OTVର ମୁଖ୍ୟ ରିପୋର୍ଟର Arindam Dasଙ୍କ ଶେଷ Live ରେପୋର୍ଟିଂ କରୁଥିବାର Video

ବର୍ତ୍ତମାନ ବହୁତ ବଡ ଦୁଃଖଦ ଖବର ସାମ୍ନାକୁ ଆସୁଛି । ଓଟିଭି ରିପୋର୍ଟର ଅରିନ୍ଦମ ଦାସ ବର୍ତ୍ତମାନ ଆଉ ଆମ ଗହଣରେ ନାହାନ୍ତି । ଅରିନ୍ଦମ ଦାସ ହାତୀର ଲାଇଭ କଭରେଜ ପାଇଁ ODRF ଟିମ ସହ ବୋର୍ଟରେ ଯାଇ ଥିଲେ । କିନ୍ତୁ ଦୁର୍ଭାଗ୍ୟ ବଶତଃ ବୋର୍ଟଟି ପାଣିର ଅତ୍ୟଧିକ ସୁଅରେ ଓଲଟି ଗଲା । ଯେଉଁଥିରେ ମିଡିଆ କର୍ମୀ ଅରିନ୍ଦମ ଦାସ ପାଣିରେ ବୁଡିଗଲେ ଓ ଶେଷରେ ତାଙ୍କର ଜୀବନ ମଧ୍ୟ ଚାଲିଗଲା । ବୋର୍ଟରେ ଦୁଇ ଜଣ ମିଡିଆ କର୍ମୀ ପ୍ରଭାତ ଓ ଅରିନ୍ଦମ ଯାଇ ଥିଲେ ।

ହାତୀକୁ କେଉଁଭଳି ଭାବରେ ଘଉଡା ଯାଉ ଥିଲା ତାକୁ ଲାଭ ଦେଖାଇବା ପାଇଁ ଅରିନ୍ଦମ ଦାସ ଓ ପ୍ରଭାତ ଯାଇ ଥିଲେ । କିନ୍ତୁ ଶେଷରେ ନିଜର ଜୀବନ ଦେଇ ଆସିଲେ । ଓଟିଭିର ରିପୋର୍ଟର ଅରିନ୍ଦମ ଦାସ ବହୁତ ପାପୁଳାର ରିପୋର୍ଟର ଅଟନ୍ତି । ପ୍ରାୟତଃ ଲୋକମାନେ ତାଙ୍କୁ ଜାଣିଛନ୍ତି ।

କିନ୍ତୁ ବହୁତ ଦୁଃଖର ସହିତ କହିବାକୁ ପଡୁଛି କି ସେ ଆଜି ଆଉ ଆମ ଗହଣରେ ନାହାନ୍ତି । ନିଜର ଏହି ରିପୋର୍ଟର କ୍ୟାରିୟରରେ ଅରିନ୍ଦମ ଦାସ ବହୁତ ସାହସର ସହ କାମ କରୁଥିଲେ । ସେ ସମସ୍ତ ପରିସ୍ଥିତିରେ ଆଗକୁ ଆସି ରିପୋର୍ଟ ଦେଉଥିଲେ ।

ଯେତେ କଠିନ ପରିସ୍ଥିତି ଥିଲେ ବି ସେ ଆଗାକୁ ଆସି ରିପୋର୍ଟିଂ କରୁଥିଲେ ଓ ବଡରୁ ବଡ, କଷ୍ଟ ଓ ଭୟଙ୍କର ସ୍ଥିତିରେ ବି ସେ ଆଗକୁ ଆସୁଥିଲେ ଓ କହୁଥିଲେ କି ଏହି ରିପୋର୍ଟିଙ୍ଗ ମୁଁ କରିବି । ଆମେ କେବେ ବି ଆଶା କରୁ ନ ଥିଲି କି ଏହିଭଳି ଖବର ବି ସାମ୍ନାକୁ ଆସିବ ।

ବହୁତ ଚେଷ୍ଟା କରିବା ସତ୍ବେ ବି ଡାକ୍ତରୀ ଟିମ ଅରବିନ୍ଦ ଦାସଙ୍କୁ ବଞ୍ଚାଇବାରେ ସଫଳ ହେଲେ ନାହିଁ । ଅରିନ୍ଦମ ଦାସ କ୍ରାଇମ ଓ ଭୟଙ୍କର ବନ୍ୟା ଏବଂ ବାତ୍ୟା ଭଳି ସ୍ଥିତିରେ ବି ରିପୋର୍ଟ କରୁଥିଲେ । ଯେତେ ବଡ ବନ୍ୟା ଓ ବାତ୍ୟା ହେଲେ ବି ସେ କହିବେ କି ସାର ମୋତେ ଦିଅନ୍ତୁ ମୁଁ ଯିବି ରିପୋର୍ଟଟିଙ୍ଗ କରିବାକୁ । ଅରିନ୍ଦମ ଦାସ ବହୁତ ସାହାସୀ ଥିଲେ । ଏହା ସହିତ ଆଜି ସକାଳୁ ହିଁ ଅରିନ୍ଦମ ଦାସ ହାତୀର ଲାଇଭ କଭେରଜ କରୁଥିଲେ । କିନ୍ତୁ ଶେଷରେ ସେ ନିଜର ଜୀବନ ହାରିଗଲେ ।

ଆଜି ତାଙ୍କର ସମସ୍ତେ ସହଯୋଗୀଙ୍କ ଆଖିରୁ ଲୁହ ବନ୍ଦ ହେଉ ନାହିଁ । ଅରିନ୍ଦମ ଦାସଙ୍କ ଯେତେ ପ୍ରଶଂସା କରିଲେ ବି କମ ଅଟେ । ମିଳିଥିବା ସୂଚନା ଅନୁସାରେ କୁହାଯାଉଛି କି ODRF ବୋର୍ଟ ଓଲଟିବା ପରେ ପାଣିରୁ ୫ ଜଣଙ୍କୁ ଉଦ୍ଧାର କରିଛୁ । ଯେଉଁମାନଙ୍କ ମଧ୍ୟରୁ ଓଟିଭିର ଷ୍ଟାଫ ଅଛନ୍ତି ଓ ଯେଉଁମାନଙ୍କ ମଧ୍ୟରୁ ଜଣେ ମୃ-ତ୍ୟୁ କରିଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ ସେମାନେ ୧ ଘଣ୍ଟା ପର୍ଯ୍ୟନ୍ତ ତାକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଲେ କିନ୍ତୁ ସେମାନେ ସଫଳ ହେଲେ ନାହିଁ । ଆଉ ଜଣେ ମିଡିଆ କର୍ମୀଙ୍କ ସ୍ଥିତି ଗୁରୁତ୍ଵ ପୂର୍ଣ ଅଛି । ଯାହାଙ୍କର ଚିକିତ୍ସା ଚାଲିଛି । ଏହା ସହିତ ୩ ଜଣ ODRF ଟିମର ଯବାନମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଖରାପ ଅଛି ଓ ଆଉ ଜଣଙ୍କର ସ୍ଥିତି ସଙ୍କଟାପଣ ଅଛି ।

Leave a Reply

Your email address will not be published. Required fields are marked *