ଓଡିଆ ଛାତ୍ରଙ୍କ ନିଆରା ଉଦ୍ଭାବନ ‘ସ୍ମାର୍ଟ ମିରର’… ମଣିଷର ବୋଲ ମାନୁଛି, ନିର୍ଦ୍ଦେଶ ଦେଲେ ଚାଲୁଛି ଫ୍ୟାନ, ଏସି, ଟିଭି, ବିଶ୍ଵାସ ହେଉ ନଥିଲେ ଦେଖନ୍ତୁ ଏହି Video

ବର୍ତ୍ତମାନ ସମସ୍ତେ ସ୍ମା-ର୍ଟ ହୋଇ ଯାଇଛନ୍ତି ଓ ସମସ୍ତେ ସ୍ମା-ର୍ଟ ଜିନିଷ ବ୍ୟବହାର କରିବା ପାଇଁ ସବୁବେଳେ ପ୍ରସ୍ତୁତ ଥାନ୍ତି । ଏତିକି ନୁହେଁ ବର୍ତ୍ତମାନ ବୈଜ୍ଞାନିକମାନେ ନୂଆ ନୂଆ ସ୍ମା-ର୍ଟ ଇଲୋଟ୍ରନିକ ଜିନିଷ ବି ତିଆରି କରିବାରେ ଲାଗିଛନ୍ତି । ଏହା ମଧ୍ୟରେ କିଛି ଛୋଟ ଛୋଟ ବୈଜ୍ଞାନିକମାନେ ବି ନିଜସ୍ଵ ଜ୍ଞାନ କୌଶଳ ମାଧ୍ୟମରେ ଘରେ ହିଁ କିଛି ଏହିଭଳି ସ୍ମା-ର୍ଟ ଇଲୋଟ୍ରନିକ ଜିନିଷ ତିଆରି କରୁଛନ୍ତି ଯାହାକୁ ବଡ ବଡ ବୈଜ୍ଞାନିକମାନେ ବି ତିଆରି କାରୁ ନାହାନ୍ତି ।

କହିବାକୁ ଗଲେ କଟକର ବୋସ ଇଞ୍ଜିନିୟର କଲେଜର ଶେଷ ବର୍ଷର ଛାତ୍ର ସ୍ଵାଧୀନ ଦାସ ଏକ ଏମିତି ସ୍ମା-ର୍ଟ ଇଲୋଟ୍ରନିକ ଜିନିଷ ତିଆରି କରିଛନ୍ତି ଯେଉଁଥିରେ ଆଇନା ସାମ୍ନାରେ ଛିଡା ହୋଇ ନିର୍ଦେଶ ଦେଲେ ଫ୍ୟାନ, ଏସି, ଲାଇଟ, ଟିଭି ଚାଲିବ ।

ଏହା ସହିତ ପାଣି ପାଗ ସୂଚନା ମିଳିବ, କ୍ୟାଲଣ୍ଡର ମଧ୍ୟ ଦେଖି ପାରିବେ, ଗୀତ ବି ଶୁଣି ପାରିବେ, ଟିଭି ବି ଦେଖି ପାରିବେ । ସେ ଏହି ସ୍ମା-ର୍ଟ ମିରରକୁ ବୟସ୍କ ବ୍ୟକ୍ତି, ଯେଉଁମାନେ ଅଧିକ ଚାଲି ବୁଲି ପାରନ୍ତି ନାହିଁ ଓ ଯେଉଁମାନେ ଅନ୍ୟମାନଙ୍କ ଭରସାରେ ରହୁଛନ୍ତି ସେହି ସମସ୍ତ ଲୋକମାନଙ୍କ ପାଇଁ ଏହି ଜିନିଷ ବହୁତ ଲାଭଦାୟକ ଅଟେ । କହିବାକୁ ଗଲେ ଏହି ମିରରରେ ଆଲେକ୍ସା ଅଛି । ଯାହାକୁ ଭୟେସ କମାଣ୍ଡ ଦେଲେ ସେ ଆପଣଙ୍କର ପ୍ରାୟତଃ ସବୁ କାମ କରିଦେବ ।

ସବୁଠୁ ବଡ କଥା ହେଉଛି କି ଏହି ମିରରରେ ଆପଣ ଟିଭି ଦେଖି ପାରିବେ ତାହା ବି ପୁଣି କେବଳ କହିବା ମାତ୍ରେ ହିଁ ଏଥିରେ ଟିଭି ଚାଲିବ । କହିଦେଉଛୁ କି ସ୍ଵାଧୀନ ଲ-କ-ଡା-ଉ-ନ ଓ ସ-ଟ-ଡା-ଉ-ନ ମଧ୍ୟରେ ଏହି ସ୍ମା-ର୍ଟ ମିରରକୁ ତିଆରି କରିଛନ୍ତି । ସେ ନିଜର କିଛି ସହଯୋଗୀମାନଙ୍କ ନେଇ ତିନି ମାସ ଦିନ ରାତି କଷ୍ଟ କରି ଏହି ଜିନିଷକୁ ତିଆରି କରିଛନ୍ତି ଶେଷରେ ତାଙ୍କୁ ସଫଳତା ମଧ୍ୟ ମିଳିଛି । ଏହି ସ୍ମା-ର୍ଟ ମିରରକୁ ସମସ୍ତ ବର୍ଗର ଲୋକମାନେ ବ୍ୟବହାର କରି ପାରିବେ ।

କହିଦେଉଛୁ କି ସ୍ଵାଧୀନ କିଛି ବୋର୍ଡ, ଏକ ମିରର ଓ କିଛି ସ୍ମା-ର୍ଟ ଇଲୋଟ୍ରନିକ ଜିନିଷକୁ ନେଇ ଏହି ସ୍ମା-ର୍ଟ ମିରର ତିଆରି କରିଛନ୍ତି । ଏହି ସ୍ମା-ର୍ଟ ମିରରକୁ ତିଆରି କରିବା ପାଇଁ ୨୦,୦୦୦ ଟଙ୍କା ଖର୍ଚ ହୋଇଛି । ଏହି ସ୍ମା-ର୍ଟ ମିରରକୁ ଆପଣ ଯେଉଁ କୌଣସି ରୁମରେ ରଖିବେ ତାହା ଗୋଟିଏ ସ୍ମା-ର୍ଟ ରୁମ ହୋଇଯିବ । ସେହି ରୁମର ସବୁ ଇଲୋଟ୍ରନିକ ଜିନିଷକୁ ଆପଣ ଭୟେସ କମାଣ୍ଡ ମାଧ୍ୟମରେ କଣ୍ଟ୍ରୋଲ କରି ପାରିବେ ।

Leave a Reply

Your email address will not be published. Required fields are marked *