ଅକ୍ଟୋବର 1 ରୁ ବ୍ଯାଙ୍କ କ୍ଷେତ୍ରରେ ଏହି ସବୁ ନିୟମରେ ହେବ ପରିବର୍ତ୍ତନ

ନମସ୍କାର ବନ୍ଧୁଗଣ । ଅକ୍ଟୋବାର ମାସ ଆରମ୍ଭରୁ ସରକାରୀ କ୍ଷେତ୍ର ରେ ଅନେକ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏହି ନୂଆ ନିୟମ ଲୋକ ମାନଙ୍କର ଦୈନନ୍ଦିନ ଜୀବନରେ ପ୍ରଭାବ ପକାଇ ପାରେ । ଏହି ନିଯମରେ ପେନସନ ଠାରୁ ଆରମ୍ଭ କରି ବ୍ଯାଙ୍କ ଚେକବୁକ ଯାଏଁ ଭିନ୍ନ ନିୟମ ରହିଛି । ତେବେ ଆସନ୍ତୁ ଜାଣିବା ସେହି ନୂଆ ନିୟମ ଗୁଡିକ କଣ ରହିଛି ।

୧- ଅକ୍ଟୋବର ପହିଲାରୁ ୮୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ଯେଉଁ ମାନେ ପେନସନ ପାଉଛନ୍ତି ସେମାନେ ଦେଶର ମୁଖ୍ୟ ଡାକ ବିଭାଗରେ ଥିବା ଜୀବନ ପ୍ରମାଣ ଗୁଡିକରେ ସେମାନଙ୍କର ଡିଜିଟାଲ ପ୍ରମାଣ ପତ୍ର ଦାଖଲ କରିବାର ବିକଳ୍ପ ପାଇ ପାରିବେ । ଏହି ପ୍ରକ୍ରିୟାକୂ ଅଧିକ ସୁବିଧା ଜନକ କରିବା ପାଇଁ ଅଚଳ ହୋଇଥିବା ଜୀବନ ପ୍ରମାଣ କେନ୍ଦ୍ର ଗୁଡିକର ଆଇଡି ନଭେମ୍ବର ୩୦ ସୁଦ୍ଧା ପୁନ ସକ୍ରିୟ କରିବାକୁ ଭାରତୀୟ ଡାକ ବିଭାଗକୂ ନିର୍ଦେଶ ଦିଆ ଯାଇଛି ।

୨- ଅକ୍ଟୋବର ୧ରୁ ପୁରନା ଚେକବୁକ ଓ MICR କୋଡ ୩ଟି ବ୍ୟାଙ୍କରେ ଅବଧ ହୋଇଯିବ । ଏହି ବ୍ଯାଙ୍କ ଗୁଡିକ ହେଉଛି ORIENTAL BANK OF COMMERCE, UNITED BANK OF INDIA, ALLAHABAD BANK । ପଞ୍ଜାବ ନ୍ୟାସନାଲ ବ୍ଯାଙ୍କ ସହ ମିଶିର ହୋଇଥିବା ORIENTAL BANK ଓ UNITED BANK ସୂଚନା ଦେଇଛନ୍ତି ଯେ ଏ ଯାଏଁ ଅପଡେଟ ହୋଇନଥିବା ପୁରୁଣା ଚେକବୁକ ଓ ପୂର୍ବରୁ ଥିବା MICR ଓ IFSC କୋଡ ଅପଡେଟ ନ ହୋଇଥିଲେ ବନ୍ଦ ହୋଇଯିବ ।

୩- ଅକ୍ଟୋବର ପହିଲାରୁ ରେଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆର ନିର୍ଦେଶ ଅନୁଯାୟୀ ଡେବିଟ କ୍ରେଡିଟ କାର୍ଡରୁ ଅଟୋ ଡେବିଟ କାର୍ଡରୁ ସୁବିଧା ଗୁଡିକରେ ପରିବର୍ତ୍ତନ କରାଯିବ । ଏହି କ୍ଷେତ୍ରରେ ଅତ୍ୟଧିକ ଫ୍ୟାକ୍ଟର ଅଥିନ୍ଟିକେଶନ କରିବାକୁ ବ୍ଯାଙ୍କ ଗୁଡିକୁ RBI ଦ୍ଵାରା ନିର୍ଦେଶ ଦିଆ ଯାଇଛି । ଗ୍ରାହକ ମାନଙ୍କର ଅନୁମତି ବିନା ଓଭର ଦ ଟାପ ଓ TT ପ୍ଲାଟଫର୍ମ ଗୁଡିକର ସଦସ୍ଯତା ପାଇଁ ମାସିକ ଦେୟ ବନ୍ଦ ହୋଇଯିବ । ଏହାର ୨୪ ଘଣ୍ଟା ପୂର୍ବରୁ ଗ୍ରାହକଙ୍କୁ ଏକ ସୂଚନା ପଠାଯିବ ଓ ଅନୁମୋଦନ ପରେ କାର୍ଯ୍ୟକାରୀ ହେବ । CSC ଦ୍ଵାରା ଘୋଷିତ କରା ଯାଇଛି ଯେ ଆସେଟରେ କାମ କରୁଥିବା କର୍ମଚାରୀ ମାନେ ସେମାନଙ୍କର ସମୁଦାୟ ବେତନର ୧୦% ସେ ମ୍ୟୁଚାଲ ଫଣ୍ଡର ୟୁନିଟରେ ବିନିଯୋଗ କରିବା ଆବଶ୍ୟକ । ଅକ୍ଟୋବର ୨୦୨୩ରୁ ଏହା ଦରମାର ୨୦%କୂ ବୃଦ୍ଧି ପାଇବ ।

୪- ନୂତନ ନିୟମ ଅନୁଯାୟୀ ଦିଲ୍ଲୀରେ ଅକ୍ଟୋବର ୧୬ ଯାଏଁ କୌଣସି ଘରୋଇ ମଦ ଦୋକାନ ଖୋଲା ଯିବାକୁ ଅନୁମତି ଦିଆଯିବ ନାହି । ଏହି ସମୟ ମଧ୍ୟରେ କେବଳ ସରକାରୀ ମଦ ଦୋକାନ ଖୋଲା ରହିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *