ODRAF କର୍ମଚାରୀ ମୁଣ୍ଡଳୀରେ ଘଟିଥିବା ଦୁର୍ଘଟଣା ବିଷୟରେ ଯାହା କହିଲେ ଶୁଣି ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ଆପଣ ମାନେ ଜାଣିଥିବେ ଗତ ୩ ଦିନ ତଳେ ମହାନଦୀ ମୁଣ୍ଡଳୀରେ ହୋଇଥିବା ଅପରେସନ ଗଜରାଜରେ ଦୁଇଟି ଅମୂଲ୍ୟ ଜୀବନ ଚାଲି ଯାଇଛି । ସେମାନଙ୍କ ମଧ୍ୟରୁ ଓଡ୍ରାଫ ମାନେ ଯେଉଁ ଜୀବନ ମରଣ ସହ ଲଢେଇ କରୁଥିଲେ ସେମାନଙ୍କ ମଧ୍ୟରୁ ଜଣେ ଓଡ୍ରାଫ ଯିଏ ଅନେକ ସଂଘର୍ଷ ପରେ ନିଜର ଜୀବନ ବଞ୍ଚାଇ ପାରିଛନ୍ତି । ସେ ହେଉଛନ୍ତି ଓଡ୍ରାଫ ନିଭରଣ ଦଳେଇ । ସେ କହିଛନ୍ତି ୧୨ ଜଣିଆ ଟିମ ସହ ସକାଳ ୧୦ଟା ରେ ହାତୀକୁ ଉଦ୍ଧାର କରିବା ଅଭିମୁଖେ ବାହାରି ଥିଲେ । ପାଣିର ସ୍ରୋତ ଅଧିକ ହେବା ଯୋଗୁ ବୋଟଟି ତଳକୁ ଖସିବାରେ ଲାଗିଲା । ଅନେକ ଚେଷ୍ଟା କରିବା ସତ୍ବେ ମଧ୍ୟ କିଛି ସୁଫଳ ମିଳିଲା ନାହି ।

ନିଭରଣ ଦଳେଇ କହିଛନ୍ତି ଯେ ଯେତେବେଳେ ସେମାନେ ହାତୀ ପାଖରେ ପହଞ୍ଚିଥିଲେ ସେହି ସମୟରେ ପାଣିର ସ୍ରୋତ ଅଧିକ ହେବା ଫଳରେ ବୋଟଟି ଓଲଟି ପଡିଲା ଓ ସମସ୍ତେ ପାଣିରେ ବୁଡିଗଲେ । ସେ ସାମବାଦିକ ଅରିନ୍ଦମଙ୍କ ହାତ ଧରିଥିଲେ କିନ୍ତୁ ବାଲାନ୍ସ ନ ହେବାରୁ ଅରିନ୍ଦମ ପାଣିରେ ବୁଡିଗଲେ । ତାଙ୍କର ଉଦେଶ୍ୟ ଥିଲା ଯେ ତାଙ୍କ ସହ ଯେଉଁ ଦୁଇ ଜଣ ଯାଇଥିଲେ ତାଙ୍କର ସୁରକ୍ଷା ପାଇଁ ସେ ଅନେକ ଚେଷ୍ଟା କରିଥିଲେ । ଅରିନ୍ଦମଙ୍କୁ ବୋଟ ନ ଛାଡିବା ସହ ନିଶ୍ଵାସ ବନ୍ଦ ନ କରିବା ପାଇଁ ନିଭରଣ ଦଳେଇ କହିଥିଲେ ।

ନିଭରଣ ଦଳେଇ ଜଣେ ଅଣ୍ଡର ୱାଟର ଓଡ୍ରାଫ ଅଟନ୍ତି । ସେ ଯେତେବେଳେ ପାଣିରେ ବୁଡିଗଲେ ସେହି ସମୟରେ ଭଗବାନଙ୍କ ନାମ ସ୍ମରଣ କରିଥିଲେ ବୋଲି ନିଜ ରାଏରେ କହିଛନ୍ତି । ହାତୀଟି ପାଣିର ଗଭୀର ସ୍ରୋତରେ ନିଜକୁ ବାଲାନ୍ସ ନ କରିପାରି ପାଣିରେ ବୁଡିଗଲା । ନିଭରଣା ଦଳେଇ ସବୁ କାମ ନିସ୍ଵାର୍ଥପର ଭାବେ କାମ କରନ୍ତି । ସେ ତାଙ୍କର ବନ୍ଧୁ ସୀତାରାମଙ୍କୁ ହରାଇ ଦୁଖ ପ୍ରକାଶ କରିବା ସହ କାନ୍ଦି ପକାଉଛନ୍ତି ଯାହା ଆପଣ ମାନେ ଏହି ଭିଡିଓରେ ଦେଖି ପାରିବେ । ସୀତାରାମଙ୍କ ପାଣିରେ କୌଣସି କାରଣରୁ ମୁଣ୍ଡ ପିଟି ହୋଇଥିବାରୁ ସେ ପାଣିରେ ବୁଡିଯାଇ ଅଚେତ ହେବା ପରେ ଭାସି ଯାଇଥିଲେ । ସମୟର ଚକ୍ରରେ ସେମାନେ ପାଣିରେ ବୁଡିଗଲେ ନିଭରଣ ଦଳେଇ କହିଛନ୍ତି ।

ଯେତେବେଳେ ପାଣିର ସ୍ରୋତ ଅଧିକ ହେଲା ସେହି ସମୟରେ ନିଭରଣ ଦଳେଇ ଅରିନ୍ଦମ ଓ ପ୍ରବହସଙ୍କର ହାତ ଛାଡି ଦେଇଥିଲେ ଓ ନିଜେ ମଧ୍ୟ ପାଣିରେ ଓଲଟି ପଡିଥିଲେ । ସେହି ସ୍ମାୟରେ ହଟାତ କଣ ହେଲା କେହି କିଛି ବୁଝି ପାରିଲେ ନାହି । ଏତେ ବଡ ଦୁର୍ଘଟଣାରୁ ନିଭରଣ ଦଳେଇ ଗୋଟେ ନୂଆ ଜୀବନ ପାଇଛନ୍ତି ବୋଲି କହିଛନ୍ତି । ସେ ଓ ତାଙ୍କ ଟିମ କେବେ ବି ଫେଲ ମାରି ନାହାନ୍ତି କିନ୍ତୁ ଏଥର ଭାଗ୍ୟଚକ୍ରର ଖେଳ ଆଗରେ ସେ ହାର ମାଣିଛନ୍ତି । ଏହିପରି ଭାବେ ନିଭରଣ ଦଳେଇ ନିଜର ତିକ୍ତ ଅନୁଭୂତି ଶେୟାର କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ କଣ ମତାମତ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *