ପବିତ୍ର ଜନ୍ମାଷ୍ଟମୀ ପୂର୍ବରୁ ଘରକୁ ନେଇ ଆସନ୍ତୁ ଏହି 8ଟି ଜିନିଷ, ହେବ ଧନର ବର୍ଷା 

ଚଳିତ ବର୍ଷ ଅଗଷ୍ଟ ୧୮ ତାରିଖରେ ପଡିବାକୁ ଯାଉଛି ଜନ୍ମାଷ୍ଟମୀ । ଏହି ଦିନ ଭଗବାନ କୃଷ୍ଣଙ୍କୁ ପୂଜା କରିବାର ବିଶେଷ ମହତ୍ଵ ରହିଛି । ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ଭଗବାନ କୃଷ୍ଣ ଜନ୍ମଗ୍ରହଣ କରିଥିଲେ । ତେଣୁ ଏହି ଦିନକୁ ଜନ୍ମାଷ୍ଟମୀ ପର୍ବ ଭାବରେ ପ୍ରତେକ ହିନ୍ଦୁ ଧର୍ମର ଲୋକେ ନିଷ୍ଠାର ସହ ପାଳନ କରିଥାନ୍ତି । ଶାସ୍ତ୍ରରେ ଉଲେଖ ରହିଛି ଭଗବାନ କୃଷ୍ଣ ଦୁଖ, ଦ୍ରାରିଦ୍ରତାରୁ ମୁକ୍ତି ଦେଇଥାନ୍ତି । କୁହାଯାଏ ଏହି ଦିନ ବିଧି ବିଧାନ ଅନୁଯାୟୀ ଭଗବାନ କୃଷ୍ଣଙ୍କୁ ପୂଜା କରିଲେ ସବୁ ମନସ୍କାମନା ପୂରଣ ହୋଇଥାଏ । ତେବେ ଏମିତି କେଉଁ ଜିନିଷ ଜନ୍ମାଷ୍ଟମୀରେ ଘରକୁ ଆଣିଲେ ଧନର ବର୍ଷା ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଚନ୍ଦନ : ଘରେ ଚନ୍ଦନ ରଖିବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ । ଏହାର ସୁଗନ୍ଧରେ ଓ ବାତାବରଣରେ ନାକାରାତ୍ମକ ଊର୍ଜା ସମାପ୍ତ ହୋଇଥାଏ । ସବୁ ଦେବିଦେବତାଙ୍କର ପୂଜାରେ ଚନ୍ଦନ ଲାଗିବାର ବିଧାନ ରହିଛି । ଯାହା ଦ୍ଵାରା ମନକୁ ଶାନ୍ତି ମିଳିଥାଏ ।

୨ – ବୀଣା : ଘରକୁ ପବିତ୍ର ଜନ୍ମାଷ୍ଟମୀ ରେ ବୀଣା ଆଣିଲେ ସାନ୍ତ ସ୍ଥାନରେ ରଖନ୍ତୁ । ଏହା ଦ୍ଵାରା ମା ସରସ୍ଵତୀଙ୍କ କୃପା ମିଳିଥାଏ । ପରିବାରର ଲୋକ ଙ୍କର ବୁଦ୍ଧିର ବିକାଶ ହେବା ସହ ଘରେ କେବେ ବି ଧନର ଅଭାବ ଦେଖାଯାଏ ନାହି ।

୩- ଦେଶୀ ଘିଅ : ଭଗବାନ ଶ୍ରୀ କୃଷ୍ଣ ଙ୍କୁ ଗାଈ ଅତ୍ୟନ୍ତ ପ୍ରିୟ ଅଟେ । ମାନ୍ୟତା ରହିଛି ଘରେ ଠାକୁର ପୂଜାରେ ସର୍ବଦା ଦେଶୀ ଘାଇ ବ୍ୟବହାର କରିବା ଶୁଭ ହୋଇଥାଏ । ନିୟମିତ ଭାବରେ ଏହାର ସେବନ କରିଲେ ଶକ୍ତି ମିଳିଥାଏ । ଯାହା ଦ୍ଵାରା ଶରୀର ସୁସ୍ଥ ରହିଥାଏ । ପୂଜା ପାଠ ରେ ଘିଅର ବିଶେଷ ମହତ୍ଵ ରହିଥାଏ ।

୪- ମହୁ : ଯଦି ଆପଣଙ୍କ ଘରର ରୋଷେଇ ଘରୁ ମହୁ ନାହି ତେବେ ଜନ୍ମାଷ୍ଟମୀ ପୂର୍ବ ଦିନ ନିଶ୍ଚୟ କ୍ରୟ କରି ଆଣନ୍ତୁ । ଘରେ ମହୁ ରଖିବା ଦ୍ଵାରା ବାସ୍ତୁ ଦୋଷ ଦୂର ହେବା ସହ ପୂଜା ପାଠ କରିବା ସମୟରେ ମହୁ ଅତ୍ୟନ୍ତ ଜରୁରୀ ହୋଇଥାଏ ।

୫- ଶୀତଳ ଜଳ : ଘରେ ସର୍ବଦା ସଫା ସୁତୁରା ଜଳ ବ୍ୟବହାର କରିବା ଉଚିତ । ଘରକୁ ଆସୁଥିବା ଅତିଥିଙ୍କର ସତ୍କାର ଶୀତଳ ଜଳରେ କରିବା ଉଚିତ । ଏହା କରିବା ଦ୍ଵାରା କୁଣ୍ଡଳୀରେ ଅନେକ ଦୋଷ ଦୂର ହେବା ସହ ଅନେକ ବୋଝ କମିଯାଏ ।

୬- ବଂଶୀ : ଭଗବାନ କୃଷ୍ଣଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି ବଂଶୀ ଯାହାକୁ ସେ ନିଜେ ଧରିଥାନ୍ତି । ଯେଉଁ ଘରେ ବଂଶୀ ରହିଥାଏ ସେହି ଘରେ ପ୍ରେମ ଓ ଧନର ଅଭାବ ରୁହେ ନାହି ।

୭- ବାଲ ଗୋପାଳ : ଯଦି ଆପଣ ସନ୍ତାନ ସୁଖକୁ ନେଇ ଚିନ୍ତାରେ ଅଛନ୍ତି ତେବେ ଘରର କବାଟରେ ବାଲ ଗୋପାଳଙ୍କର ଫୋଟୋ ଲଗାନ୍ତୁ । ଏପରି କରିଲେ ମନସ୍କାମନା ପୂରଣ ହୋଇଥାଏ ।

୮- ମୟୁର ଚନ୍ଦ୍ରିକା : ମାୟୁର ଚନ୍ଦ୍ରିକା ଭଗବାନ କୃଷ୍ଣଙ୍କର ପ୍ରିୟ ଅଟେ । ଘରର ଶୋଇବା ଘରେ ଦୁଇଟି ମୟୁର ଚନ୍ଦ୍ରିକା ନିଶ୍ଚୟ ଲଗାନ୍ତୁ । ବନ୍ଧୁଗଣ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *