ଓଡିଆ Heroin ମାନେ ଗୋଟେ ଫିଲ୍ମ ପାଇଁ କେତେ ନିଅନ୍ତି ?

ଓଡିଆ ଚଳଚିତ୍ର ଦୁନିଆରେ ବହୁତ ଅଭିନେତ୍ରୀ ଆସିଛନ୍ତି ଓ ନିଜ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନ କିଣି ନେଇଛନ୍ତି, ତେବେ ସମସ୍ତଙ୍କୁ କେହି ନା କେହି ଅଭିନେତ୍ରୀ ନିଶ୍ଚିନ୍ତ ପସନ୍ଦ ହୋଇଥାନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଏହି ଅଭିନେତ୍ରୀ ମାନେ ଗୋଟେ ଚଳଚିତ୍ର ପାଇଁ କେତେ ଟଙ୍କା ଡିମାଣ୍ଡ କରିଥାନ୍ତି ।

ଅଭିନେତ୍ରୀ ମାନଙ୍କ ପାଇଁ ତାଙ୍କ ସୁନ୍ଦରତା ବହୁତ ଆବଶ୍ୟକ ଅଟେ କାହିଁକିନା ତାଙ୍କ ସୁନ୍ଦରତା ଓ ଅଭିନୟ ଅନୁଯାଇ ତାଙ୍କୁ ଚଳଚିତ୍ର ମିଳିଥାଏ ଯାହା ଫଳ ସ୍ୱରୂପ ତାଙ୍କୁ ଟଙ୍କା ମିଳେ । ତେବେ ଆଜି ଆମେ ଆପଣଙ୍କୁ ଓଡିଶା ଟପ ଅଭିନେତ୍ରୀ ମାନଙ୍କ ପର ମୁଭି ଡିମାଣ୍ଡ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ମାନଙ୍କ ମଧ୍ୟରୁ ବହୁତ ଲୋକେ ଜାଣି ନଥିବେ ।

Image Courtesy: Google

ଝିଲିକ ଭଟାଚାର୍ଜ୍ୟ :

ଝିଲିକ ଭଟାଚାର୍ଜ୍ୟଙ୍କୁ ଆପଣମାନେ ବେସ ଭଲ ଭାବରେ ଜାଣିଥିବେ ସେ ବହୁତ ଚୁଲବୁଲି ଅଭିନେତ୍ରୀ ଅଟନ୍ତି ଓ କୌଣସି ଚଳଚିତ୍ର ପାଇଁ ୪ ରୁ ୫ ଲକ୍ଷ୍ୟ ଟଙ୍କା ଡିମାଣ୍ଡ କରିଥାନ୍ତି । କିନ୍ତୁ ବର୍ତମାନ ସେ ଗୋଟେ ଚଳଚିତ୍ର ପାଇଁ ୩ ଲକ୍ଷ୍ୟ ଟଙ୍କା ନଉଛନ୍ତି ।

Image Courtesy: Google

ବର୍ଷା ପ୍ରିୟଦର୍ଶିନୀ :

ବର୍ଷାଙ୍କୁ ଅଲିଉଡ କ୍ଵିନ କୁହା ଯାଏ, ସେ ଅଲିଉଡ ଉପରେ ବହୁତ ବର୍ଷ ରାଜ କରିଛନ୍ତି । ବରଷାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବେସ ପସନ୍ଦ ଆସିଥିଲା, ତେବେ ବର୍ଷା ବିବାହ ପରେ କୌଣସି ଚଳଚିତ୍ର କରି ନାହାନ୍ତି କିନ୍ତୁ ଆଗରୁ ବର୍ଷା ଗୋଟେ ଫିଲ୍ମ ପାଇଁ ୭ ଲକ୍ଷ୍ୟରୁ ୮ ଲକ୍ଷ୍ୟ ଟଙ୍କା ନେଇଥାନ୍ତି ।

ଭୂମିକା :

ଭୂମିକାଙ୍କୁ କିଏ ଅବା ନଯାଣିଛି ଭୂମିକା ଅଲିଉଡର ସବୁଠାରୁ କମ ବୟସ ଅଭିନେତ୍ରୀ ଅଟନ୍ତି ତାଙ୍କୁ ବର୍ତମାନ କେବଳ ୧୭ ବର୍ଷ ଅଟେ । ଭୂମିକା ନିଜ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନ କିଣି ନେଇଛନ୍ତି ଓ ବର୍ତମାନ ଅନୁଯାଇ ସେ ଗୋଟେ ଫିଲ୍ମ ପାଇଁ ୫ ରୁ ୬ ଲକ୍ଷ୍ୟ ଟଙ୍କା ଡିମାଣ୍ଡ କରିଥାନ୍ତି ।

Image Courtesy: Google

ଶିବାନୀ ସଂଗୀତା :

ଆପଣ ସ୍ସିବାଣୀ ସଂଗୀତାଙ୍କୁ ବେସ ଭଲ ଭାବରେ ଜାଣିଥିବେ ସେ ଶିଷ୍ଟର ଶ୍ରୀଦେବୀ ଓ ରାମ କୁମାର ଭଳି ବହୁତ ଭଲ ଭଲ ଚଳଚିତ୍ର ଅଲିଉଡ ଦୁନିଆକୁ ଦେଇଛନ୍ତି ତେବେ ସେ ବର୍ତମାନରେ ଗୋଟେ ଚଳଚିତ୍ର ପାଇଁ ୫ଲକ୍ଷ୍ୟ ଟଙ୍କା ଡିମାଣ୍ଡ କରୁଛନ୍ତି ।

ଏଲିନା :

ଆପଣ ମାନେ ଏଲିନାଙ୍କୁ ବେସ ଭଲ ଭାବରେ ଜାଣିଥିବେ ସେ ରିଆଲିଟି ଟିଭି ଷୋ ମୁଁ ହେବି ହିରୋଇନର ବିଜେତା ହୋଇଥିଲେ ଯାହା ପରେ ତାଙ୍କୁ ଅଲିଉଡରେ ଚାନ୍ସ ମିଳିଥିଲା ଓ ସେ ନିଜ ଅଭିନୟ ଦ୍ଵାରା ବହୁତ ସୁନ୍ଦର ସୁନ୍ଦର ଚଳଚିତ୍ର ଅଲିଉଡକୁ ଦେଇଛନ୍ତି ତେବେ ବର୍ତମାନ ଅନୁଯାଇ ଏଲିନା ଗୋଟେ ଚଳଚିତ୍ର ପାଇଁ ୮ରୁ ୧୦ଲକ୍ଷ୍ୟ ଟଙ୍କା ଡିମାଣ୍ଡ କରୁଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *