ପାଟି ବା ଗଳାରେ ଘା ହୋଇଥିଲେ ଏଥିରେ କୁଳୁକୁଞ୍ଚା କରନ୍ତୁ, ତୁରନ୍ତ ହୋଇଯିବ ଭଲ(Healthy Tips)

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କୌଣସି କାରଣରୁ ଆମ ପାଟି ବା ଗଳା ରେ ଘା ହୋଇଯାଏ । ସାଧାରଣତ ପୁରୁଷ ମାନେ ଅଧିକ ସିଗାରେଟ ବା ଗୁଟଖା ସେବନ ଦ୍ଵାରା ଘା ଭଳି ସମସ୍ଯା ସ୍ରୁତି ହୋଇଥାଏ । ବିଭିନ୍ନ ପ୍ରକାରର ମେଡ଼ିସିନ ର ସେବନ କରିବା ଦ୍ଵାରା ମଧ୍ୟ ଏହା ଭଲ ହୋଇ ନ ଥାଏ । କିନ୍ତୁ ଆୟୁର୍ବେଦିକ ରେ ଏମିତି କିଛି ଉପଚାର ରହିଛି ଯାହାର ସେବନ କରିବା ଦ୍ଵାରା ପାଟି ବା ଗଳା ରେ ହୋଇଥିବା ଘା ଭଲ ହୋଇଯିବ ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ହୋମ ରେମେଡି ନେଇ ଆସିଛୁ ଯାହା ଦ୍ଵାରା ଘା ଭଳି ସମସ୍ଯା ତୁରନ୍ତ ଦୂର ହୋଇଯିବ । ଏହି ରେମେଡି ପ୍ରସ୍ତୁତ କରିବା ପାଇଁ ଏକ ପାତ୍ର ରେ ଏକ ଲିଟର ପାଣି ନିଅନ୍ତୁ । ଏହା ପରେ ପାଣି ଫୁଟିଲା ପରେ ଦୁଇ ଚାମଚ ଅଁଳା ପାଉଡର ପକାନ୍ତୁ । ଏନଲା ପାଉଡର ରେ ଏମିତି କିଛି ଭିଟାମିନ ରହିଛି ଯାହା ପାଟି ବା ଗଲା ରେ ହୋଇଥିବା ଘା କୁ ଶୁଖାଇବାରେ ବହୁତ ଅଧିକ ସହାୟକ ହୋଇଥାଏ ।

ଏହା ପରେ ଆଡ କରନ୍ତୁ ଯଷ୍ଟିମଧୁ ଯାହା ଆପଣଙ୍କୁ ଦୋକାନ ରୁ ସାହାଜରୁ ମିଳିଯିବ । ଯଦି ଆପଣଙ୍କୁ ଯଷ୍ଟିମଧୁ ପାଉଡର ନ ମିଳେ ତେବେ ଆପଣ ଏହା ଗୋଟା ଆକାରର ଆଣି ଏହାର ପାଉଡର କରି ପାରିବେ । ଏହି ରେମେଡି ତିଆରି କରିବା ପାଇଁ ଦୁଇ ଚାମଚ ଯଷ୍ଟିମଧୁ ପକାନ୍ତୁ । ଏହା ପରେ ଏହାକୁ ଭଲ ଭାବେ ମିଶ୍ରଣ କରନ୍ତୁ । ଏହା ପରେ ପାଣି କୁ ସେତେ ସମୟ ଯାଏଁ ଫୁଟାନ୍ତୁ ଯ ପର୍ଯ୍ୟନ୍ତ ପାଣି ଅଧା ନ ହୋଇଛି ।

ଆପଣ ଏଲ ଲିଟର ପାଣି ନେଇଥିଲେ ଏହା ଯେପରି ୨୫୦ଗ୍ରାମ ପାଣି ହେବ ସେତେ ଯାଏଁ ଫୁଟାନ୍ତୁ । ଏହି ପାଣି ରେ ଯେପରି ଦୁଇ ଟି ସାମଗ୍ରୀ ର ପୋଷକ ତତ୍ଵ ଭଲ ଭାବେ ମିଶିଯିବ । ଏହା ପରେ ଏକ ଗ୍ଳାସ ରେ ଏହି ପାଣି କୁ ଛାଣି ଦିଅନ୍ତୁ । ଏହା ପରେ ଆପଣ ଏହି ପାଣି ର ଦିନକୁ ଯେତେ ଥର ସମ୍ଭବ କୁଲି କରନ୍ତୁ । ଏହା ଦ୍ଵାରା ଆପଣଙ୍କ ପାଟି ବା ଗଳା ରେ ହୋଇଥିବା ଘା ତୁରନ୍ତ ଶୁଖିଯିବ ।

ଏହି ରେମେଡି ବହୁ ପୁରାତନ ଓ ପରୀକ୍ଷିତ ଉପଚାର ଅଟେ । ଏଥିରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହି । ଆପଣ ମାନେ ଥରେ ଏହାକୁ ନିଶ୍ଚୟ ସେବନ କରି ଦେଖନ୍ତୁ । ଆପଣଙ୍କ ପାଟି ବା ଗଳା ରେ ହୋଇଥିବା ଘା ଜଲ୍ଦି ଭଲ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *