ପାନ ପତ୍ରରେ ଏହି ଜିନିଷଟି ମିଶାଇ ଲଗାନ୍ତୁ, ଆଣ୍ଠୁଗଣ୍ଠି ବିନ୍ଧା ସଂପୂର୍ଣ୍ଣ ଭାବେ ଭଲ ହୋଇଯିବ

ବନ୍ଧୁଗଣ, ଆଜିକାଲିର ଆଧୁନିକ ଦୁନିଆରେ ଆଣ୍ଠୁଗଣ୍ଠି ବିନ୍ଧା ଏକ ସାଧାରଣ ବିଷୟ ପାଲଟି ଯାଇଛି । ଏହା ସମସ୍ତ ବୟସର ଲୋକ ମାନଙ୍କୁ ଭୋଗିବାକୁ ପଡୁଅଛି । ବନ୍ଧୁଗଣ ଏହି ଯନ୍ତ୍ରଣା ହେବାର ଅନେକ ପ୍ରକାରର କାରଣ ହୋଇପାରେ ।

ବନ୍ଧୁଗଣ କାଲସିୟମ ର ଅଭାବରୁ ଆପଣଙ୍କୁ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭଳି ରୋଗ ଭୋଗିବାକୁ ପଡିଥାଏ । ଏହାଛଡା ଆହୁରି ମଧ୍ୟ ଅନେକ କାରଣ ରହିଅଛି ଯେଉଁ କାରଣରୁ ଆପଣଙ୍କୁ ଆଣ୍ଠୁଗଣ୍ଠି ବିନ୍ଧା ଭଳି ସମସ୍ୟା ସବୁଦିନ ପାଇଁ ଭୋଗିବାକୁ ପଡିଥାଏ । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ଏହି ଘରୋଇ ଉପାୟ ଟି କହିବାକୁ ଯାଉଅଛୁ ଯାହାକୁ ପ୍ରୟୋଗ କରି ଆପଣ ମାନେ ଆରାମ ପାଇ ପାରିବେ । ଆସନ୍ତୁ ତେବେ ସେହି ଉପାୟ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ବନ୍ଧୁଗଣ, ଏହା ଏକ ଘରୋଇ ଉପଚାର ଅଟେ ।

ଯାହା କାରଣରୁ ବିନ୍ଧା ବାହ୍ୟ ହେଉ କିଅବା ଆଭ୍ୟନ୍ତରୀଣ ହେଉ ତାହା ସଂପୂର୍ଣ୍ଣ ଭାବେ ଠିକ ହୋଇଯିବ । ବନ୍ଧୁଗଣ ପ୍ରଥମ ସାମଗ୍ରୀ ଟି ହେଉଛି ପାନପତ୍ର । ପାନପତ୍ରରେ ଏଭଳି ଔଷଧୀୟ ଗୁଣ ରହିଅଛି ଯାହା ଆମର ଅନେକ କିଛି ଉପକାର କରିଥାଏ । ବନ୍ଧୁଗଣ ଏହାପରେ ଯେଉଁ ଦ୍ଵିତୀୟ ସାମଗ୍ରୀ ଟି ଆବଶ୍ୟକ ତାହା ହେଉଛି ସୋରିଷ ତେଲ । ବନ୍ଧୁଗଣ ସୋରିଷ ତେଲର ଗୁଣ ସମ୍ବନ୍ଧରେ ପ୍ରାଏ ଆପଣ ସମସ୍ତେ ଜାଣିଛନ୍ତି ।

ବନ୍ଧୁଗଣ ଶରୀରରେ ଯେତେ ପ୍ରକାରର ଯନ୍ତ୍ରଣା ହୋଇଥିଲେ ମଧ୍ୟ ଯଦି ଆମ୍ଭେ ସୋରିଷ ତେଲ ରେ ମାଲିସ କରିବା ତେବେ ତାହା ବହୁତ ଶୀଘ୍ର ଭଲ ହୋଇଯାଇଥାଏ । ଏହାପରେ ଆମକୁ ଉପସମ ମିଳିଥାଏ । ବନ୍ଧୁଗଣ ଦିନସାରା ଯେଉଁ ମାନେ ବହୁତ ଅଧିକ କଠିନ ପରିଶ୍ରମ କରିଥାନ୍ତି, ସେମାନେ ପ୍ରାଏ ରାତିରେ ସୋରିଷ ତେଲ ର ମାଲିସ କରି ଶୋଇଥାନ୍ତି ।

ସୋରିଷ ତେଲ ସମସ୍ତ ପ୍ରକାରର କଷ୍ଟ କୁ ଲାଘବ କରିଥାଏ । ବନ୍ଧୁଗଣ ଆଣ୍ଠୁଗଣ୍ଠି ବିନ୍ଧାର କଷ୍ଟ କୁ ଲାଘବ କରିବା ପାଇଁ ଆଜି ଆମ୍ଭେ ସୋରିଷ ତେଲ ର ପ୍ରୟୋଗ ପାନ ପତ୍ର ରେ କରିବା । ବନ୍ଧୁଗଣ ଆପଣ ଅଳ୍ପ ସୋରିଷ ତେଲ ନିଜ ହାତରେ ନିଅନ୍ତୁ ଏବଂ ଏକ ଗୋଟିକିଆ ପାନପାତ୍ର ନିଅନ୍ତୁ । ବନ୍ଧୁଗଣ ଆପଣ ଯେମିତି ଚୂନ ମାରନ୍ତି ପାନ ପାତ୍ର ରେ ସେହିଭଳି ଭାବରେ ଆପଣ ପୁରା ସଂପୂର୍ଣ୍ଣ ଭାବରେ ସୋରିଷ ତେଲ କୁ ଲଗାଇ ଦିଅନ୍ତୁ ।

ବନ୍ଧୁଗଣ ଏହା ସଂପୂର୍ଣ୍ଣ ଆୟୁର୍ବେଦିକ ଉପଚାର ଅଟେ । ଏବଂ ବହୁ ପୁରାତନ କାଳରୁ ଆଣ୍ଠୁଗଣ୍ଠି ରେ ପ୍ରୟୋଗ ହୋଇଆସୁଛି । ଏହାପରେ ଆପଣ ଏକ ତାୱା କୁ ଗ୍ୟାସ ରେ ବସାଇ ହାଲ୍କା ଗରମ କରନ୍ତୁ । ବନ୍ଧୁଗଣ ତାୱା ଗରମ ହୋଇଗଲେ ଗ୍ୟାସ କୁ ବନ୍ଧ କରି ଦିଅନ୍ତୁ । ଏହାପରେ ଆପଣ ପୁରଣରୁ ଯେଉଁ ପାନପତ୍ର ରଖିଥିଲେ ତାହାକୁ ଏଥିରେ ସେକନ୍ତୁ ।

ଏହାପରେ ପାନପତ୍ର ଟି ହାଲ୍କା ଗରମ ଥିଲାବେଳେ ଆପଣଙ୍କ ଆଣ୍ଠୁଗଣ୍ଠି ବିନ୍ଧା ଜାଗାରେ ପାନ ପତ୍ରଟିକୁ ଲଗାଇ ଦିଅନ୍ତୁ । ଏହାପରେ କୌଣସି ଏକ କପଡା ସାହାର୍ଯ୍ୟରେ ଆପଣ ଏହାକୁ ଟାଇଟ କରି ବାନ୍ଧି ଦିଅନ୍ତୁ । ରାତିସାର ଏହିଭଳି ଭାବରେ ରଖନ୍ତୁ । ଆପଣ ଅନୁଭବ କରିବେ ସକାଳ ଭିତରେ ଆପଣଙ୍କୁ ବହୁତ ଆରାମ ମିଳିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *