Breaking News: ରଜ ପରେ ରାଜ୍ୟରେ ହେବ Unlock, ଦେଖନ୍ତୁ କେଉଁ ଜିଲ୍ଲା ଖୋଲିବ ଆଗ ?

ଲକଡାଉନ କାରଣରୁ ସମସ୍ତ ଜନଜୀବନ ପ୍ରଭାବିତ ହେଉଛି । କିଛି ସମୟ ପାଇଁ ଦୋକାନ ବଜାର ଖୋଲୁ ଥିବା ସମୟ ମଧ୍ୟରେ ପ୍ରାୟତଃ ଲୋକମାନେ ନିଜର ସମସ୍ତ ଜିନିଷ କିଣି ପାରୁ ନାହାନ୍ତି । ଏହା ସହିତ ଲକଡାଉନ କାରଣରୁ ପ୍ରାୟତଃ ଲୋକମାନେ ନିଜର କିଛି ଜରୁରୀ କାର୍ଯ୍ୟ କରିବା ପାଇଁ ଅସୁବିଧା ହେଉଛନ୍ତି । ଏମିତିରେ କେବେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ ହେବ

ଓ ଓଡିଶାରେ କେବେ ଲକଡାଉନ ହଟିବ ଏହାକୁ ନେଇ ସମସ୍ତଙ୍କ ମନରେ ବିଭିନ୍ନ ପ୍ରକାର ପ୍ରଶ୍ନ ଆସୁଛି । କିନ୍ତୁ ସମସ୍ତଙ୍କ ପାଇଁ ଆଶ୍ଵସ୍ତି କର ଖବର ଏହା ଅଟେ କି ସରକାର ବର୍ତ୍ତମାନ କେତେକ ଜିଲ୍ଲାକୁ ଅନଲକ କରିବା ପାଇଁ ଚିନ୍ତା କରୁଛନ୍ତି । କହିବାକୁ ଗଲେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାପ୍ତାହିକ କୋବିଡରେ ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ସମୀକ୍ଷା କରିବା ସମୟରେ କେତେକ ଜିଲ୍ଲାରେ କୋବିଡ ସଂକ୍ରମିତଙ୍କ ସଂଖ୍ୟା କମ ହେଉ ଥିବାରୁ ସେହି ସମସ୍ତ ଜିଲ୍ଲାକୁ ଅନଲକ କରିବାକୁ ପାଇଁ ବିଚାର କରୁଛନ୍ତି ।

ଅର୍ଥାତ କେଉଁ ସମସ୍ତ ଜିଲ୍ଲା କୁ ଅନଲକ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରାଯାଇ ପାରିବ ସେହି ସମସ୍ତ ଜିଲ୍ଲା ଗୁଡିକ ନେଇ ସରକାର ବିଚାର ବିମର୍ଶ କରୁଛନ୍ତି । କମ ସଂକ୍ରମଣ ହେଉଥିବା ଜିଲ୍ଲା ଗୁଡିକରେ ସରକାର ଅନଲକ ପରକ୍ରିୟା ଆରମ୍ଭ କରିବାକୁ ନେଇ ଚିନ୍ତା କରୁଛନ୍ତି । କହିଦେଉଛୁ କି ପୂର୍ବ ଅପେକ୍ଷା ବର୍ତ୍ତମାନ ସମୟରେ କରୋନା ପରିସ୍ଥିତିରେ ଅଳ୍ପ ସୁଧାର ଆସିଛି । କିନ୍ତୁ ଦ୍ଵିତୀୟ ଲହରରୁ ଓଡିଶା ଏବେ ବି ପୂରାପୂରି ମୁକ୍ତ ହୋଇ ନାହିଁ । ଅର୍ଥାତ ଏବେ ବି ସମସ୍ତଙ୍କ ମୁଣ୍ଡ ଉପରେ ବିପଦ ଘୁରି ବୁଲୁଛି ।

