ଓଡିଶା ସାଙ୍ଗେ ଘଷି ହୋଇ ପଳେଇବ ବାତ୍ୟା ! IMD ମୁଖ୍ୟ Mrutyunjay Mahapatra, ଦେଲେ ଲ୍ୟାଣ୍ଡଫଲ୍ ର ସୂଚନା !

ଦର୍ଶକ ବନ୍ଧୁ ବା ତ୍ୟା ଆସିବ ଓଡିଶା ସହ ଘ ଷି ହୋଇ ପଳାଇବ । ଓଡିଶାରେ ସିଧା ସଳଖ ମାଡ ହେବନି ବାତୟ । ସୂଚନା ଅନୁଯାୟୀ ବାତ୍ୟା ଆସିବ ସତ କିନ୍ତୁ ଓଡିଶା ପାଖ ପାଖି ଯିବ । ବିଶେଷ କିଛି କ୍ଷତି କରି ନ ପାରେ । କିନ୍ତୁ ବର୍ଷା ଲାଗି ରହିବ । କିଛି ଏମିତି ପୂର୍ବ ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବଙ୍ଗୋପସାଗର ଉପ କୂଳ ରେ ସୃଷ୍ଟି ହେବାକୁ ଥିବା ବାତ୍ୟା ଓଡିଶା ଛୁଇଁବାର ସମ୍ଭାବନା କମ ଅଛି ବୋଲି କହିଛନ୍ତି ଆଇଏମଡି ଡିଜି ମୃ ତ୍ୟୁ ଞ୍ଜ ୟ ମହାପାତ୍ର ।

ତେବେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନାକୁ ଏଡାଇ ଦିଅ ନ ଯାଇପାରେ । ସମୁଦ୍ର ରେ ଲଘୁଚାପ ୨୨ ତାରିଖରେ ଅବପାତ ର ରୂପ ନେବ । ୨୩ ତାରିଖ ରେ ଅବପାତ ର ରୂପ ନେଇ ୨୪ ରେ ବାତ୍ୟା ରେ ପରିଣତ ହୋଇ ଦିଗ ପରିବର୍ତ୍ତନ କରିବ । ଦିଗ ପରିବର୍ତ୍ତନ କରି ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ବାତ୍ୟା ଓଡିଶା ଉପକୁଳ ଦେଇ ଗତି କରି ପଶ୍ଚିମ ବଙ୍ଗ, ବାଙ୍ଗାଲାଦେଶ କୁ ମୁହାଁଇବ । ୨୫ ତାରିଖ ସୁଧା ପଶ୍ଚିମବଙ୍ଗ ବାଙ୍ଗାଲଦେଶ ଉପକୂଳରେ ପହଞ୍ଚିବ ବାତ୍ୟା ।

ଏଠାରେ ବାତ୍ୟା ର ସର୍ବାଧିକ ପ୍ରଭାବ ରହିବ । ତେବେ ବାତ୍ୟା ର ତୀବ୍ରତା କେତେ ରହିବ ବର୍ତ୍ତମାନ ଯାଏଁ ଆକଳନ କରାଯାଇ ନାହି । ବାତ୍ୟା ପ୍ରଭାବରେ ଓଡିଶାରେ ୨୪ ଓ ୨୫ ତାରିଖ ରେ ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏମିତିକି ଓଡିଶା ଉପକୂଳରେ ୨୩ ରୁ ଅଶାନ୍ତ ରହିବ ସମୁଦ୍ର । ୨୩ ତାରିଖରୁ ଓଡିଶା ଉପକୁଳ ସମୁଦ୍ର ରେ ୪୦ ରୁ ୫୦ କିମି ବେଗରେ ପବନ ବୋହିବ ।

ଓଡିଶା ଉପରେ ସିଧା ମାଡ ନ ହେଉ ଥିବାରୁ ପବନ ଓ ବର୍ଷା ବେସୀ ହେବ ନାହି ବୋଲି କହିଛନ୍ତି ଆଇଏମଡି ଡିଜି । ଏହା ପରେ ବି ଓଡିଶାରେ ଜିଲ୍ଲାପାଳ ମାନଙ୍କୁ ଏ ନେଇ ସତର୍କ କରା ଯାଇଛି । ଆଲର୍ଟ ରହିବାକୁ ବି ନିର୍ଦ୍ଦ୍ସେ ଦିଆ ଯାଇଛି । ତେବେ ବାତ୍ୟା ର ନାମ ସିତରଙ୍ଗ ରହିବ ବୋଲି ଜଣା ପଡିଛି । ଏହାର ପ୍ରଭାବ ଓ ଗତି ବିଧି ସ୍ପଷ୍ଟ ହୋଇ ନ ଥିବା ବେଳେ ଆଣ୍ଡାମନ ସାଗର ରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣୀ ବଳୟ କୁ ନେଇ ଅନେକ ଆଶଙ୍କା ଦେଖା ଯାଇଛି ।

୨୪ ତାରିଖ ସକାଳେ ବାତ୍ୟା ହେବ ଏପାଇଁ ପୂର୍ବ ଅନୁମାନ କରୁଛି ପାଣିପଗା ବିଭାଗ କେନ୍ଦ୍ର । ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ଵର କୁ ସତର୍କ କରା ଯାଇଛି । ଏମିତିକି ଦୀପାବଳି ଛୁଟି ବାତିଲ କରି ୨୩ ଓ ୨୪ ରେ ଜିଲ୍ଲା ମୁଖ୍ୟାଳୟ ରେ ଉପସ୍ଥିତ ରହିବାକୁ ସରକାରି ଅଫିସର ଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି । ୨୨ରୁ ସମୁଦ୍ର କୁ ମଶ୍ଚ୍ୟଜୀବି ମାନଙ୍କୁ ନ ଯିବାକୁ କୁହାଯାଇଛି ।

ବନ୍ଧୁଗଣ ଆପଣଙ୍କର ବାତ୍ୟା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *