ଓଡିଶା ମୁହାଁ ଆଉ ଏକ ବାତ୍ୟା, 26 ରେ ଛୁଇଁବ ସ୍ଥଳଭାଗ…. ସତରକ କରାଇଲେ ପାଣିପାଗ ବିଭାଗ

ନମସ୍କାର ବନ୍ଧୁଗଣ । ଗତ କିଛି ଦିନ ହେବ ଓଡିଶାରେ ଲଘୁଚାପ ର ପ୍ରଭାବ ଅଧିକ ରହିଛି । ଲଗାତର ଭାବେ ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହୋଇ ବର୍ଷା ହେବାରେ ଲାଗିଛି । ଯାହା ପାଇଁ ଜନ ଜୀବନ ଅତବ୍ୟସ୍ତ ହୋଇ ପଡିଛି । ବର୍ତ୍ତମାନ ସୂଚନା ଅନୁସାରେ ଆଉ ଏକ ବା-ତ୍ୟା ସୃଷ୍ଟି ହୋଇଛି । ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଲଘୁଚାପ ୱେଲ୍ମାର୍କ ରେ ପରିଣୀତ ହୋଇଥିବା ବେଳେ ବା-ତ୍ୟା ହେବାର ଆଶଙ୍କା କରା ଯାଇଛି । ଆସନ୍ତା ୧୨ ଘଣ୍ଟା ମଧ୍ୟ ରେ ଲଘୁଚାପ ଅଧିକ ଘନିଭୁତ ହୋଇ ଗଭୀର ଅବପାତର ରୂପ ହେବ ବୋଲି ସୂଚନା ଜାରି କରା ଯାଇଛି ।

ଆସନ୍ତା ସେପ୍ଟେମ୍ବର ୨୬ ରେ ବା-ତ୍ୟା ସ୍ଥଳ ଭାଗ ଛୁଇଁବ ବୋଲି ଆଶଙ୍କା ରହିଛି । ଗୋପାଳପୁର ଓ ବିଶାଖାପାଟଣା ମଧ୍ୟ ରେ ବା-ତ୍ୟା ଅତିକ୍ରମ କରିପାରେ । ଏହାର ପ୍ରଭାବ ରେ ଦକ୍ଷିଣ ଓଡିଶା ଅଧିକ ବର୍ଷା ଓ ତୀବ୍ର ଗତିରେ ପବନ ହୋଇପାରେ ବୋଲି ଆଶଙ୍କା କରା ଯାଉଛି । ବା-ତ୍ୟା ଅତିକ୍ରମ କରିବା ସମୟରେ ପବନର ବେଗ ୯୦ କିମି ରୁ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବା-ତ୍ୟାର ପ୍ରଭାବ ରେ ଆସନ୍ତା ସେପ୍ଟେମ୍ବର ୨୫ ତାରିଖ ରୁ ବର୍ଷା ହେବାର ସମ୍ଭାବନା ରହିଛି । ସେପ୍ଟେମ୍ବର ୨୫ ତାରିଖ ସକାଳୁ ଓଡିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଜାରି କରିଛି ।

ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ଯାଏଁ ରହିବ । ସମୟ କ୍ରମେ ପବନର ବେଗ ଘଣ୍ଟା ପ୍ରତି ୬୦ କିମି ରୁ ଅଧିକ ରହିପାରେ ବୋଲି ସୂଚନା ମିଳିଛି । ସେହି ପରି ଆସନ୍ତା ସେପ୍ଟେମ୍ବର ୨୬ ରୁ ଅପରାହ୍ନରୁ ମଧ୍ୟ ରାତ୍ରି ଯାଏଁ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା ଉପକୂଳରେ ଘଣ୍ଟା ପ୍ରତି ୭୦ ରୁ ୮୦ କିମି ବେଗରେ ପବନ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ମିଳିଛି । ସମୟ ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ କିମି ରୁ ଅଧିକ ଅନୁଭୂତ ହେବ । ମାଛ ଧରାଳି ଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ସତର୍କ ସୂଚନା ଜାରି କରା ଯାଇଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *