍କୁ ଅନ୍ୟ ସମସ୍ତ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ।

ଯେଉଁ ପିଲାମାନଙ୍କର ବାପା ମା ନାହାନ୍ତି ଓ ଦେଖାଶୁଣା କରିବା ପାଇଁ ଆତ୍ମୀୟ ବି ନାହାଁନ୍ତି ସେମାନଙ୍କୁ ଚାଇଲ୍ଡ ହୋମ କେୟାରରେ ରଖାଯାଇଥାଏ । ସେହି ପିଲାମାନଙ୍କର ଆକାଉଣ୍ଟ ସିଧା ଟଙ୍କା ପଠାଯିବ । ରାଜ୍ୟ ସରକାର ଏଥିପାଇଁ ଜିଲ୍ଲାପାଳଙ୍କୁ ସମସ୍ତ ଦାୟିତ୍ଵ ଦେଇଛନ୍ତି ଓ କୌଣସି ବି ପିଲା ଏଥିରୁ ନ ବାଦ ପଡିବେ ସେଥିପ୍ରତି ଦ୍ରୁଷ୍ଟି ରଖିବା ପାଇଁ ବି କହିଛନ୍ତି । ପିଲାମାନଙ୍କର ଆତ୍ମୀୟମାନେ ଏହି ଯୋଜନା ପାଇଁ ଆବେଦନ କରି ଏହାର ଲାଭାର୍ଥୀ ହୋଇ ପାରିବେ ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *