October Guideline : ଏବେ ରାତି 8ରୁ ଟ୍ଵିନସିଟିରେ ଲାଗିବ ନାଇଟ କର୍ଫ୍ୟୁ, ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

ସରକାର ଅକ୍ଟୋବର ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ଆସନ୍ତା ମାସରେ ଯେଉଁ ଗାଇଡ ଲାଇନ ଥିଲା ଏହି ମାସ ବି ସେହି ଗାଇଡ ଲାଇନ ଲାଗୁ ରହିବ । କିନ୍ତୁ ଅକ୍ଟୋବର ୧୧ ରୁ ୨୦ ତାରିଖ ପର୍ଯ୍ୟନ୍ତ ଟ୍ଵିନସିଟିରେ ନାଇଟ କର୍ଫ୍ୟୁ ଜାରି ହୋଇଛି । ଏହି ସହରରେ ରାତି ୮ ଟା ରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ପାଇଁ ସମୟ ନିର୍ଧାରିତ ହୋଇଛି । ଏହି ନାଇଟ କର୍ଫ୍ୟୁ କେବଳ ୧୦ ଦିନ ପାଇଁ ଲାଗୁ ହୋଇଛି ।

ରାଜ୍ୟ ସରକାର ଅକ୍ଟୋବର ମାସ ପାଇଁ ଗାଇଡ ଲାଇନ ଜାରି କରିବା ସହ ରାଜ୍ୟବାସୀଙ୍କୁ ପୂଜାକୁ ଦ୍ରୁଷ୍ଟିରେ ରଖି ସଂକ୍ରମଣ ପାଇଁ ସତର୍କ କରାଇଛନ୍ତି । ଭୁବନେଶ୍ଵର ଓ କଟକରେ ରାତି ୮ ଟା ରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିବ ।

କିନ୍ତୁ ଅନ୍ୟ ସମସ୍ତ ସହରରେ ରାତି ୧୦ ଟା ରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ରହିବ । ପୂର୍ବ ମାସର ଗାଇଡ ଲାଇନ ଏହି ମାସରେ ଜାରି ରହିଛି । କେବଳ ଟ୍ଵିନସିଟି ପାଇଁ କିଛି ନିୟମରେ ପରିବର୍ତ୍ତନ କରାଯାଇଛି । ଆସନ୍ତା ଦିନରେ ଥିବା ପୂଜା ପାର୍ବଣକୁ ଦ୍ରୁଷ୍ଟିରେ ରଖି ଏହି ନିଷ୍ପତି ନିଆ ଯାଇଛି । କଟକ ଓ ଭୁବନେଶ୍ଵରରେ ଅସଂଖ୍ୟ ଭିଡ ହୋଇଥାଏ । ପୂଜା ମଣ୍ଡପ ଓ ଦୋକାନ ବଜାର ଗୁଡିକରେ ବି ଭିଡ ଦେଖାଯାଏ । ସଂକ୍ରମଣ ବଢିବାର ଆଶଙ୍କା ରହିଛି ସେଥିପାଇଁ ସରକାର ଏହି ନାଇଟ କର୍ଫ୍ୟୁକୁ ଲାଗୁ କରିଥିଲେ ।

ଦ୍ଵିତୀୟ ଲହରୀକୁ ବହୁତ କଷ୍ଟରେ ନିୟନ୍ତ୍ରଣ କରାଯାଇଛି । ଏହା ମଧ୍ୟରେ ଲୋକମାନଙ୍କ ଜୀବନ ଜୀବିକା ମଧ୍ୟ ବହୁତ ପ୍ରଭାବିତ ହୋଇଥିଲା । ଏହା ଧୀରେ ଧୀରେ ସ୍ଵାଭାବିକ ହେଉଛି । କେରଲରେ ଏକ ପର୍ବ ପାଲନ ହୋଇଥିଲା କିନ୍ତୁ ଏହା ପରେ ରାଜ୍ୟରେ ପୁଣି ଥରେ ସଂକ୍ରମଣ ବଢିଥିଲା । ଓଡିଶାରେ ବି ଦୂର୍ଗା ପୂଜା ଆରମ୍ଭ ହେଉଛି । ଏମିତିରେ ଦୂର୍ଗା ପୂଜାରେ କଟକ ଓ ଭୁବନେଶ୍ଵରରେ ଗହଳି ହେବା ସୁ ନିଶ୍ଚିତ । ଯଦି ଦୋକାନ ବଜାର ଖୋଲା ରୁହେ ତେବେ ଲୋକମାନେ ନିୟମର ଉଲଂଘନ କରି ପାରନ୍ତି ଓ ସଂକ୍ରମଣ ମଧୁ ବଢି ପାରେ । ସଂକ୍ରମଣକୁ ରୋକିବା ପାଇଁ ସରକାର ପୂର୍ବରୁ ଏହିଭଳି କିଛି ସୁରକ୍ଷା ପଦକ୍ଷେପ ନେଇଛନ୍ତି ।

ସରକାର ବଡ ବଡ ରାଜନୈତିକ ସଭା ଓ ଅନ୍ୟ କିଛି ସଭା ସମିତି ଉପରେ ବି କଟକଣା ଲାଗୁ କରିଛନ୍ତି । ୧୧ ତାରିଖ ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ୧୦ ଦିନ ଯେଉଁ ନାଇଟ କର୍ଫ୍ୟୁ ୮ ଟା ରୁ ୫ ଟା ପର୍ଯ୍ୟନ୍ତ ମଧ୍ୟରେ କେବଳ ଅତି ଆବଶ୍ୟକୀୟ ସାମଗ୍ରୀ ଗୁଡିକ ଆଣି ପାରିବେ । ଏହି ସମୟରେ ଦୋକାନ ବଜାର ବନ୍ଦ ରହିବ । ଅନ୍ୟ କେତେକ ଦୋକାନ ବଜାର ବନ୍ଦ ରହିବ । ଲୋକମାନେ ବାହାରକୁ ଯାଇ ପାରିବେ ନାହିଁ । କେହି ବି ବୁଲି ପାରିବେ ନାହିଁ ଦୋକାନ ବଜାର ସବୁ ବନ୍ଦ ରହିବ ।

Leave a Reply

Your email address will not be published. Required fields are marked *