ହେ ଭଗବାନ ! ଓଲିଉଡ ଜଗତରେ ପୁଣି ଶୋକର ଛାୟା, Ollywoodର ଏହି ଫେମସ ଅଭିନେତାଙ୍କର ହେଲା ପରଲୋକ

ଏହି ବର୍ଷ ୨୦୨୦ ସମସ୍ତଙ୍କ ପାଇଁ ବହୁତ ଖରାପ ବର୍ଷ ରହିଛି । ଏଥିରେ ବହୁତ ଭଲ ଭଲ ଲୋକ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ଓଲିଉଡ ହେଉକି ବଲିଉଡ ଏଥିରେ ବହୁତ ଲୋକ  କରୋନାରେ ପୀଡିତ ହୋଇ ପ୍ରାଣ ହରାଇଛନ୍ତି । ତାଙ୍କ ଭିତରୁ ବିଜୟ ମହାନ୍ତି ଓ ଓ ରାଜନେତା ପ୍ରଦୀପ ମହାରଥୀ । କରୋନା ଲାଗି ସମସ୍ତେ ବହୁତ ଲାଗି ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଛନ୍ତି ।

ବିଶିଷ୍ଟ ଅଭିନେତା ଓ ନାଟ୍ୟ ନିର୍ଦେଶକ ଜିମୁତବାହନ ପଟନାୟକଙ୍କର ମୃତ୍ୟୁ ହୋଇଛି । ସେ କଟକ ସିଡିଏର ବାସିନ୍ଦା ଥିଲେ, ସେ କରୋନା ରୋଗରେ ପୀଡିତ ହୋଇ ଭୁବନେଶ୍ବର ସ୍ଥିତ ଗୋଟେ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ । ଜିମୁତ ପଟନାୟକ ଓଡିଶା ପୁଲିସ ହାଉସିଂ ବୋର୍ଡରେ ଚାକିରି କରି ଅବସର ନେଇଥିଲେ ।

ପ୍ରଥମରୁ ସେ ଜଣେ ନାଟ୍ୟକଳାକାର ଭାବେ ପରିଚିତ ହୋଇ ନାଟକରେ ନିର୍ଦେଶନ ଦେଇଥିଲେ । ସେ ବହୁତ ଧାରାବାହିକରେ ଅଭିନୟ କରିଛନ୍ତି ଯେମିତିକି କଥା କହୁଥିଲେ ସରିବନି, ମା, ସିନ୍ଦୁର, ଓ ଲକ୍ଷ୍ମୀ ପୁରାଣ । ତାଙ୍କର ଅଭିନୟ ଲକ୍ଷ୍ମୀ ପୁରାଣରେ ନାରଦଭାବେ ବହୁତ ଚର୍ଚିତ ଥିଲା । ତାଙ୍କର ହରିଶ ମହାନ୍ତିଙ୍କ ସହିତ ଘନିଷ୍ଠତା ଥିଲା, ହରିଶ ମହାନ୍ତି ଧାରାବାହିକ ଓ ସିନେମା ନିର୍ଦେଶକ ଅଟନ୍ତି । ହରିଶ ମହାନ୍ତି ତାଙ୍କୁ ଫିଲ୍ମରେ ଅଭିନୟ କରିବା ପାଇଁ ସୁଯୋଗ ମଧ୍ୟ ଦେଇଥିଲେ । ସେ ବହୁତ ଚଳଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି । ସେ କଥା କହୁଥିଲେ ସରିବନୀରେ ଅଭିନୟ କରି ବହୁତ ଚର୍ଚାରେ ଥିଲେ ।

ସେ ଜି ସାର୍ଥକ ଚ୍ୟାନେଲ ଧାରାବାହିକ ମହାବୀର ଶୁଟିଙ୍ଗ ଚାଲିଥିବା ସମୟରେ ଅସୁସ୍ଥ ଅନୁଭବ କରିଥିଲେ । ତାପରେ ତାଙ୍କର ମେଡିକାଲ ଚେକ ଅପ ହୋଇ ଜଣା ପଡିଥିଲାକି ସେ କରୋନରେ ପୀଡିତ ଥିଲେ ବୋଲି । ତାଙ୍କର ଦୁଇ ଝିଅ ଓ ପତ୍ନୀ ଅଛନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *