ଆଇଏଏସ ଇଣ୍ଟରଭ୍ୟୁରେ କେତେ ଥର ଇଣ୍ଟରଭ୍ୟୁଅର ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପରସନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭ୍ୟୁଅର କ୍ୟାଣ୍ଡିଡେଟକୁ ତାର, ମାନସିକ ସ୍ଥିତି ଓ ବୌଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି ।
ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭ୍ଯୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ ଯାହା ଉତ୍ତର ମଧ୍ୟ ଆମେ କହିବୁ କିନ୍ତୁ ଆପଣ ନିଜେ ଉତ୍ତର ଦବା ପାଇଁ ପ୍ରୟାସ କରନ୍ତୁ ।
୧. କେତେବେଳେ ପିଏ କଳା କେତେବେଳେ ପିଏ ନାଲି ପେଟ ଶୁଖିଗଲେ ତାର ଆଉ ନ ପାରଇ ଚାଲି ?
ଉତ୍ତର : କଲମ
୨. ଗରମ ପାଇଲେ ଆକାଶେ ଉଡେ ଶୀତଳ ପାଇଲେ ତଳକୁ ପଡେ ?
ଉତ୍ତର : ବାଷ୍ପ
୩. ଟୋକିର ମୁଣ୍ଡ ଲାଣିଆ କଣ ନ ଥାଇ ମିଣିଆ
ଉତ୍ତର : ପାହାଡ
୪. ଗଛ ଲଗେଇଲେ ଫଳିବା ପାଇଁ ଫଳ ପାଚିଲା ହେଲେ ଝଡିଲା ନାହିଁ ?
ଉତ୍ତର : ଭେଣ୍ଡି
୫. କାଦୁଅରେ ଗଡାପଡା, ଆଠଗୋଟି ଗୋଡ ତାର ଦୁଇ ଗୋଡ ପାଙ୍କୁଡା ?
ଉତ୍ତର : କଙ୍କଡା
୬. ମାମୁ ଘରେ ଗୋଠେ ଗାଈ ରାତି ପାହିଲେ ମୋଟେ ନାହିଁ ?
ଉତ୍ତର : ତାରା
୭. କଞ୍ଚା ହଳଦିଆ ପାଚିଲେ କଳା ନ କହି ପାରିଲେ ରାଜ୍ୟରୁ ପଳା ?
ଉତ୍ତର : ଖଜୁରୀ କୋଳି
୮. କଳା ମୁଚୁମୁଚୁ ଜଙ୍ଗଲରେ ରହେ କାଳିଆ ଶସ୍ତ ସୋରିଷ୍ଠୁ ଛୋଟ ହେଲେ ଖାଏ ମଣିଷ ମୁଣ୍ଡ ?
ଉତ୍ତର : ଉକୁଣି
୯. ଠକ ଠକ ଠକସା ତିନି ମୁଣ୍ଡ ଦଣ ଗୋଡ ଦେଖିଛକି ମଉସା
ଉତ୍ତର : ହଳ ଓ ହଳିଆ
୧୦. କଞ୍ଚା ବେଳେ ଲତପଦ ପାଚିଗଲେ ଟାଣ, ଏହାର ଉତ୍ତର କହିଦିଅ ରହିଲା ମୋ ରାଣ ?
ଉତ୍ତର : ମାଟି ହାଣ୍ଡି
୧୧. ପବନ ତାହାର ଆହାର ଖାଏ ଗୋଇଠା ପାହାର ?
ଉତ୍ତର : ଫୁଟବଲ
୧୨. କଳା ଘାସ ବଣେ ଧଇଲି ଚୋର ନଖ ମୁନରେ ହେଲା ତା ବିଚାର ?
ଉତ୍ତର : ଉକୁଣି
୧୩. ଗାତରେ ମୁଁ କରଇ ଘର ମୁହଁରେ ଥାଏ ନିଶ ଯାହା ଘରେ ପଶେ, ତାର କରେ ମୁଁ ସର୍ବନାଶ ?
ଉତ୍ତର : ମୂଷା
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।