କିନ୍ତୁ ଏହା ସହିତ ଓଡିଶା ରେ ଆସନ୍ତା କିଛି ମାସରେ ଆସୁଥିବା ସମସ୍ତ ପର୍ବ ପର୍ବାଣିକୁ ଆଖି ଆଗରେ ରଖି ସମସ୍ତ କୋବିଡ ନିୟମକୁ କଡାକଡି ରୂପରେ ପାଳନ କରିବା ଉପରେ ଜୋର ଦେଇଛନ୍ତି । କିନ୍ତୁ ବର୍ତ୍ତମାନର ରିପୋର୍ଟ ଅନୁସାରେ କୁହାଯାଉଛି କି ସରକାର ଅନଲକର ପର୍ଯ୍ୟାୟ ମଧ୍ୟରେ ଯିବାକୁ ଚିନ୍ତା କରୁଛନ୍ତି । କହିବାକୁ ଗଲେ ଏଥର ଲକଡାଉନ ଜୁନ ୧୮ ଯାଏ ଅଛି । କିନ୍ତୁ ଏହା ପରେ ଅନଲାକର ଗାଇଡଲାଇନ ଆସିପାରେ ଅର୍ଥାତ ରାଜ୍ୟରେ ଅନଲକ ଲାଗୁ ହୋଇପାରେ ବୋଲି ଅନୁମାନ କରାଯାଉଛି ।

କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ଯେଉଁ ସବୁ ଜିଲ୍ଲା ଗୁଡିକରେ ସଂକ୍ରମଣ ହାର କମ ରହୁଛି ଅର୍ଥାତ ସଂକ୍ରମଣ ହାର ୫ ପ୍ରତିଶତରୁ ବି କମ ରହୁଛି ସେହି ସମସ୍ତ ଜିଲ୍ଲା ଗୁଡିକର ଲୋକମାନଙ୍କୁ ଲକଡାଉନର ପ୍ରକ୍ରିୟାରୁ ବାହାରକୁ ବାହାରିବା ଉଚିତ । ଏହି ବିଷୟରେ ସରକାର ବର୍ତ୍ତମାନ ବିଚାର ମଧ୍ୟ କରୁଛନ୍ତି । କହିଦେଉଛୁ କି ସରକାର ଧୀରେ ଧୀରେ ସମସ୍ତ ଜିଲ୍ଲାକୁ ଅନଲକ କରିବେ । ତୃତୀୟ ଲକଡାଉନରେ ରାଜ୍ୟର ୩ ଟି ଜିଲ୍ଲାରେ ଲକଡାଉନର ନିୟମକୁ କୋହଳ କରାଯାଇଥିଲା ।

ଯେଉଁଥିରେ ସୁନ୍ଦରଗଢ ବି ସାମିଲ ଥିଲା । ଗୋଟିଏ ସମୟ ଏମିତି ଥିଲା ଯେତେବେଳେ ଏଠି ସଂକ୍ରମଣ ହାର ସର୍ବାଧିକ ଥିଲା । କିନ୍ତୁ ବାର୍ତ୍ତମାନ ଏଠିକାର ସ୍ଥିତି କାବୁରେ ଆସି ଯାଇଛି । ସୁନ୍ଦରଗଢ ସହିତ ଆଉ ୨ ଟି ଜିଲ୍ଲାରେ ଲଡାଉନର କୋହଳ କରିବା ପରେ ଏହାର କିଛି ପ୍ରଭାବ ଦେଖିବାକୁ ମିଳିଲା ନାହିଁ । ଅର୍ଥାତ ଏହି ସମସ୍ତ ଜିଲ୍ଲାରେ ସଂକ୍ରମଣର ସଂଖ୍ୟା ବଢିଲା ନାହିଁ । ସେହି ଦ୍ରୁଷ୍ଟି କୋଣରୁ ସରକାର ବର୍ତ୍ତମାନ ଧୀରେ ଧୀରେ ପର୍ଯ୍ୟାୟ କ୍ରମରେ ଅନଲକର ପ୍ରକ୍ରିୟା ଆରମ୍ଭ କରୁଛନ୍ତି ।

ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଶେୟାର କରି ଅନ୍ୟମାନଙ୍କୁ ଜାଣନ୍ତୁ ।

Leave a Reply

Your email address will not be published. Required fields are marked *