ନମସ୍କାର ବନ୍ଧୁଗଣ । ଏପ୍ରିଲ ମାସରୁ ଘରୋଇ ବିଜୁଳି ଦରରେ ୟୁନିଟ ପିଛା ୩୦ ପଇସା ବୃଦ୍ଧି ପାଇଥିବା ଯୋଗୁ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯାଇଥିଲା । ଏହାର ବିରୋଧ କରି ରାସ୍ତାକୁ ଓଲହାଇ ଥିଲେ ବିରୋଧୀ ମାନେ । ନିଷ୍ପତିର ପୁନ ବିଚାର ଓ ପ୍ରତ୍ୟାହାର ଦାବିରେ ORC ବା ଓଡିଶା ଇଲେକ୍ଟ୍ରିସିଟି ରେଗୁଲାଟୋରି କମିଶନ ରେଭିୟୁ ପିଟିସନ ଜାରି ହୋଇଥିଲା । ଆଶା କରା ଯାଉଥିଲା ଯେ ସୁନାନି ପରେ ଦର ବୃଦ୍ଧି ହ୍ରାସ ପାଇବ । କିନ୍ତୁ ORC ଏହି ପିଟିସନକୁ ଖାରଚ କରିଛନ୍ତି । ORC କହିଛନ୍ତି ଯେ ପିଟିସନରେ ଦର୍ଶା ଯାଇଥିବା ଯୁକ୍ତି ପୁନ ସମୀକ୍ଷା ପାଇଁ ନିହେନ ବରଂ ଅପିଲ ପାଇଁ ।
ଅନ୍ୟ ପକ୍ଷରେ ଉପୋଭୋକ୍ତା ମହାସଂଘ କହିଛି ଯେ କୌଣସି ଯୁକତିକୁ ଶୁଣି ନ ଥିଲେ ORC । ଏ ନେଇ ବିଚାର ବିମର୍ଶ କରି ପରବର୍ତ୍ତୀ ସମୟରେ ନିଷ୍ପତି ନିଆଯିବ ବୋଲି ମହାସଂଘ ସୂଚନା ଦେଇଛନ୍ତି । ଅନ୍ୟ କ୍ଷେତ୍ରରେ ଉପୋଭୋକ୍ତାଙ୍କ ପାଇଁ ଚିନ୍ତା ସୃଷ୍ଟି ହୋଇଛି OHPC ର ଆଉ ଏକ ରିଭିୟୁ ପିଟିସନ । କାରଣ ପୁନ ବିଚାର କରି ୟୁନିଟ ପିଛା ଦର ବୃଦ୍ଧି ଲାଗି OHPC କହିଥିବା ଅନୁଯାୟୀ ORC ଗ୍ରହଣ କରିବା ସହ ଆସନ୍ତା ୨୬ରୁ ଏହା ଉପରେ ଶୁଣାଣୀ ପାଇଁ ସମୟ ଧାର୍ଯ୍ୟ କରା ଯାଇଛି । ଏପ୍ରିଲରୁ ଲାଗୁ ହୋଇଥିବା ନୂଆ ଟାରିଫ ନିବେଶରେ ୟୁନିଟ ପିଛା ଦର ୮୯.୨୮ ପଇସା ଧାର୍ଯ୍ୟ କରିଥିଲେ ORC ।
କିନ୍ତୁ ରାଜ୍ୟ ସରକାରଙ୍କ ପରିଚାଟିଳ କମ୍ପାନୀ OHPC ର ଦାବି ୟୁନିଟ ପିଛା ୯୫.୩୬ ପଇସା ହେଉ । ଏପ୍ରିଲରେ ହୋଇଥିବା ଟାରିଫକୁ ନେଇ ଜନ ଅସନ୍ତୋଷକୁ ଦେଖି ରାଜ୍ୟ ସରକାର ନିଜ ତରଫରୁ ରିଭିୟୁ ପିଟିସନ ଦାଖଲ କରିବେ ବୋଲି ବିଧାନସଭାକୁ କହିଥିଲେ । ହେଲେ ଏ ଯାଏଁ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବାର ଅଭିଯୋଗ କରିଛନ୍ତି ବିରୋଧୀ ମାନେ । ସରକାରଙ୍କ ଇଙ୍ଗିତରେ ବିଜୁଳି ଦର ବୃଦ୍ଧି ପାଉଛି ବୋଲି ବିଜେଡି ବିଧାୟକ ଅଭିଯୋଗ କରିଛି । ବର୍ତ୍ତମାନ ଆସନ୍ତା ୨୬ରେ ହେବାକୁ ଥିବା OHPC ଶୁଣାଣୀ କୁ ଅପେକ୍ଷା କରା ଯାଇଛି ।
ବନ୍ଧୁଗଣ ଆପଣ ମାନଙ୍କର ବିଜୁଳି ଦର ବୃଦ୍ଧି ନେଇ କଣ ମତାମତ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।