ଓଲିଉଡ ସେଲିବ୍ରେଟି Anubhab ଗୁରୁ ଦିବସରେ ନିଜ ବାପା ମାଙ୍କୁ ଗୁରୁ ଭାବେ ପୂଜା କରି ଚର୍ଚ୍ଚାରେ, ଦେଖନ୍ତୁ Video

ଓଲିଉଡ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ଦମଦାର ପର୍ଫୋମାଂସ ପାଇଁ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ନିଜର କିଛି ମହାନ କାମ ପାଇଁ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ରେ ରହିଥାନ୍ତି । ଆପଣ ମାନେ ଜାଣିଥିବେ ପ୍ରତି ବର୍ଷ ସେପ୍ଟେମ୍ବର ୫ରେ ଆମ ଦେଶରେ ଗୁରୁ ଦିବସ ପାଳନ କରାଯାଏ । ଏହି ଦିନର ବିଶେଷ କଥା ହେଉଛି ପିଲା ମାନେ ନିଜ ଗୁରୁ ମାନଙ୍କୁ ପୂଜା କରିଥାନ୍ତି । ଏହି ପବିତ୍ର ଦିନରେ ସର୍ବପଲ୍ଲୀ ରାଧାକ୍ରୀଷ୍ଣାଙ୍କ ଜନ୍ମଦିନ ଭାବେ ପାଳନ କରାଯାଏ ।

ତେବେ ଗୁରୁ ଦିବସ ଆମ ଦେଶରେ ସବୁ ସ୍କୁଲ ମାନଙ୍କରେ ପାଳନ କରାଯାଏ । ଗତ କାଲି ଓଲିଉଡ ଷ୍ଟାର ଅନୁଭବ ମହାନ୍ତି ନିଜ ବାପା ମା ଙ୍କୁ ଗୁରୁ ଦିବସ ଉପଲକ୍ଷେ ନିଜର ଗୁରୁ ଭାବେ ପୂଜା କରିଛନ୍ତି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସୋର ରେ ଚର୍ଚ୍ଚା ହେବାରେ ଲାଗିଛି । ଅଭିନେତା ଅନୁଭବ ନିଜ ବାପା ଓ ମା ଙ୍କ ଫୋଟୋ ସହ କ୍ୟାପସନରେ ଲେଖିଛନ୍ତି ଯେ ତାଙ୍କ ବାପା ଓ ମା ହେଉଛନ୍ତି ତାଙ୍କର ପ୍ରକୃତ ଗୁରୁ । ତାଙ୍କୁ ପିଲା ଦିନୁ ଉଚିତ ଶିକ୍ଷା ଦେବା ସହ ଆଜି ଯାଏଁ ତାଙ୍କର ସବୁ କଥା ବୁଝୁଛନ୍ତି ଯାହା ପାଇଁ ସେ ସବୁ ଦିନ ପାଇଁ ଚିରରୁଣୀ ହୋଇ ରହିବେ ବୋଲି ଅନୁଭବ ଲେଖିଛନ୍ତି ।

ଏହା ସହ ଗୁରୁ ଦିବସରେ ସେ ନିଜ ମାତା ପିତାଙ୍କୁ ନିଜର ଗୁରୁ ମାନେ କରି ପୂଜା କରିଛନ୍ତିମ ବୋଲି ନିଜ ପୋଷ୍ଟରେ ଲେଖିଛନ୍ତି । ଅନୁଭବ ନିଜ ବାପା ମାଙ୍କ ସହ କେକ କାଟି ତାଙ୍କର ପୂଜା କରିବା ଫୋଟୋ ସୋସିଆଲ ମିଡିଆରେ ଶେୟାର କରିବାରେ ତାଙ୍କର ଫ୍ୟାନ୍ସ ମାନେ ତାଙ୍କର ଏହି ମହାନ କାମ ପାଇଁ ପ୍ରଶଂସା କରିବା ସହ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । କିଛି ଲୋକ ମାନେ ଅନୁଭବଙ୍କର ଏହି କାମ ସୁନାମଧନ୍ୟ ବୋଲି କମେଣ୍ଟ ଦେଇଛନ୍ତି । ଏହା ଛଡା ତାଙ୍କର ଏହି କାମ ବାସ୍ତବରେ ସ୍ଵାଗତ ଯୋଗ୍ୟ ବୋଲି ଅନେକ ଫ୍ୟାନ୍ସ ମାନେ କହିଛନ୍ତି । ସେ କେନ୍ଦ୍ରାପଡାର ସାଂସାଦ ଭାବେ କାର୍ଯ୍ୟରତ କରୁଛନ୍ତି ।

ବର୍ତ୍ତମାନ ଫିଲ୍ମ ଜଗତରୁ ସେ ଦୂରରେ ରହିଛନ୍ତି । ତାଙ୍କର ପ୍ରକୃତ ପରିଚୟ ସେ ଫିଲ୍ମ ଦୁନିଆରୁ ପାଇଥିଲେ । ଏହା ପରେ ବର୍ଷାଙ୍କ ସହ ବିବାହ ପରେ ବିଛେଦ ହେବା ପରେ ମଧ୍ୟ ସେ ଭାଙ୍ଗି ପଡି ନାହାନ୍ତି । ତାଙ୍କର ହସ ହସ ମୁହଁରେ ସେ ଆଜି ଯାଏଁ ଜୀବନରେ ଆଗକୁ ବଢୁଛନ୍ତି । ସେ ଓଡିଆ ଜଗତରେ ଅନେକ ଫିଲମରେ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଅନୁଭବ ଙ୍କର ଏହି ଭଳି ମହାନ କାମ ପାଇଁ ସେ ପ୍ରଶଂସା ଯୋଗ୍ୟ ଅଟନ୍ତି । ପ୍ରଥମ ଥର ପାଇଁ କେହି ଓଲିଉଡ ଷ୍ଟାର ଗୁରୁ ଦିବସରେ ନିଜ ବାପା ମା ଙ୍କୁ ପୂଜା କରିବାର ନଜର ଆସିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଅଭିନେତା ଅନୁଭବଙ୍କ ଏହି ମହାନ କାମ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *