ମୋ ନାଁ ପ୍ରିୟଙ୍କା ନନ୍ଦ । ମୁଁ ସରପଞ୍ଚ ପାଇଁ ମାଛ ଚିହ୍ନରେ ଛିଡା ହୋଇଛି । ମୁ ବାହାରେ ପାଠ ପଡିଛି କିନ୍ତୁ ଗାଁ ପାଇଁ କିଛି କରିବାର ଆଶା ନେଇ ଆଗାକୁ ଆସିଛି । ଗାଁ ଦାଣ୍ଡରେ ଜଣେ ପ୍ରୋଫେସନାଲ ମଡେଲଙ୍କ ଭୋଟ ପ୍ରଚାରର ଏ ଦୃଶ୍ୟ ହେଉଛି ବଲାଙ୍ଗୀର ଜିଲା ସଦର ବ୍ଲକ ଚୁଡାପଲ୍ଲୀ ପଞ୍ଚାଯତ ଧୂଳିସୁତ ଗାଁର । ପ୍ରିୟଙ୍କା ବର୍ତ୍ତମାନ ମଧ୍ୟପ୍ରଦେଶର ଜଣେ ପ୍ରୋଫେସନାଲ ମଡେଲ ଥିବା ବେଳେ ଏଥର ସରପଞ୍ଚ ନିର୍ବାଚନ ପାଇଁ ସ୍ଥିର କରିଛନ୍ତି ।

ମୋ ଉପରେ ଭରସା ରଖ ଆପଣଙ୍କ ସମସ୍ଯା ମୁଁ ବୁଝୁଛି ସେଥିପାଇଁ ତ ବାହାରେ ପାଠ ପଢି ମଧ୍ୟ ମୋ କ୍ଯାରିୟର ଛାଡି ଗାଁକୁ ଆସିଛି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ପ୍ରିୟଙ୍କା । ପ୍ରିୟନକ ଏ ନେଇ ନିଜର ମତ ରଖିଛନ୍ତି ଯେ ଦୀର୍ଘ ୬ରୁ ୭ ବର୍ଷ ହେବ ସେ ବାହାରେ ରହି ପାଠ ପଢୁଥିଲେ । ତାଙ୍କର ପାଠ ପଢା ସହ ରହଣସହନୀ ମଧ୍ୟ ସବୁ ବାହାରେ ହୋଇଛି ।
ଏବେ ସେ ନିଜ ଗାଁ ପାଇଁ କିଛି ନୂଆ କରିବାକୁ ମନ ବଳାଇଛନ୍ତି । ଗାଁ ର ନକସା ବଦଳାଇବାକୁ ସେ ଏପରି ବଡ ପଦକ୍ଷେପ ନେଇଛନ୍ତି । ଧୁଳସୂତ ଗାଁରେ ପ୍ରିୟଙ୍କା ଓ ତାଙ୍କର ବଡ ଭଉଣୀ ଶ୍ଵେତା ନନ୍ଦଙ୍କ ଜନ୍ମ ହୋଇଛି । ଉଭୟ ପ୍ରାଥମିକ ଶିକ୍ଷା ପରେ ବାହାରେ ରହି ପାଠ ପଢୁଥିଲେ ।

ଏବେ ସ୍ଵତା ପ୍ରଫୋସନାଲ ମଡ଼େଲର ଭାବେ କାମ କରୁଥିବା ବେଳେ ପ୍ରିୟଙ୍କା ଭୋପାଳରେ ପ୍ରୋଫେସନାଲ ମଡ଼େଲର ଭାବେ ବିଭିନ୍ନ ଏଜେନ୍ସି ସହ କାମ କରୁଛନ୍ତି । ପ୍ରିୟଙ୍କା ଜାତୀୟ ସ୍ତରର ସୁନ୍ଦରୀ ପ୍ରତିଯୋଗୀତାରେ ମିସ ଫୋଟୋ ଜେନୀକ ହାସଲ କରିଛନ୍ତି । ୨୦୨୦ରେ ଇଣ୍ଡିଆନ ଷ୍ଟାଇଲ ଆଇକନ ସୁନ୍ଦରୀ ପ୍ରତିଯୋଗୀତାରେ ଭାଗ ନେଇ ସଫଳ ହୋଇଥିଲେ ପ୍ରିୟାଙ୍କା ।
ସେ ଏହି ବିୟୁଟି ପ୍ରତିଯୋଗୀତାରେ ଟପ-୫ ଯାଏଁ ଅନେକ ଚେଷ୍ଟା କରିବା ପରେ ପହଞ୍ଚି ପାରିଥିଲେ । ଏହି ସୋ ରେ ତାଙ୍କୁ ମିସ ଫୋଟୋ ଜେନୀକ ଟାଇଟେଲ ମଧ୍ୟ ମିଳିଥିଲା ବୋଲି ପ୍ରିୟନକ କହିଛନ୍ତି । ତାଙ୍କର ପଞ୍ଚାୟତ ହେବା ନିସ୍ପତିରେ ତାଙ୍କ ପୁରା ପରିବାର ସମର୍ଥନ କରିଛନ୍ତି ବୋଲି ବଡ ଭଉଣୀ ଶ୍ଵେତା ଆନନ୍ଦ କହିଛନ୍ତି ।

ତେବେ ପ୍ରିୟଙ୍କା ଗାଁ ରେ ପ୍ରଚାର କରିବାକୁ ଯାଉଥିବା ସମୟରେ ତାଙ୍କୁ ଦେଖିବା ପାଇଁ ଲୋକ ମାନଙ୍କର ଭିଡ ଜମିଛି । ତେବେ ଏ ନେଇ ପ୍ରିୟାଙ୍କା ଆହୁରି ମଧ୍ୟ କହିଛନ୍ତି ଯେ ମଡେଲିଙ୍ଗ କରିବା ବହୁତ କଷ୍ଟକର ଅଟେ । ଏଥିପାଇଁ ଅନେକ ଚେଷ୍ଟା କରିବାକୁ ପଡିଥାଏ ଓ ନିଜକୁ ଭଲ ଭାବେ ପ୍ରସ୍ତୁତ କରିବାକୁ ପଡିଥାଏ ।

ସ୍ଟେଜରେ ପର୍ଫୋମ କରିବା ପାଇଁ ନିଜର କନ୍ଫିଡେନ୍ସ ଲେବଲ ଅଧିକ କରିବା ପାଇଁ ଅନେକ ମେହନତ କରିବାକୁ ପଡିଥାଏ । ତେବେ ଗାଁ ପାଇଁ କିଛି କରିବା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ବାସ୍ତବରେ ତାହା ପ୍ରଶଂସାଯୋଗ୍ୟ ଅଟେ । ଏଥିପାଇଁ ସେ ବହୁତ ଖୁସି ଅଛନ୍ତି ବୋଲି ପ୍ରକାଶ କରିଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କର ପ୍ରିୟଙ୍କା ନନ୍ଦଙ୍କ ଏଭଳି ପଦକ୍ଷେପ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଅଗାକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
