ପବିତ୍ର ସୁଦଶା ବ୍ରତ (୧୬ ସେପ୍ଟେମ୍ବର ୨୦୨୧) – ପୂଜା ବିଧି, ମହତ୍ତ୍ୱ, ବ୍ରତ ରଖିବାର ନିୟମ

ଆପଣ ମାନେ ଜାଣିଥିବେ ସେପ୍ଟେମ୍ବ ୧୬ରେ ମା ଲକ୍ଷ୍ମୀଙ୍କର ପ୍ରିୟା ସୁଦଶା ବ୍ରତ ପଡୁଛି । ଓଡିଶାରେ ପରମ୍ପରା ଅନୁଯାୟୀ ଅନେକ ବ୍ରତ ପାଳନ କରାଯାଏ । ସେଥି ମଧ୍ୟରୁ ସୁଦଶା ବ୍ରତ ହେଉଛି ଅନ୍ୟତମ । ଆଜି ଆମେ ଆପଣ ମାନଙ୍କୁ ସୁଦଶା ବ୍ରତ ମହିଳା ମାନେ କଣ ପାଇଁ କରନ୍ତି ଓ ଏହାର ନିୟମ କଣ ରହିଛି ସେହି ବିଷୟରେ କହିବାକୁ ଯାଉଛୁ । କୌଣସି ମାସର ଶୁକ୍ଳ ପକ୍ଷ ଦଶମୀ ତିଥି ଗୁରୁବାର ଦିନ ପଡେ ତେବେ ସେହି ଦିନ ସୁଦଶା ବ୍ରତ ପାଳନ କରାଯାଏ । ଏହି ଦିନ ବିବାହ ତିଥି ପଡିଲେ ଏହାକୁ ନୂଆ ସୁଦଶା ବ୍ରତ କୁହାଯାଏ । ଏହି ଦିନ ନୂଆ ବିବାହିତା ମହିଳା ମାନେ ନୂଆ ବ୍ରତ କରିଥାନ୍ତି ।

ପୋରାଣିକ ମତରେ ଏହି ବ୍ରତ ପ୍ରଥମେ ବିଧର୍ବ ଦେଶର ରାଜା ନଅଙ୍କ ଙ୍କ ପାଟରାଣୀ ଦମୟନ୍ତୀ ଆରମ୍ଭ କରିଥିଲେ । ସେହି ଦିନ ଠାରୁ ସବୁ ବିବାହିତା ନାରୀ ମାନେ କରୁଛନ୍ତି । ପୌରାଣିକ କଥା ଅନୁସାରେ ଦିନେ ଦୀକ୍ଷା ବ୍ରାମହାନି ଜଳରୁ ପାଣି ଆଣିବା ବେଳେ ବ୍ରତ ହଜାଇ ଦେଇଥିଲେ । ବ୍ରତ ହଜି ଯିବାରୁ ବ୍ରାଂହନି କାନ୍ଦିବା ବେଳେ ନର ରାଜା ତାଙ୍କୁ ସାହାଜ୍ଯ କରିବା ପାଇଁ ନିଜ ସ୍ତ୍ରୀ ଦମୟନ୍ତୀଙ୍କ ଠାରୁ ବ୍ରତ ଆଣି ବ୍ରାଂହନିଙ୍କୁ ଦେଇଥିଲେ । ବ୍ରତ ଦେବା ପରେ ଦୁହେଁ ରାଜା ଓ ରାଣୀ ଶ୍ରୀହୀନ ହୋଇ ଯାଇଥିଲେ ।

ବହୁତ ଦୁଖ ଦୁର୍ଦଶା ଭୋଗିବା ପରେ ଦମୟନ୍ତୀ ପୁଣି ଥରେ ସୁଦଶା ବ୍ରତ ରୀତିନୀତି ଅନୁସାରେ ଆରମ୍ଭ କରିବା ପରେ ସେମାନେ ନିଜର ସମସ୍ତ ସୁଖ ଓ ସମୃଦ୍ଧି ଫେରି ପାଇଥିଲେ । ସୁଦଶା ଶବ୍ଦର ଅର୍ଥ ହେଉଛି ସୁ ଅର୍ଥ ଶୁଭ, ଦଶାର ଅର୍ଥ ଦଶାଙ୍କ ମହତ୍ଵ । ଏହି ବ୍ରତରେ ସବୁ ପ୍ରକାର ଫଳ, ପିଠା ୧୦ ଗୋଟି ହୋଇଥାଏ ଓ ମା ଲକ୍ଷ୍ମୀଙ୍କ ନାମ ଉଚ୍ଚାରଣ କରାଯାଇ ପୂଜା କରାଯାଏ । ମହିଳା ମାନେ ୧୦ ଗୋଟି ଗଣ୍ଠି ଦେଇ ବ୍ରତ ଧାରଣ କରିଥାନ୍ତି । ନାରୀ ଏମାନେ ୧୦ ଗୋଟି ଗଣ୍ଠି ଧାରଣ କରିବା ସମୟରେ ୧୦ଟି ନାମ ଜପ କରିବା ଉଚିତ ।

ପ୍ରଥମ ଗଣ୍ଠିରେ ଲକ୍ଷ୍ମୀ ନାରାୟଣ, ଦିତୀୟରେ କମଳିନୀ, ତୃତୀୟରେ ଶ୍ରୀହଋ ହରପ୍ରିୟା, ଚତୁର୍ଥରେ ପଦ୍ମାଳୟା, ପଞ୍ଚମରେ କମଳା, ଷଷ୍ଠରେ ଚଞ୍ଚଳା, ସପ୍ତମରେ ବିଗ୍ନହେସିନୀ, ଅଷ୍ଟମରେ ସିନ୍ଦୁର ଦୁଲଣୀ, ନବମରେ ଦୁର୍ଗତିନାଶିନୀ, ଦଶମରେ ବିଶୁଣୁ ପାଟରାଣୀ । ସୁଦଶା ବ୍ରତ ଦିନ ସକାଳେ ଜଲ୍ଦି ସ୍ନାନ କରି ମା ଲକ୍ଷ୍ମୀଙ୍କର ପୂଜା ଅକରିବା ଉଚିତ । ଏହି ଦିନ ସକାଳ, ମଧ୍ୟାହ୍ନ, ସଂଧା ସମୟରେ ଭୋଗ ଲଗାଇବା ଉଚିତ । ଏହି ଭୋଗ ଆପଣ ଘର ଲୋକଙ୍କ ଛଡା ଅନ୍ୟକୁ ଦେବା ଉଚିତ ନୁହେଁ । ହଳଦିଆ ରଙ୍ଗର ଶାଢୀ ପିନ୍ଧିବା ସହ ପଦରେ ଅଳତା ଲଗାଇବା ଉଚିତ । ଏହି ଦିନ ଘର ଅନ୍ଧାର ରଖିବା ଅନୁଚିତ । ଏହି ଦିନ ଆମିଷ ବା ଉସୁନା ଚାଉଳ ରାନ୍ଧିବା ଅନୁଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *