ମନକୁ ବୁଝାଇବାକୁ ଯେତେ ଚେଷ୍ଟା କରିଲେ ବି ମନ ମାନୁନାହି । ଆଖିର ଲୁହାକୁ ରୋକିବାକୁ ଯେତେ ଚେଷ୍ଟା କରିଲେ ବି ଲୁହ ବାହାରୁ ବାହାରି ଆସୁଛି । କେମିତି ବା ନ ଆସିବ । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥି ହୋଇ ରହିବେ ବୋଲି କଥା ଦେଇଥିଲେ । ଜଣେ ସ୍ତ୍ରୀ ପାଇଁ ତାର ସ୍ଵାମୀ ସବୁ କିଛି ହୋଇଥାଏ । ସ୍ଵାମୀ ନାଁ ରେ ସ୍ତ୍ରୀ ମଥାରେ ସିନ୍ଦୁର ଓ ଶଙ୍ଖା ପିନ୍ଧିଥାଏ । ସ୍ଵାମୀ ଚାଲିଗଲା ପରେ ସ୍ତ୍ରୀ ଏ ସବୁ କିଛି ରହି ନ ଥାଏ ।

ଏହି ଦୁଖଦାୟକ କାହାଣୀ ହେଉଛି ବୀର ଯବାନ ରାଣାପ୍ରତାପ ଙ୍କ ସ୍ତ୍ରୀ ଶିବାଙ୍ଗୀ ସିଂ ଓ ତାଙ୍କ ୩ ବର୍ଷର ପୁଅ । ଶଶୁରଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ବୋହୁ ଓ ବୋହୁକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ଶଶୁର । ଉଭୟଙ୍କ ଆଖିରେ ଲୁହ ଶେଷ ହେଉ ନାହି । କାରଣ ବାପା ହରାଇଛି ପୁଅକୁ, ସ୍ତ୍ରୀ ହରାଇଛି ସ୍ଵାମୀଙ୍କୁ ଓ ପୁଅ ହ-ରା-ଇ-ଛି ତାର ବାପାକୁ । ମା ହରାଇଛି ପୁଅକୁ ଓ ଗାଁ ମାଟି ହ-ରା-ଇ-ଛି ସୁଯୋଗ୍ୟ ସନ୍ତାନକୁ ।
ରାଣାପ୍ରତାପଙ୍କ କୁନି ପୁଅ ତାଙ୍କ ସହ ପ୍ରତି ଦିନ ଫୋନରେ କଥା ହେବା ସହ ତା ପାଇଁ କଣ ସବୁ ଆଣିବେ ଏମିତି ଅନେକ କଥା କହିଜାଏ । ସେହି କୁନି ପୁଅ ଆଜି ଘରର ସମସ୍ତଙ୍କ ମୁହଁଙ୍କୁ ଚାତକ ପରି ଚାହିଁ ରହିଛି । କୁନି ପୁଅ ମାନେ ମାନେ ବାପାକୁ ଖୋଜୁଥିବା ବେଳେ ରୋଗିଣା ମା ବିଛଣାରେ ପଡିଛି ।

ଅଳ୍ପ ବହୁତ ବୁଝି ସାରିଲାଣି କୁନି ପୁଅ କି ତା ବାପା ଆଉ ଏ ଦୁନିଆରେ ନାହାନ୍ତି । ଅନୁଗୁଳ ଜିଲ୍ଲା କୃଷ୍ଣଚନ୍ଦ୍ରପୁର ଗାଁ ଆଜି ଖାଁ ଖାଁ ଲାଗୁଛି । ପରିବାର ଲୋକଙ୍କ ଆଖିରେ ଲୁହ ରହିବାର ନାଁ ଧରୁନି । ଆଜି ସହିଦ ବୀର ଯବାନ ରାଣାପ୍ରତାପଙ୍କୁ ସଲାମ କରୁଛି ଦେଶ ।
ବୁଧବର ୮ ତାରିଖରେ ସିଡିଏସ ବିପିନ ରାୱତଙ୍କ ସ୍ତ୍ରୀ ଙ୍କ ସମେତ ଯବାନ ରାଣାପ୍ରତାପଙ୍କ ବ୍ଯତୀତ ୧୪ ଜଣ ଯାତ୍ରା କରୁଥିବା ବେଳେ ହେଲିକପ୍ଟରଟି କ୍ରାଶ ହୋଇଥିଲା । ଏମିତି ଏକ ଦୁ-ର୍ଘ-ଟ-ଣା ଘଟିଲା ଯାହା ପାଇଁ ୧୩ ଜଣଙ୍କର ମୃ-ତ୍ୟୁ ଘଟିଥିଲା । ସେଥି ମଧ୍ୟରୂ ଜଣେ ଥିଲେ ଓଡିଆ ଯବାନ ରାଣାପ୍ରତାପ ସିଂ ।

ଆଜି ତାଙ୍କର ପରଲୋକରେ ସବୁଆଡୁ ପଲ୍ଲୀରୁ ଆରମ୍ଭ କରି ଦିଲ୍ଲୀ ଯାଏଁ ଶୁଣିବାକୁ ମିଳୁଛି ଜୟଜୟ କାର । ଆଜି ରାଣାପ୍ରତାପଙ୍କୁ ଝୁରୁଛି ଏ ଦେଶ ତାଙ୍କ ଗାଁ ଓ ପରିବାର ଲୋକେ । ତେବେ କୁନି ପୁଅଟି ବାପାଙ୍କର ଫେରିବା ବାଟକୁ ଚାହି ବସିଛି ।
କେବେ ତା ବାପା ଘରକୁ ଫେରିବେ ଓ ତା ପାଇଁ କେତେ ସବୁ ଜିନିଷ ଆଣି ଥିବେ । କିନ୍ତୁ ଏହା ଆଉ ସମ୍ବବ ନୁହେଁ । ଆମେ ସମସ୍ତେ ଭଗବାନଙ୍କ ନିକଟରେ ରାଣାପ୍ରତାପଙ୍କ ଆ-ତ୍ମାର ସ-ଦ-ଗ-ତି ନିମନ୍ତେ ପ୍ରାର୍ଥନା କରିବା ଉଚିତ ।
ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
