OTV ଯୁବ ସାମ୍ବାଦିକ Arindam Dasଙ୍କୁ ବଞ୍ଚାଇବା ପାଇଁ ଆକୁଳ ନିବେଦନ କରିଥିଲେ ତାଙ୍କ ସାଥି ଦେବାଶିଷ କିନ୍ତୁ କେହି ଶୁଣି ନଥିଲେ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଗତ କିଛି ଦିନ ତଳେ ମୁଣ୍ଡଳୀ ବ୍ରିଜରେ ଯେଉଁ ଦୁର୍ଘଟଣା ଘଟିଥିଲା ସେହି କଥା ମନେ ପଡିଲେ ଲୋମ ଟାଙ୍କୁରି ଉଠୁଛି । ଦୀର୍ଘ ସମୟ ଧରି ପାଣି ଭିତରେ ଜୀବନ ମୃତ୍ୟୁର ସଂଘର୍ଷ କରିଥିଲେ ଯୁବ ସାମ୍ବାଦିକ ଅରିନ୍ଦମ ଦାସ । ଏହାକୁ ନେଇ ଓଟିଭିର କଟକ ପ୍ରତିନିଧି ଦେବାଶିଷ କହିଛନ୍ତି ଯେ ଏହା ନିଶ୍ଚିନ୍ତ ଭାବେ ଏକ ଦୁର୍ଘଟଣା ଥିଲା । କିନ୍ତୁ ଏହି ଦୁର୍ଘଟଣାକୁ ହୁଏ ତ ଏଡାଇ ଦିଆଯାଇ ପାରିଥାନ୍ତା । ଯଦି ସେଦିନ ବ୍ୟବସ୍ଥା ଠିକ ଭାବେ ବ୍ୟବସ୍ଥିତ ହୋଇଥାନ୍ତା ତେବେ ହୁଏ ତ ଅରିନ୍ଦମଙ୍କୁ ବଞ୍ଚାଯାଇ ପାରିଥାନ୍ତା ।

ଯେ ହେତୁ ଅରିନ୍ଦମଙ୍କ ନି-ଧ-ନ ହୋଇ ସାରିଛି କିନ୍ତୁ ସେଦିନ କୌଣସି ଜିନିଷର ବ୍ୟବସ୍ଥା ଠିକ ଭାବେ କରାଯାଇ ନ ଥିଲା ବୋଲି ପ୍ରତିନିଧି ଦେବାଶିସ କହିଛନ୍ତି । ସେ କହିଛନ୍ତି ଯେ ଅରିନ୍ଦମ ପାଣିରେ ବୁଡି ଯାଉଥିବା ବେଳେ ସେ ଅନ୍ୟ ମାନଙ୍କୁ ହାତ ଯୋଡି କହିଥିଲେ ଯେ ତାଙ୍କୁ ବଞ୍ଚାଇବା ପାଇଁ । କିନ୍ତୁ ଅରିନ୍ଦମ ଗୋଟେ କିମି ଯାଏଁ ପାଣିରେ ଭାସି ଯିବା ପରେ ମଧ୍ୟ ତାଙ୍କୁ ବଞ୍ଚାଇବା ପାଇଁ କେହି ପାଣିକୁ ଡେଇଁ ନ ଥିଲେ । ସେହି ସମୟର ମୂହୁର୍ତ୍ତ ଏତେ କଷ୍ଟଦାୟକ ଥିଲା ଯେ ଯାହାକୁ କହି କହି ଦେବାଶିସ କାନ୍ଦି ପକାଇଛନ୍ତି । ଅରିନ୍ଦମ ନିଜକୁ ଜୀବନ ରକ୍ଷା କରିବା ପାଇଁ ଅନେକ ଚେଷ୍ଟା କରିଛନ୍ତି କିନ୍ତୁ ସେଥିରେ ସୁଫଳ ହେଲେ ନାହି ।

ନିଜ ଜୀବନକୁ ରକ୍ଷା କରିବା ପାଇଁ ଅରିନ୍ଦମ କିପରି ଭାବେ ସଂଘର୍ଷ କରିଥିଲେ ତାହାର ଦୃଶ୍ୟ ଆଜି ବି ଆଖି ଆଗରେ ନାଚି ଉଠୁଛି ବୋଲି ଦେବାଶିଷ କହିଛନ୍ତି । ଦେବାଶିଷ ନିଜକୁ ଗିଲ୍ଟି ଅନୁଭବ କରୁଛନ୍ତି ଯେ ସେ ତାଙ୍କ ଭାଇଙ୍କୁ ବଞ୍ଚାଇ ପାରିଲେ ନାହି । ଯେତେବେଳେ ଅରିନ୍ଦମ ଓ ଦେବାଶିଷ ଗାଡିରୁ ଓଲହାଇ ଥିଲେ ସେହି ସମୟରେ ଦେବାଶିଷ କହିଥିଲେ ଯେ ଭାଇ ତୁମେ ଆଜି ଆସିଲ ନିଶ୍ଚୟ କିଛି ହେବ । ଉତ୍ତରରେ ଅରିନ୍ଦମ କହିଥିଲେ ଯେ ପାଣିରୁ ହାତୀ ବାହାରିବା ଆଉ ମୁଁ ବି ବାହାରିବି ।

ଏହି କଥା କୁ ଏବେ ବି ମାନେ ପକାଇ ଦେବାଶିଷ ଦୁଖ ପ୍ରକାଶ କରିବା ସହ କାନ୍ଦି ପକାଇଛନ୍ତି । ଅନେକ ବର୍ଷ ଧରି ଅରିନ୍ଦମ ଙ୍କ ସହ ଦେବାଶିଷ କାମ କରି ଆସିଛନ୍ତି । ତେଣୁ ଅଚାନକ ଅରିନ୍ଦମ ତାଙ୍କୁ ଏମିତି ଛାଡି ଚାଲିଯିବେ ବୋଲି ସେ ସ୍ଵପ୍ନରେ ସୁଦ୍ଧା କଳ୍ପନା କରି ନ ଥିଲେ ।

ବନ୍ଧୁଗଣ ଆପଣ ମାନଙ୍କର ଦେବାଶିଷଙ୍କ ରାଏକୁ ନେଇ କଣ ମତାମତ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *