Breaking News: ଓଡ଼ିଶା ପୋଲିସରେ ଚାକିରୀ ପାଇଁ ନିଯୁକ୍ତି… କେମିତି ହେବେ ଭର୍ତ୍ତି, କେଉଁଠି ଓ କେବେ କରିବେ ଆବେଦନ । ପୂରା ସୂଚନା ଦେଲେ ପୋଲିସ DG

ଲକଡାଉନ ମଧ୍ୟରେ ଚାକିରି ଖୋଜୁଥିବା ଲୋକମାନଙ୍କ ପାଇଁ ବହୁତ ବଡ ଖୁସି ଖବର ଆସି ଯାଇଛି । ଓଡିଶା ରାଜ୍ୟ ସରକାର ଓଡିଶା ପୋ-ଲି-ସରେ ଭର୍ତ୍ତି ହେବା ପାଇଁ ଯୁବପିଢିଙ୍କୁ ଆହ୍ଵାନ ଦେଇଛନ୍ତି । ବର୍ତ୍ତମାନ ଓଡିଶା ପୋ-ଲି-ସର କିଛି ପୋସ୍ଟ ବାହାରିଛି । ପ୍ରାୟତଃ ଲୋକମାନେ କରୋନା କାରଣରୁ ଓ ଲକଡାଉନ କାରଣରୁ ନିଜର ଚାକିରି ହରାଇ ସାରିଛନ୍ତି ।

ଏମିତିରେ ସେହି ସମସ୍ତ ଲୋକମାନଙ୍କ ପାଇଁ ଓ ଅନ୍ୟ ସମସ୍ତଙ୍କ ପାଇଁ ଯେଉଁମାନେ ପୋ-ଲି-ସରେ ଭର୍ତ୍ତି ହେବାକୁ ଚାହୁଁଛନ୍ତି ସେହି ସମସ୍ତଙ୍କ ପାଇଁ ଏହା ଏକ ସୁବର୍ଣ ସୁଯୋଗ ଅଟେ । ତେବେ ଚାଳନ୍ତୁ ଜାଣିବା ସମ୍ପୂର୍ଣ ଖବରଟି କଣ । କିଛି ସମୟ ପୂର୍ବେ ଓଡିଶାର ଜଣେ ଉଚ୍ଚ ପଦସ୍ଥ ପୋ-ଲି-ସ ଅଧିକାରୀ ଓଡିଶା ପୋ-ଲି-ସରେ ନିଯୁକ୍ତି ବିଷୟରେ ସମ୍ପୂର୍ଣ ସୂଚନା ଦେଇଛନ୍ତି । ପୋ-ଲି-ସ ଅଧିକାରୀଙ୍କ ଅନୁସାରେ ବର୍ତ୍ତମାନ ୪୭୭ ଟି ସବ ଇନ୍ସପେକ୍ଟର ପୋସ୍ଟ ଓ ୨୪୪ ଟି କଂସଟେବଲ କମୁନିକେଶନ ପାଇଁ ପୋସ୍ଟ ବାହାରିଛି । 

ସବ ଇନ୍ସପେକ୍ଟର ବିଷୟରେ ପ୍ରାୟତଃ ଲୋକମାନେ ଜାଣିଛନ୍ତି । ସବ ଇନ୍ସପେକ୍ଟରଙ୍କୁ ସମସ୍ତ ଥାନାରେ ଡିୟୁଟି ମିଳିଥାଏ ଓ ଏହା ବହୁତ ଚ୍ୟାଲେଞ୍ଜ ପୂର୍ଣ କାର୍ଯ୍ୟ ହୋଇଥାଏ । ଏମିତିରେ ସମସ୍ତେ ଏଥିରେ ଏପ୍ଲାଇ କରିବା ପାଇଁ କୁହାଯାଇଛି । ଏଥିପାଇଁ ଆପଣଙ୍କୁ ଗ୍ରାଜୁଏସନ ଥିବା ଦରକାର ।

କିନ୍ତୁ ଏହାର ପରୀକ୍ଷା ପ୍ରକ୍ରିୟାରେ ଅଳ୍ପ ପରିବର୍ତ୍ତନ କରାଯାଇଛି । ଏହି ପରୀକ୍ଷା ପ୍ରକ୍ରିୟାରେ ଆପଣଙ୍କର ପ୍ରଥମେ ଲିଖିତ ପରୀକ୍ଷା ନିଆଯିବ । ଯେଉଁଥିରେ ବିକଳ୍ପ ପ୍ରଶ୍ନ ଥିବ । ଏହା ପରେ ମେଡିକାଲ ଟେସ୍ଟ, ଓ ଶାରୀରିକ ଦକ୍ଷତା ପରୀକ୍ଷଣ ଆଧାରରେ ଆପଣଙ୍କର ଏହି ପୋସ୍ଟ ପାଇଁ ଚୟନ କରାଯିବ । ଦ୍ଵିତୀୟ ପୋସ୍ଟ ଯାହାକି କନେଷ୍ଟବଳ ପାଇଁ ବାହାରିଛି । ୨୪୪ ଟି କନେଷ୍ଟବଳ ପଦ ପାଇଁ ପୋସ୍ଟ ବାହାରିଛି ।

ଏହି ପୋସ୍ଟ ପାଇ ଆପଣଙ୍କ ପାଖରେ + ୨ ସହିତ ଡିପ୍ଲୋମା ଇନ କମ୍ପ୍ୟୁଟର ଅପିଲକେସନର ଦକ୍ଷତା ଥିବା ଦରକାର । ଏହାର ପରିକ୍ଷାକୁ ବି ୩ ଭାଗରେ ଭାଗ କରାଯାଇଛି । ପ୍ରଥମେ ଲିଖିତ ପରୀକ୍ଷା, ଦ୍ଵିତୀୟରେ ମେଡିକାଲ ଟେସ୍ଟ, ଓ ତୃତୀୟରେ ଶାରୀରିକ ଦକ୍ଷତା ପରୀକ୍ଷଣ । ଏହି ଦୁଇଟି ପୋସ୍ଟ ପାଇଁ ଆପଣ ୨୨ ଜୁନର ଅନ୍ଲାଇନ ମାଧ୍ୟମରେ ଏପ୍ଲାଇ ଆରମ୍ଭ ହୋଇଯିବ ଓ ୧୫ ଜୁଲାଇ ପର୍ଯ୍ୟନ୍ତ ଆପଣ ଏପ୍ଲାଇ କରି ପାରିବେ । ଆପଣଙ୍କର ଆପ୍ଲିକେସନ ଅନ୍ଲାଇନ ହିଁ ସବମିଟ ହେବ ।

ଏମିତିରେ ଓଡିଶାର ଉଚ୍ଚ ପଦସ୍ଥ ଅଧିକାରୀ ଏହି ପୋସ୍ଟରେ ଏପ୍ଲାଇ କରିବା ପାଇଁ ସମସ୍ତ ଓଡିଶାବାସୀଙ୍କୁ ଆମନ୍ତ୍ରିତ କରିଛନ୍ତି । ସେ ଆଗକୁ କହିଲେ କି ଓଡିଶା ପୋ-ଲି-ସରେ ଚାକିରି କରିଲେ ଆପଣଙ୍କୁ ଗୋଟିଏ ଭଲ କ୍ୟାରିୟର ମିଳିବ ଓ ସମ୍ମାନ ବି ମିଳିବ । ଲୋକମାନଙ୍କର ସେବା କରିବାର ବି ସୁଯୋଗ ଆପଣମାନଙ୍କୁ ମିଳିବ । ଏମିତିରେ ଆଉ ସମୟ ନଷ୍ଟ ନ କରି ଜଲ୍ଦି ହିଁ ଏହି ସମସ୍ତ ପୋସ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦିଅନ୍ତୁ । କାରଣ ଲକଡାଉନ ଭଳି ପରିସ୍ଥିତିରେ ଏହିଭଳି ପୋସ୍ଟ ବାହାରିବା ବହୁତ ବଡ କଥା ଅଟେ ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *