ଓଡ଼ିଶାକୁ ମାଡି ଆସୁଛି ଆଉ ଏକ ଭୟଙ୍କର ବାତ୍ୟା, ଯାହାର ପ୍ରଭାବ ଅନେକ ଜିଲ୍ଲାରେ ରଚିବ ତାଣ୍ଡବ

ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ସୂଚନା ଅନୁସାରେ ଆଉ ଏକ ବାତ୍ୟା ମାଡି ଆସୁଛି । ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି ଯେ ଉତ୍ତର ଆଣ୍ଡାମନ ସାଗରରେ ସୃଷ୍ଟି ହୋଇଛି ଏକ ଘୂର୍ଣ୍ଣୀବଳୟ । ଏହି ଘୂର୍ଣ୍ଣୀବଳୟ ଧୀରେ ଧୀରେ ସକ୍ରିୟ ହୋଇ ଲଘୁଚାପରେ ପରିଣୀତ ହେବ । ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ଲଘୁଚାପରେ ପରିଣୀତ ହେବ ବୋଲି ସୂଚନା ମିଳିଛି । ସୂଚନା ଯୋଗ୍ୟ କି ଏହି ଲଘୁଚାପ ବାତ୍ୟାର ରୂପ ନେବ । ଯଦି ଏହା ବାତ୍ୟାର ରୂପ ନିଏ ତେବେ ସ୍ଥଳଭାଗ ଆଡକୁ ଗତି କରେ ତେବେ ସେହି ବାତ୍ୟାର ନାଁ ରହିବ ଜାୱାଦ ।

ଏହାର ପ୍ରଭାବ ଆସନ୍ତା ୧୪ ତାରିଖ ବେଳକୁ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ତପ୍ରଦେଶରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକେ ସ୍ଥାନରେ ଘଡଘଡି ସହ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ଉପକୂଳ ଅଞ୍ଚଳ ଯଥା ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳ, ରାୟଗଡ, ମାଲକାନାଗିରି, କୋରାପୁଟରେ ବରସର ସମ୍ଭାବନା ରହିଛି । ଓଡିଶାରେ ଅନ୍ୟ ଜିଲ୍ଲା ଗୁଡିକରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟ ପକ୍ଷରେ ହୀରାକୁଦ ଜଳ ଭଣ୍ଡାରର ଜଳ ସ୍ତର ଗତ ଦୁଇ ସପ୍ତାହ ଧରି ବିପଦ ସଂକେତ ରହିଥିବା ଜଣା ପଡିଛି । ଦକ୍ଷିଣ ପଶ୍ଚିମ ମୌଶୁଣି ଫେରିବାର ପ୍ରକ୍ରିୟା ଦେଶରେ ଆରମ୍ଭ ହୋଇ ଯାଇଛି । ଆସନ୍ତା ୪ରୁ ୫ଦିନ ମଧ୍ୟରେ ମୌସୁମି ପରିବର୍ତ୍ତନ ହୋଇପାରେ । ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଜାରି ରହିଛି । ଏହା ବର୍ତ୍ତମାନ ସମୁଦ୍ର ପାଟଣା ଠାରୁ ୫.୮ କିମି ଦୂରତାରେ ରହିଛି । ଏହାର ପ୍ରଭାବରେ ଅନ୍ୟ ଏକ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଆଗାମୀ ୪ରୁ ୫ଦିନ ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ ଉତ୍ତର ଦିଗକୁ ଗତି କରି ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ରହିଛି । ତେବେ ସ୍କାଏମେଟର ଆକଳନ ଅନୁସାରେ ଆସନ୍ତା ୨୪ ଘଣ୍ଟା ରୁ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ, ଛତିଶଗଡ, ଗୁଜୁରାଟ, ମଧ୍ୟପ୍ରଦେଶର ଅଧିକାଂଶ ଭାଗରେ ପ୍ରତିବତ ହୋଇଯିବ । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ମୌସୁମିର ପ୍ରତ୍ୟାବର୍ତ୍ତନକୁ ପ୍ରଭାବିତ କରିବ ।

ପରେ ଓଡିଶାରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ଆଉ କିଛି ଦିନ ବିଳମ୍ବିତ ହୋଇପାରେ ବୋଲି କୁହା ଯାଉଛି । ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଆସନ୍ତା ୧୭ ତାରିଖ ବେଳକୁ ଏକ ଲଘୁଚାପରେ ପରିଣୀତ ହୋଇ ବଙ୍ଗୋପସାଗରରେ ପ୍ରବେଶ କରିବା ଯାହା ଏକ ଭୟଙ୍କର ବାତ୍ୟାର ରୂପ ନେବା ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *