ଅନଲାଇନ ମୋବାଇଲ କିଣିବା ପଡିଲା ମହଙ୍ଗା, ବାପ ପୁଅଙ୍କର ଏଭଳି ହେଲା ଦୁଃଖଦ ମୃତ୍ୟୁ- ପଢନ୍ତୁ ସମ୍ପୁର୍ଣ୍ଣ ଘଟଣା

ଉତ୍ତରପ୍ରଦେଶ କାନପୁର ରେ ମଙ୍ଗଳବାର ସନ୍ଧ୍ୟା ସୁଧା ମୋବାଇଲ ଫୋନ ଝଗଡା ପାଇଁ ପିତା ପୁଅ ର ମୃତ୍ୟୁ ହୋଇଛି । ଆତ୍ମହତ୍ୟା କରିବା କଥା କହି ପୁଅ ଘରୁ ବାହାରିଗଲେ ଓ ନଜୀରାବାଦ କ୍ରସିଂଗ ରେ ଯାଇ ଶୋଇପଡିଲେ । ଟ୍ରେନ ଆସିବା ସମୟ ରେ ବାପ ପୁଅକୁ ବଞ୍ଚେଇବାକୁ ଯାଇ ବାପ ଓ ପୁଅ ଦୁହିଁଙ୍କ ମୃତ୍ୟୁ ହୋଇଗଲା । ତେବ କଣ ପାଇଁ ପୁଅ ଆତ୍ମହତ୍ୟା କରିବାକୁ ଯାଇଥିଲା ଆସନ୍ତୁ ଜାଣିବା ।

ରାସ୍ତାରେ ଯାଉଥିବା ଲୋକମାନେ ଏହି ଘଟଣା ବିଷୟ ରେ ପୋଲିସ କୁ ଜଣାଇଲେ ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କର ଝିଅକୁ ଏହି ବିଷୟରେ ସୂଚିତ କଲେ ।

ନେହରୂ ନଗର ର ଶ୍ରିବାସ୍ତବ (48) ହମରାଜ କାମ୍ପ୍ଲେକ୍ସ ର ଏକ କପଡା ଦୋକାନ ରେ କାମ କରୁଥିଲେ, ପତ୍ନୀଙ୍କର ବହୁତ ଦିନ ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା । ପରିବାର ରେ ବାପ ପୁଅ ଆଉ ଗୋଟେ ଝିଅ ହିଁ ଥିଲେ, ଏବେ କେବଳ ଝିଅ ବଞ୍ଚିଛନ୍ତି । ପୁଅ ନମନ (17) ବୀଏନଏସଡୀ ଇଂଟର କଲେଜ ଚୁନ୍ନୀଗଂଜ ରେ ଇଂଟରମୀଡିଏଟ ର ଛାତ୍ର ଥିଲା, ପରିବାର ଖର୍ଚ୍ଚ ପାଇଁ ନେଂସୀ ମଧ୍ୟ ଗୁମଟି ରେ ଏକ ଦୋକାନ ରେ କାମ କରନ୍ତି ।

ଦୁଇ ଦିନ ପୂର୍ବରୁ ନମନ ନିଜ ଭଉଣୀ ନେଂସୀ ବ୍ୟାଙ୍କଖାତା ରୁ ୧୩ ହଜାର ଟଙ୍କା ବାହାର କରି ଏକ ମୋବାଇଲ କିଣିନେଇଥିଲେ । ମଙ୍ଗଳବାର ଦିନ ଖାତା ରୁ ପଇସା କାଢିବା କଥା ନେଇ ଭାଇ ଭଉଣୀ ମଧ୍ୟ ରେ ଝଗଡା ହେଲା, ରାଗ ରେ ନମନ ବାପଙ୍କୁ ଫୋନ ଦେଇ ଟ୍ରେନ ତଳେ ମରିବା କଥା କହି ଘରୁ ବାହାରିଆସିଲେ ।

ନଜୀରାବାଦ ଓ ଗୁମଟୀ କ୍ରସିଂଗ ମଧ୍ୟ ରେ ଭାଙ୍ଗିଥିବା କାନ୍ଥ ଡେଇଁ ନମନ ଟ୍ରେନ ଟ୍ରାକ ଉପରେ ପହଞ୍ଚିଲା, ଏହି ସମୟ ରେ କାସଗଂଜ-କାନପୁର ଏକ୍ସପ୍ରେସ ଟ୍ରେନ ଆସୁଥିଲା ।

ଏହା ଦେଖି ବାପା ପ୍ରେମ ଚିଲେଇ କରି ନମନ ପଛ ରେ ଦୌଡିଲେ, ପୁଅ କୁ ବଞ୍ଚେଇବା ଚକ୍କରରେ ବାପା ବି ଟ୍ରେନ ତଳେ ଆସିଗଲେ ଏବଂ ବାପ ପୁଅ ଦୁହିଁଙ୍କର ମୃତ୍ୟୁ ହୋଇଗଲା । ମୃତ ବାପାଙ୍କ ଫୋନରୁ ଝିଅ ନେଂସୀ କୁ ଫୋନ କରାଗଲା ଏବଂ ସୂଚିତ କରାଗଲା ନେଂସୀ ଘଟଣା ସ୍ଥଳ ରେ ଆସି ବାପ ଓ ଭାଇ ସବ ଦେଖି କାନ୍ଦି କାନ୍ଦି ବେହୋସ ହୋଇଗଲେ ।

Leave a Reply

Your email address will not be published. Required fields are marked *