Ollywood ଷ୍ଟାର Akash ହେଲେ ବାପା, ସୋସିଆଲ ମିଡିଆରେ ଶେୟାର କଲେ ଖୁସି ଖବର

ଓଲିଉଡ ଇଣ୍ଡଷ୍ଟ୍ରିରେ ଜବରଦସ୍ତ ଅଭିନୟ କରି ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ପର୍ଫୋମାଂସ ପାଇଁ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । କିଛି କଳାକାର ମାନେ ନିଜର ସାମାଜିକ କାମ ପାଇଁ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହୁଛନ୍ତି । ଓଲିଉଡ କଳାକାର ମାନେ ବିବାହ ବନ୍ଧନରେ ବାନ୍ଧି ହୋଇ ବେଶ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ଆକାଶ ଦାସ ଦିତୀୟ ଥର ପାଇଁ ବାପା ହୋଇଛନ୍ତି ତାହା ପଛରେ କଣ ରହିଛି କଥା ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ଆକାଶ ଦାସ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନକ ହୃଦୟ ଜିଣିଛନ୍ତି । ସେ ଓଡିଆ ଜଗତରେ ଅନେକ ଫିଲ୍ମରେ ଅଭିନୟ କରି ନିଜର ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ।

ସେ ଓଲିଉଡ ଜଗତରେ ଅଭିନୟ କରିବା ବ୍ଯତୀତ ଜଣେ ନେତା ମଧ୍ୟ ଅଟନ୍ତି । ଆକାଶ ଶୁଭ୍ରଜୋତିଙ୍କୁ ବିବାହ କରିଛନ୍ତି । ତାଙ୍କର ବିବାହ ପରେ ଗୋଟେ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । କିନ୍ତୁ ବର୍ତ୍ତମାନ ଔ ଏକ ପୁତ୍ର ସନ୍ତାନର ବାପା ହୋଇଛନ୍ତି ଆକାଶ ଓ ଶୁଭ୍ରଜ୍ୟୋତି ଯାହାକୁ ନିଜର ସୋସିଆଲ ଆକାଉଣ୍ଟରେ ଆକାଶ ଶେୟାର କରିଛନ୍ତି ।

ଆକାଶଙ୍କର ପୁତ୍ର ସନ୍ତାନ ହେବା ଖୁସିରେ ତାଙ୍କର ଫ୍ୟାନ୍ସ ମାନଙ୍କ ଠାରୁ ଆରମ୍ବ କରି ଓଡିଆ ଇଣ୍ଡଷ୍ଟ୍ରିର କଳାକାର ମାନେ ତାଙ୍କୁ ଶୁଭେଚ୍ଚା ଜଣାଇଛନ୍ତି । ଆକାଶ ତାଙ୍କର ଦିତୀୟ ପୁତ୍ର ସନ୍ତାନ ହେବା ନେଇ ବହୁତ ଖୁସି ଅନୁଭବ କରୁଛନ୍ତି ବୋଲି ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି । ଏହା ସହ ତାଙ୍କର ପୁଅ ଓ ସ୍ତ୍ରୀ ବର୍ତ୍ତମାନ ସୁସ୍ଥ ଅଛନ୍ତି ବୋଲି ସେ ଜଣାଇଛନ୍ତି । ତେବେ ଆଶା କରୁଛୁ ତାଙ୍କର ବୈବାହିକ ଜୀବନ ଏମିତି ହସ ଖୁସିରେ ଅତିବାହିତ ହେଉଥାଉ ।

ଆକାଶ ଓ ଶୁଭ୍ରଜ୍ୟୋତିଙ୍କର ଯୋଡି ମଧ୍ୟ ଖୁବ ସୁନ୍ଦର ଲାଗେ ଦେଖିବାକୁ । ଦୁହିଙ୍କ ମଧ୍ୟରେ ବେଶ ଭଲ ବଣ୍ଡିଙ୍ଗ ରହିବା ସହ ଭଲ ପାଇବା ମଧ୍ୟ ପରସ୍ପର ପ୍ରତି ରହିଛି । ଅଭିନେତା ଆକାଶ ଓଡିଆ ଇଣ୍ଡଷ୍ଟ୍ରି କୁ ଅନେକ ସାରା ହିଟ ଫିଲ୍ମ ଦେଇଛନ୍ତି ଯାହା ପାଇଁ ତାଙ୍କୁ ଦର୍ଶକ ମାନଙ୍କର ବହୁତ ସାରା ଭଲ ପାଇବା ମିଳିଛି । ତେବେ ସେ ରାଜନୀତି ରେ ମଧ୍ୟ ଖୁବ ଭଲ ପ୍ରଦର୍ଶନ କରୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ଆକାଶଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *