ଓଡିଆ ନୂଆବର୍ଷ! କଣ କହୁଛି ପାଞ୍ଜି ? ଦେଖନ୍ତୁ ସମ୍ପୂର୍ଣ୍ଣ ଖବର

ବନ୍ଧୁଗଣ ଆଜି ହେଉଛି ପଣା ସଙ୍କ୍ରାନ୍ତି ତଥା ଓଡିଆ ନବ ବର୍ଷ । ନୂଆ ବର୍ଷରେ ଆସିଛି ନୂଆ ପାଞ୍ଜି । ଏ ବର୍ଷ ଭାରତ ତଥା ଓଡିଶାରେ ଏକମାତ୍ର ଚନ୍ଦ୍ରଗ୍ରହଣ ଅକ୍ଟୋବର 28 ଅଶ୍ଵିନ ପୂର୍ଣ୍ଣିମା ରେ ଅନୁଷ୍ଠିତ ହେବ । ଏ ବର୍ଷ ଓଡିଶା ପାଇଁ ସୁଖ ସମୃଦ୍ଧିର ବର୍ଷ ହେବ । ଚଳିତ ବର୍ଷ ଉଭୟ ରାଜ୍ୟ ଓ କେନ୍ଦ୍ର ରେ ସରକାର ପରିବର୍ତ୍ତନ ହେବ ନାହି ବୋଲି ଜ୍ଯୋତିଷ ମାନେ ଗଣନା କରିଛନ୍ତି ।

ରାଜ୍ୟରେ କ୍ଷମତାଶୀଳ ଦଳ ବିଜେଡି ଓ ଦେଶ ରେ କ୍ଷମତାଶୀଳ ଲ ବିଜେପି ପୁଣି ସରକାର ଗଢିବେ ବୋଲି ଆକଳନ କରା ଯାଇଛି । ହଠାତ ରାଜ୍ୟରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ସେହିପରି ନରେନ୍ଦ୍ର ମୋଦୀ ଦେଶରେ ପ୍ରଧାନମନ୍ତ୍ରୀ ହେବେ ବୋଲି ଆକଳନ କରା ଯାଇଛି । ମନ୍ତ୍ରୀ ମଣ୍ଡଳ ଓ ସଚିବ ସ୍ତରରେ ପରିବର୍ତ୍ତନ ହେବ ।

ତେବେ ଚଳିତ ବାର ଜୁନ ରୁ ଅକ୍ଟୋବର ମଧ୍ୟରେ ରାଜ୍ୟରେ ସାମୁଦ୍ରିକ ଝଡ, ଭୂ-କମ୍ପ, ଲଘୁଚାପ ଆଦି ପ୍ରାକୃତିକ ବିପର୍ଯ୍ୟୟ ଘଟିବ ବୋଲି ଗଣନା କରା ଯାଇଛି । ବିଶ୍ବରେ ବିଭୀଷିକା ଆହୁରି ଭୟଙ୍କର ରୂପ ଧାରଣ କରିବ ବୋଲି କୁହା ଯାଉଛି । ମୁଖ୍ୟ ବିରୋଧୀ ଦଳ ନେତୃତ୍ଵ ରେ ବଡ ଚେଞ୍ଜ ଦେଖାଯିବ । ଜନପ୍ରିୟ ବ୍ୟକ୍ତି ରାଜନୀତିରେ ପ୍ରବେଶ କରିବେ ବୋଲି ଆକଳନ କରା ଯାଇଛି ।

ଅନେକ ନେତା ଓ ମାତୃ ଦଳ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି । ଗ୍ରୀଷ୍ମ ସହ ଶୀତ ର ପ୍ରକୋପ ଅତି ପ୍ରବଳ ହେବ । ପ୍ରାକୃତିକ ବିପର୍ଯ୍ୟୟ କାରଣରୁ କ୍ଷୟ କ୍ଷତି ଆଶଙ୍କା ରହିଛି । ଶିକ୍ଷା, ଚିକିତ୍ସା, ବିଜ୍ଞାନ କ୍ଷେତ୍ରରେ ସୁନାମ ଅର୍ଜିବ ଓଡିଶା । ରାଜ୍ୟରେ ଶିଳ୍ପାୟନ, ପର୍ଜ୍ୟଟନ କ୍ଷେତ୍ରରେ ମଧ୍ୟ ବିକାଶ ହେବ । ଏ ବର୍ଷ ବିଶ୍ଵ ବ୍ୟାପୀ ମାନ୍ଦାବସ୍ଥା ରହିବ । ଭାରତରେ ବୈଦେଶିକ ପୁଞ୍ଜି ନିବେଶ ଯୋଗୁଁ ଆର୍ଥିକ ସ୍ଥିତି ମଜବୁତ ହେବ ।

କିନ୍ତୁ ନୂଆ କର ନୀତି, ଦର ଦାମ ବୃଦ୍ଧି କାରଣରୁ ଜନ ଅସନ୍ତୋଷ ବଢିବ । ବିଶ୍ଵ ସ୍ତରରେ ଯୁଦ୍ଧର ବିଭୀଷିକା ଉଗ୍ରତର ହେବ । ଉତ୍କଟ ସ୍ଥିତି ଯୋଗୁଁ ଦର ଦାମ ବୃଦ୍ଧି ଘଟିବ । ବିଶ୍ଵର କିଛି ଧନୀ ରାଷ୍ଟ୍ର ର ଶାସନ ମୁଖ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଏସିଆ, ଆମେରିକା, ୟୁରୋପ ରେ ପ୍ରାକୃତିକ ବିପର୍ଯ୍ୟୟ ଘଟିବ । ତେବେ ଏହି ସବୁ ଘଟଣା ଘଟିବ ବୋଲି ନୂଆ ପାଞ୍ଜି ରେ ବାହାରିଛି ।

ଯାହାକୁ ନେଇ ଏବେ ବଡ ଖୁଲାସା ହୋଇଛି । ରାଜନୀତି ଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ ଯାଏଁ ସବୁ କିଛି ବର୍ଣ୍ଣନା କରା ଯାଇଛି ନୂଆ ପାଞ୍ଜି ରେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *