ବନ୍ଧୁଗଣ ଓଲିଉଡ ର ବରିଷ୍ଠ କଳାକାଳର ତଥା ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଇଣ୍ଡଷ୍ଟ୍ରି ବିଷୟରେ ଖୋଲା କଥା ସୋ ରେ କିଛି ବଡ ଖୁଲସା କରିଛନ୍ତି । ଆଜିକା ସମୟରେ ଇଣ୍ଡଷ୍ଟ୍ରି ଯେପରି ଭାବେ ବେହାଲ ହେବାରେ ଲାଗିଛି କହିବାର ଅର୍ଥ ହେଉଛି ଓଡିଆ ଫିଲ୍ମର ଅବସ୍ଥା ଯେପରି ଶୋଚନୀୟ ହୋଇପଡିଲାଣି ତାର ମୁଖ୍ୟ କାରଣ ମଧ୍ୟରୁ ଫିଲ୍ମକୁ କପି କରାଯାଉଛି ଯାହା ପାଇଁ ଓଡିଆ ଫିଲ୍ମର ଚାହିଦା ଆଉ ଆଗ ଭଳି ଦେଖିବାକୁ ମିଳୁ ନାହି । ଫୋଟୋ ଠାରୁ ଆରମ୍ଭ କରି ଫିଲ୍ମର କାହାଣୀ ସବୁ କିଛି କପି କରାଯାଉଛି ଯାହା ପାଇଁ ଓଡିଆ ଇଣ୍ଡଷ୍ଟ୍ରି ଧୀରେ ଧୀରେ ତଳକୁ ଖସିବାରେ ଲାଗିଛି ।
ସିଦ୍ଧାନ୍ତ କହିଛନ୍ତି ଇଣ୍ଡଷ୍ଟ୍ରିରେ ମୋର ଭୂମିକା ଗୋଟେ ବହିର ପ୍ରୁଷ୍ଠାର ହୋଇପାରେ ବା ପରିଛଦର ବା ବାକ୍ୟ ବା ଶବ୍ଦର ହୋଇପାରେ । କିନ୍ତୁ ସମସ୍ତଙ୍କର ଭୂମିକା ଏଠାରେ ରହିଛି । କିନ୍ତୁ ଯିଏ କହିବ ମୁଁ ସର୍ବସ୍ଵ ତେବେ ସବୁ କିଛି ସରିଯିବ ବୋଲି ସିଦ୍ଧାନ୍ତ କହିଛନ୍ତି । ବର୍ତ୍ତମାନ ସିନେମା ଜଗତରେ ସଙ୍ଗିନ ସ୍ଥିତି ଦେଖାଗଲାଣି । ପ୍ରଯୋଜକ ମାନେ ଯେଉଁ ଚଳଚ୍ଚିତ୍ର କରୁଛନ୍ତି ତାହା ଯେମିତି ଲାଭଦାୟକ ହେବ ଓ ପ୍ରଯୋଜକ ମାନେ ଆସୁଛନ୍ତି ସେମାନେ ପ୍ରଯୋଜନା କରିବାର ମନ ନେଇକି ଆସନ୍ତୁ ବୋଲି ସିଦ୍ଧାନ୍ତ କହିଛନ୍ତି ।
ଆଗକୁ ସିଦ୍ଧାନ୍ତ କହିଛନ୍ତି ଆଗରୁ ଇଣ୍ଡଷ୍ଟ୍ରିରେ ସବସିଟି ଦିଆଯାଉଥିଲା କିନ୍ତୁ ଯେଉଁ ମାନେ ପ୍ରାପ୍ୟ ସେମାନେ ପାଇ ନାହାନ୍ତି ଆଉ ଯେଉଁ ମାନେ ପାଇବାର ହକଦାର ନୁହନ୍ତି ସେମାନେ ବି ନେଇ ଯାଇଛନ୍ତି । ଓଡିଆ ଇଣ୍ଡଷ୍ଟ୍ରି ପ୍ରତି ସରକାରଙ୍କର ପୃଷ୍ଠ ପୋଷକତା ନିହାତି ରହିବା ଜରୁରୀ ତାହା ନୁହେଁ ଆଉ ଆଜି ଇଣ୍ଡଷ୍ଟ୍ରିର ଯେଉଁ ସ୍ଥିତି ସେଥିପାଇଁ ବି କିଛି ପରିମାଣରେ ଦାୟୀ ବୋଲି ସିଦ୍ଧାନ୍ତ କହିଛନ୍ତି । ବର୍ତ୍ତମାନ ଓଲିଉଡରେ କ୍ଯାରିୟର ସ୍କୋପ ଆଉ ନାହି ଏହାର ଅର୍ଥ ନୁହେଁ କି ମୋର ଘର ଚାଲୁ ନାହି ମୁଁ କାମ କରୁ ନାହି ବରଂ ଆଜି ମୁଁ ଯେଉଁ ଜାଗାରେ ଅଛି ଯାହା ବି ପାଇଛି ତାହା ଇଣ୍ଡଷ୍ଟ୍ରିର ସାଥିଙ୍କ ଠାରୁ ଟେକସିଆନଙ୍କ ଠାରୁ ପାଇଛି ବୋଲି ସିଦ୍ଧାନ୍ତ କହିଛନ୍ତି ।
ଇଣ୍ଡଷ୍ଟ୍ରିର ଆଜି ଯେଉଁ ଶୋଚନୀୟ ଅବସ୍ଥା ରହିଛି ସେଥିପାଇଁ ସମସ୍ତେ ଦାୟୀ । କଳାକାର ମାନଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ହେଉଛି ତାହା ଇଣ୍ଡଷ୍ଟ୍ରି ପାଇଁ ଲାଭକାରକ ହେଉଛି ବା କ୍ଷତିକାରକ ବି ହେଉଛି । ସମାଜକୁ ନଷ୍ଟ କରିବା ବା ପରିବାରକୁ ନଷ୍ଟ କରିବା ଜିନିଷ ହେଉଛି ଦ୍ରଗ୍ସ, ସେକ୍ସ ଯାହା ସବୁଠାରୁ ଖରାପ ଜିନିଷ ବୋଲି ସିଦ୍ଧାନ୍ତ କହିଛନ୍ତି ।
ଏହି ସବୁ ଜିନିଷ ଗୁଡିକୁ ନିଜ ଠାରୁ ଦୂରେଇ ରହିବା ସହ ପଜେଟିଭ ରହିବାକୁ ହେବ ଏମିତିକି ଯେବେ ବି ମୋ ବିଷୟରେ କେଉଁଠି ଚର୍ଚ୍ଚା ହେବ ଏ ସବୁ କଥା ସାମନାକୁ ନ ଆସୁ ବୋଲି ସିଦ୍ଧାନ୍ତ କହିଛନ୍ତି ଯାହା ଦର୍ଶକ ମାନଙ୍କର ଚିନ୍ତାଧାରା ରହିଥାଏ । ବାବୁସାନଙ୍କ ଘଟଣାକୁ ନେଇ ସିଦ୍ଧାନ୍ତ କହିଛନ୍ତି ଏଭଳି କିଏ ବି ଇଣ୍ଡଷ୍ଟ୍ରିରେ କରିଲେ ତାଙ୍କୁ ବହୁତ କଷ୍ଟ ଅନୁଭବ ହୋଇଥାଏ । ବନ୍ଧୁଗଣ ଆପଣଙ୍କର ସିଦ୍ଧାନ୍ତ ମହାପାତ୍ର ଦେଇଥିବା ମନ୍ତବ୍ୟ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।