Ollywoodର ଲୋକପ୍ରିୟ ଅଭିନେତ୍ରୀ Maheswataଙ୍କ ଜୀବନୀ ଓ ପରିବାର

ଓଲିଉଡ ଜଗତରେ ଏମିତି ବହୁତ ମହାନ ମହାନ କଳାକାର ଅଛନ୍ତି ଯେଉଁମାନେ ନିଜର ଅଭିନୟ ପାଇଁ ଦର୍ଶକମାନଙ୍କ ହୃଦୟରେ ଆଜି ବି ରାଜ କରୁଛନ୍ତି । ଆଜି ବି ଏହି କଳାକାରମାନଙ୍କର ନାଁ ସମ୍ମାନର ସହିତ କୁହାଯାଏ । ସେଥି ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ ମହେଶ୍ଵତା ରାୟ । ଆଜି ଆମେ ଆପଣଙ୍କୁ ତାଙ୍କର ଜୀବନୀ ବି-ଷୟରେ କହିବୁ । ମହେଶ୍ଵତା ରାୟ ୨ ଜୁଲାଇ ୧୯୬୨ ମସିହାରେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ସ୍ଵାମୀଙ୍କ ନାଁ ହେଉଛି ଶିରିଶ ରାଉତରାୟ ।

ମହେଶ୍ଵତା ରାୟ ଓଡିଶା ସିନେମା ଜଗତରେ ବହୁତ ଚଳଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କର ଅଭିନୟକୁ ଆଜି ବି ଲୋକମାନେ ବହୁତ ପସନ୍ଦ କରନ୍ତି । ତାଙ୍କର ପ୍ରଥମ ଚଳଚିତ୍ର ହେଉଛି ଶେଷ ଶ୍ରାବଣ । ଏହି ଫିଲ୍ମ ୧୯୭୬ ମସିହାରେ ସିନେମା ଘର ଗୁଡିକରେ ରିଲିଜ ହୋଇଥିଲା ।

କେବଳ ଓଡିଆ ଫିଲ୍ମ ନୁହେଁ ସେ କେତେକ ବେଙ୍ଗଲି ଫିଲ୍ମରେ ବି ଅଭିନୟ କରିଛନ୍ତି । ନିଜର ଦମଦାର ଅଭିନୟ କାରଣରୁ ସେ ସବୁବେଳେ ଦର୍ଶକମାନଙ୍କ ନିକଟରେ ପ୍ରଶଂସିତ ହୋଇଛନ୍ତି । ସେ ଓଡିଶାରେ ବହୁତ ଖ୍ୟାତି ଅର୍ଜନ ମଧ୍ୟ କରିଛନ୍ତି । ଓଲିଉଡ ଇଣ୍ଡଷ୍ଟ୍ରିରେ ତାଙ୍କର ବହୁତ ଅବଦାନ ଅଛି । ଓଡିଶାର ପ୍ରତ୍ୟକ ଦର୍ଶକ ଠାରୁ ସେ ଭଲ ପାଇବା ସହ ଓ ନିଜର ଏକ ଭିନ୍ନ ପରିଚୟ ମଧ୍ୟ ସୃଷ୍ଟି କରିଛନ୍ତି । ଆଜି ବି ସେ ଯେଉଁଠି ଯାଆନ୍ତି ସେଠି ସମସ୍ତେ ତାଙ୍କୁ ଦେଖିବା ପାଇଁ ଦୌଡି ଚାଲି ଆସନ୍ତି ।

କିନ୍ତୁ ବର୍ତ୍ତମାନ ସମୟରେ ସେ ବହୁତ କମ ଚଳଚିତ୍ରରେ ନଜର ଆସୁଛନ୍ତି । କହିଦେଉଛୁ କି ମହେଶ୍ଵତା ରାୟ ବର୍ତ୍ତମାନ ୫୯ ବର୍ଷର ହୋଇଯାଇଛନ୍ତି । ଏହି ବୟସରେ ସେ ନିଜକୁ ଫିଟ ମଧ୍ୟ ରଖିଛନ୍ତି । ଚାଳନ୍ତୁ ତାଙ୍କର କିଛି ଫିଲ୍ମ ବିଷୟରେ ଜାଣିବା ଯାହାକି ସୁପର ହିଟ ହୋଇଥିଲା । ଆଜି ବି ଲୋକମାନେ ତାଙ୍କର ଫିଲ୍ମକୁ ବହୁତ ପସନ୍ଦ କରନ୍ତି ।

ତାଙ୍କ ଅଭିନୀତ ଚଳଚିତ୍ର ଗୁଡିକ ହେଲା ଝୁମୁକା (୧୯୭୫), ଏ ନୁହେଁ କାହାରି (୧୯୭୬), ହୀରା ମୋତି ମାଣିକ (୧୯୭୬), ଶେଷ ଶ୍ରାବଣ (୧୯୭୬), ପ୍ରିୟତମା (୧୯୭୮), ଶଙ୍ଖାମହୁରି (୧୯୭୮), ସତ୍ୟାନୁଶୟା (୧୯୭୮), ବଳିଦାନ (୧୯୭୮), ଝିଲିମିଲି (୧୯୭୮), କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (୧୯୭୮), ନିଝୁମ ରାତିର ସାଥି (୧୯୮୦), ମୁଁ ଏକା ତୁମର, ଲାଲ ପାନ ବିବି, ଚୁମଙ୍କି ମାଈ ଡାର୍ଲିଂ, ସ୍ମାର୍ଟ ଫ୍ୟାମିଲି ଭଳି ବହୁତ ସୁପର ହିଟ ଫିଲ୍ମ ସେ ଓଲିଉଡ ଜଗତକୁ ଦେଇଛନ୍ତି । ତାଙ୍କର ଅଭିନୟର ଯେତେ ବି ପ୍ରଶଂସା କରିଲେ ତାହା କମ ଅଟେ । ଏହା ଛଡା ସେ କେତେକ ରିୟାଲିଟି ଶୋରେ ବି ଜଜ ରୂପରେ ନଜର ଆସିଛନ୍ତି ।

Leave a Reply

Your email address will not be published. Required fields are marked *