ଓଡିଆ ଝିଅ Swapna ଜିତିଲେ ଏହି ଫେମସ ରିୟ୍ଯାଲିଟି Show, ଏବେ ମିଳୁଛି Film ଅଫର

ସାକାର ହୋଇଛି ସ୍ଵପ୍ନା ପ୍ରିୟଦର୍ଶିନୀଙ୍କ ସ୍ଵପ୍ନ । ପ୍ରଥମ ଓଡିଆ ଝିଅ ବାହାବେ ସୁପର ମଡେଲ ପ୍ରତିଯୋଗିତାରେ ଭାଗ ନେଇ ରାଜ୍ୟ ତଥା ନିଜ ଜିଲ୍ଲାକୁ ଆଣିଛନ୍ତି ଗୌରବ । ସ୍ଵପ୍ନାଙ୍କ ଘର ହେଉଛି ଢେଙ୍କାନାଳର କୁଞ୍ଜଗାରେ । ପିଲାଦିନୁ ତାଙ୍କର ଅଭିନୟ ପ୍ରତି ଦୁର୍ବଳତା ଥିବାରୁ ଆଜି ତାଙ୍କୁ ମାୟା ନଗରିରେ ମୁମ୍ବାଇରେ ପହଞ୍ଚାଇ ଦେଇଛି । ଏକ ରିୟାଲିଟି ସୋ ସୁପର ମଡେଲ-୨ ରେ ସେକେଣ୍ଡ ରନ ଅଫ ସ୍ଥାନ ଅଧିକାରୀ କରିଛନ୍ତି ସ୍ଵପ୍ନା । ଏହି ସୋ ରେ ଦେଶରେ ୧୫ ଜଣ ଝିଅ ଭାଗ ନେଇଥିଲେ ।

କିନ୍ତୁ ସ୍ଵପ୍ନା ସମ୍ବଲପୁରୀ ପ୍ରସିଦ୍ଧ ଗୀତ ରଙ୍ଗବତୀରେ ସ୍ଟେଜରେ ନି-ଆଁ ଲଗାଇ ଦେଇଥିଲେ । ଏହି ଗୀତରେ ସ୍ଵପ୍ନାଙ୍କ ସହ ବଲିଉଡ ଅଭିନେତ୍ରୀ ମଲାଇକା ଅରୋଡା ଓ ମିଲିନ୍ଦ ସୋମନ ଜଜ ଭାବେ ଡ୍ୟାନ୍ସ କରିଥିଲେ । ଜୁଲାଇ ମାସରେ ଏହି ସୋ ପାଇଁ ସ୍ଵପ୍ନା ଅଡିସନ ଦେବା ପରେ ପ୍ରଥମ ଓଡିଆ ଝିଅ ଭାବେ ସଫଳତା ହାସଲ କରିଛନ୍ତି । ମାତ୍ର ୧୯ ବର୍ଷ ବୟସରେ ସେ ନିଜକୁ ଗର୍ବିତ ମନେ କରୁଛନ୍ତି । ସ୍ଵପ୍ନା କହିଛନ୍ତି ଯେ ତାଙ୍କର ମଡେଲ ପ୍ରତି ଅଧିକ ରୁଚି ରହିଥିଲା । ଏହି ସୋ ରେ ନିଜର ବେଷ୍ଟ ପର୍ଫୋମାଂସ ଦେଇଛନ୍ତି ସ୍ଵପ୍ନା ।

ସେ ଚକଲେଟ-୨ ଫିଲମରେ ନିଜର ପ୍ରଥମ ଅଭିନୟ କ୍ଯାରିୟର ଆରମ୍ଭ କରିବା ପାଇଁ ଅଫର ପାଇଛନ୍ତି । ତାଙ୍କ ବାପାଙ୍କ ନାଁ ହେଉଛି ବିଶ୍ଵଜିତ ଓ ମାଙ୍କ ନାଁ ହେଉଛି ମଧୁମତୀ । ୨୦୧୫ରେ ସେ ମଡେଲ ଦୁନିଆରେ ପାଦ ଦେବା ପରେ ପଛକୁ ଫେରି ନାହାନ୍ତି । ୨୦୧୮ରେ ମିଆଁମାର ୟୋଙ୍ଗାନ ଠାରେ ଅନୁଷ୍ଠିର ମିସ ତୁରିଜିମ ଓ କଲଚର ୟୁନିଭର୍ସରେ ସ୍ଵପ୍ନା ତୃତୀୟ ରନଅପରେ ସ୍ଥାନ ପାଇଥିଲେ । ଏହା ସହ ସେ ମିସ ଛତିଶଗଡ ଉପାଧି ମଧ୍ୟ ହାସଲ କରିଛନ୍ତି । ଗତ ଦୁଇ ବର୍ଷ ତଳେ ସେ ଓଡିଆ ଫିଲମରେ ଅଭିନୟ କରିଥିଲେ ।

ତାଙ୍କ ଅଭିନୀତ ଅନ୍ୟ ଏକ ଓଡିଆ ଚଳଚ୍ଚିତ୍ର ଶୁ-ଟି-ଙ୍ଗ ସରି ଥିବା ବେଳେ ଏବେ ରିଲିଜ ହେବାର ରହିଛି । ମାତ୍ର ୧୯ ବର୍ଷ ବୟସରେ ଝିଅର ଏମିତି ସଫଳତା ଦେଖି ଖୁସି ଜାହିର କରିଛନ୍ତି ସ୍ଵପ୍ନାଙ୍କ ବାପା ଓ ମା । ଆଗକୁ ଏମିତି ସ୍ଵପ୍ନା ନିଜ କ୍ଯାରିୟର ରେ ଆଗକୁ ବଢିବେ ବୋଲି ଆଶା ବାନ୍ଧିଛନ୍ତି ସ୍ଵପ୍ନାଙ୍କ ପରିବାର ଲୋକେ । ଆଗକୁ ମୌକା ମିଳିଲେ ସ୍ଵପ୍ନା ବଲିଉଡରେ କାମ କରିବା ସହ ଆନ୍ତର୍ଜାତୀୟ ମଡେଲ ହେବେ ବୋଲି କାମନା କରୁଛନ୍ତି ।

ତାଙ୍କ ପରିବାର ଲୋକେ ସ୍ଵପ୍ନାଙ୍କୁ ତାଙ୍କର ମଡେଲ ପାଇଁ ସପର୍ଟ ମଧ୍ୟ କରିଛନ୍ତି । ତାଙ୍କ ବାପାଙ୍କର ଇଚ୍ଛା ରହିଛି କି ସେ ମିସ ଇଣ୍ଡିଆ ତାଜ ହାସଲ କରନ୍ତୁ । ତାଙ୍କ ବାପା କୁଇଜ ପ୍ରତିଯୋଗୀତା ଜିତି ସଫଳତା ହାସଲ କରିଛନ୍ତି । ପରିବାର ଠାରୁ ଯେଉଁ ପ୍ରେରଣା ପାଇଥିଲେ ସ୍ଵପ୍ନା ଆଜିକା ଡେଟରେ ସଫଳ ହୋଇ ପାରିଛନ୍ତି । ଆଗକୁ ସେ ଏମିତି ନିଜର କ୍ଯାରିୟରରେ ସଫଳତା ଅର୍ଜନ କରନ୍ତୁ ବୋଲି ଆଶା କରା ଯାଉଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *