ପ୍ଲାଷ୍ଟିକ ସର୍ଜରୀ ହେଲା କାଳ, ପ୍ରାଣ ହରାଇଲେ ଏହି କନ୍ନଡ ଅଭିନେତ୍ରୀ… କଣ ପ୍ରକୃତ ଘଟଣା ଦେଖନ୍ତୁ  

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଆଜିକାଲି ସାଧାରଣ ଲୋକ ଠାରୁ ଆରମ୍ଭ କରି ଫିଲ୍ମ ଜଗତରେ କାମ କରୁଥିବା ଅଭିନେତ୍ରୀ ମାନେ ନିଜର ଓଜନ କମ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରୁଛନ୍ତି । ବିଶେଷ କରି ଆମ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା ଅଭିନେତ୍ରୀ ମାନେ ଏହା ଉପରେ ଅଧିକ ଗୁରୁତ୍ଵ ଦେଉଛନ୍ତି । ଯାହା ଫଳରେ ସେମାନଙ୍କୁ ବଡ ସମସ୍ୟାର ସାମନା କରିବାକୁ ମଧ୍ୟ ପଡୁଛି । ଆଜିକାଲି ପ୍ଲାଷ୍ଟିକ ସର୍ଜରୀ କରି ଅଭିନେତ୍ରୀ ମାନେ ନିଜର ସୁନ୍ଦରତା ବଦଳିବା ସହ ଅନେକ କିଛି ପରିବର୍ତ୍ତନ କରି ପାରୁଛନ୍ତି ଯାହା ଆମ ମେଡିକାଲ ସାଇନ୍ସ ରେ ସମ୍ଭବ ହୋଇ ପାରୁଛି ।

କିନ୍ତୁ କମ ଆପଣ ଜାଣିଛନ୍ତି ସର୍ଜରୀ କାହାର ଜୀବନ ନେଇ ପାରିବ ବା ସର୍ଜରି ପାଇଁ କାହାର ଜୀବନ ଚାଲିଯିବା । ତେବେ ଏହି କଥା ଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ । ଏମିତି ଏକ ଘଟଣା ଘଟିଛି କାନାଡା ଅଭିନେତ୍ରୀ ଚେତନା ରାଜ ଙ୍କ ସହ । କାଳ ସାଜିଲା ଓଜନ କମ କରିବାର ନିଶା । ଚାଲିଗଲା ପ୍ରାଣ । ନିଜର ଓଜମ କମ କରିବାକୁ କରିଥିଲେ କସମେଟିକ ସର୍ଜରୀ ।

ହେଲେ ଏହି ସର୍ଜରୀ ତାଙ୍କ ପାଇଁ କାଳ ସାଜିଲା । ଅଭିନେତ୍ରୀ ଚେତନା ନିଜର ମୋଟାପଣ କମେଇବା ପାଇଁ ପ୍ଲାଷ୍ଟିକ ସର୍ଜରୀ କରାଇ ଥିଲେ । କିନ୍ତୁ ଏହା ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଚାନକ ବିଗିଡିବାରେ ଲାଗିଲା । ଗୁରୁତର ଅବସ୍ତାହରେ ତାଙ୍କୁ ହସପିଟାଲ ନିଆ ଯାଇଥିଲେ ମଧ୍ୟ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଛି ।

ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଉଛି ଅଭିନେତ୍ରୀ ଚେତନା ନିଜ ବାପା ଙ୍କୁ ନ ଜଣାଇ ସାଙ୍ଗ ମାନଙ୍କ ସହ ହସ୍ପିଟାଲ କୁ ଯାଇ ସର୍ଜରୀ କରିଥିଲେ । ହେଲେ ପରିବାର ଲୋକେ ଏହି ଟ୍ରାଜରି ପାଇଁ ଡାକ୍ତର ଙ୍କୁ ଦାୟୀ କରିଛନ୍ତି । ଏନ ନେଇ ଥାନାରେ ଏତାଲା ମଧ୍ୟ ଦିଆ ଯାଇଛି । ସର୍ଜରି ପାଇଁ ଅକାଳ ରେ ଝଡି ପଡିଛି କାନ୍ନାଡ଼ା ଅଭିନେତ୍ରୀ ତଥା ଲୋକପ୍ରିୟ ଅଭିନେତ୍ରୀ ଚେତନା ରାଜଙ୍କ ଜୀବନ ।

ଅଭିନେତ୍ରୀ ଚେତନା ରାଜ କଲର୍ସ ଟିଭି ଜଗତରେ ଜଣେ ଲୋକପ୍ରିୟ ଭାବେ ପରିଚିତ ଅଟନ୍ତି । ତାଙ୍କର ଅକାଳ ବିୟୋଗ ପରେ କାନ୍ନାଡ଼ା ଫିଲ୍ମ ଇଣ୍ଡଷ୍ଟ୍ରି ରେ ଶୋକର ଛାୟା ଖେଳି ଯାଇଛି । ସର୍ଜରୀ ସମୟରେ ଫୁସ୍ଫୁସରେ ପାଣି ଜମା ହେବାରୁ ତାଙ୍କ ପାଇଁ ମହଙ୍ଗା ସାଜିଲା । ଏଥିପାଇଁ ତାଙ୍କ ବାପା ମା ମେଡିକାଲ କର୍ତ୍ତୁପକ୍ଷ ଙ୍କୁ ଦାୟୀ କରି ଥାନାରେ ମାମଲା ରୁଜୁ କରିଛନ୍ତି ।

ତେବେ ସେ ଯାହା ବି ହେଉ କିନ୍ତୁ ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କର ପ୍ଲାଷ୍ଟିକ ସର୍ଜରି ସମୟରେ ମୃତ୍ୟୁ ହେବା ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଚାଲିଛି । ତେବେ ଚେତନା ନିଜର ପରିବାରକୁ ନ ଜଣାଇ ଏପରି ସର୍ଜରି କରିବାର ପରିଣାମ ତାଙ୍କୁ ତାଙ୍କର ଜୀବନ ଦେବାକୁ ପଡିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟାଣ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *