ମହା ଶିବରାତ୍ରି ଦିନ ‘ଶିବଲିଙ୍ଗ’ରେ ଅର୍ପଣ କରି ଦିଅନ୍ତୁ ଏହି 2ଟି ଜିନିଷ, ହେବ ସବୁ ଇଚ୍ଛା ପୂର୍ଣ୍ଣ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଭଗବାନ ଶିବ ଙ୍କୁ ପ୍ରସନ୍ନ କରିବା ବହୁତ ସହଜ ହୋଇଥାଏ । ତାଙ୍କୁ କେବଳ ସରଳ ଭାବରେ ବେଲପତ୍ର ଓ ଜଳ ଚଢାଇକରି ତାଙ୍କର କୃପା ଆମେ ପାଇପାରିବା । ଭଗବାନ ଶିବ ଙ୍କୁ ପ୍ରସନ୍ନ କରିବା ପାଇଁ ମହାଶିବରାତ୍ରି ବହୁତ ଉତ୍ତମ ଦିନ ହୋଇଥାଏ ଏବଂ ଯେଉଁ ଭକ୍ତ ଏହି ଦିନ ଶିବ ଲିଙ୍ଗ ଙ୍କୁ ପୂଜା କରିଥାଏ ସେ ବେଲପତ୍ର ଓ ଜଳ ଅର୍ପଣ କରିଥାଏ । ଏହା ଦ୍ବାରା ତାଙ୍କ ଉପରେ ଭଗବାନ ଶିବ ଙ୍କ ର କୃପା ସବୁବେଳେ ରହିଥାଏ । ଏହି ବର୍ଷ ମହାଶିଵ ରାତ୍ରି ମାର୍ଚ୍ଚ ମାସ ୧୧ ତାରିଖ ଦିନ ହେବାକୁ ଯାଉଛି ।

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମହାଶିବରାତ୍ରି ପର୍ବ ମାଘ ମାସ କୃଷ୍ଣ ପକ୍ଷ ର ଚତୁର୍ଥୀ ତିଥି ରେ ପାଳନ କରାଯାଇଥାଏ । କିନ୍ତୁ ଦକ୍ଷିଣ ଭାରତୀୟ ଶାସ୍ତ୍ର ଅନୁସାରେ ଏହି ପର୍ବ ଟି କୁ ମାଘ ମାସ କୃଷ୍ଣ ପକ୍ଷ ର ଚତୁର୍ଦ୍ଦଶୀ ଦିନ ପାଳନ କରାଯାଇଥାଏ । କିନ୍ତୁ ଏହି ବର୍ଷ ଏହି ଦୁଇଟି ତିଥି ଏକା ସହିତ ପଡୁଛି । ଏହା ସହିତ ଏହି ଥର ମହାଶିବରାତ୍ରି ରେ ଶିବ ଯୋଗ ସହିତ ଘନିଷ୍ଠ ନକ୍ଷେତ୍ର ହେବ ଓ ଚନ୍ଦ୍ରମା ମକର ରାଶି ରେ ବିରାଜମାନ ରହିବ । ଅର୍ଥାତ ମହାଶିବରାତ୍ରି ଅନେକ ଶୁଭ ସଂଯୋଗ ସହିତ ଆସୁଅଛି ।

ବନ୍ଧୁଗଣ ଏହି ମହାଶିବରାତ୍ରି ରେ ଭୋଳାନାଥ ଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ତାଙ୍କୁ ଜଳ ଓ ବେଲପତ୍ର ନିଶ୍ଚୟ ଅର୍ପଣ କରନ୍ତୁ । ଶିବ ଲିଙ୍ଗ ରେ ଜଳ ଅର୍ପଣ କରିବା ସହିତ ଗୋଟିଏ ମହତ କଥା ଯୋଡି ହୋଇ ଅଛି । ସମୁଦ୍ର ମନ୍ଥନ ସମୟ ରେ କାଳକୂଟ ନାମକ ବିଷ ବାହାରି ଥିଲା ଯାହାକି ଦେବତା ମାନଙ୍କ ର ଭାଗ ରେ ପଡିଥିଲା । ଦେବତା ମାନଙ୍କୁ ଏହି ବିଷ ରୁ ରକ୍ଷା କରିବା ନିମନ୍ତେ ମହାଦେବ ଶିବ ସ୍ୱୟଂ ଏହାକୁ ସ୍ୱବନ କରିଥିଲେ ଓ ଏହାକୁ ନିଜ କଣ୍ଠ ରେ ରଖିଥିଲେ ।

ଯାହା ଦ୍ୱାରା ତାଙ୍କ କଣ୍ଠ ନୀଳ ପଡିଯାଇଥିଲା । ସେଥିପାଇଁ ତାଙ୍କୁ ନୀଳକଣ୍ଠ ମଧ୍ୟ କୁହାଯାଏ । ବିଷ ସେବନ କରିଥିବା ହେତୁ ଭଗବାନ ଶିବ ଙ୍କ ଶରୀର ତପ୍ତ ହୋଇ ଉଠିଲା ଏବଂ ତାଙ୍କୁ ଥଣ୍ଡା କରିବା ପାଇଁ ଦେବତା ମାନେ ତାଙ୍କ ମସ୍ତକରେ ଜଳ ଢାଳିଥିଲେ । ଏହା ସହିତ ତାଙ୍କୁ ଥଣ୍ଡା ଅନୁଭବ ହେବା ପାଇଁ ତାଙ୍କ ଉପରେ ବେଲପତ୍ର ମଧ୍ୟ ଚଢାଇ ଥିଲେ । ବେଲପତ୍ର ର ଉତ୍ପତ୍ତି ର କଥା ସ୍କନ୍ଦ ପୁରାଣ ରେ ଦେଖିବାକୁ ମିଳିଥାଏ । ଶାସ୍ତ୍ର ଅନୁସାରେ ପାର୍ବତୀ ନିଜ କପାଳ ରୁ ଝାଳ ପୋଛି ଭୂମି ଉପରେ ପକାଇ ଥିଲେ ଯାହାର ଏକ ବୁନ୍ଦା ମନ୍ଦାର ପର୍ବତ ଉପରେ ପଡିଥିଲା ।

ଏହି ଝାଳ ରୁ ସେହି ପର୍ବତ ରେ ଜନ୍ମ ନେଇଥିଲା ଏକ ବେଲ ବୃକ୍ଷ । ଏହି ବେଲ ଗଛ ରେ ଅନେକ ଦେବା ଦେବୀ ବାସ କରିଥାନ୍ତି । ଯେଉଁମାନେ ଭଗବାନ ଶିବ ଙ୍କୁ ବେଲପତ୍ର ଓ ଜଳ ଅର୍ପଣ କରିଥାନ୍ତି । ତାଙ୍କ ଉପରେ ଶିବ ଙ୍କ ର କୃପା ସବୁବେଳେ ରହିଥାଏ । ଭଗବାନ ଶିବ ଙ୍କୁ ବେଲ ପତ୍ର ଅର୍ପଣ କରିବା ଦ୍ୱାରା ଆପଣଙ୍କ ର ସମସ୍ତ ପ୍ରକାର ଦାରିଦ୍ର୍ୟତା ଦୂର ହୋଇଥାଏ । ଏହା ସହିତ ବ୍ୟକ୍ତି ସୌଭାଗ୍ୟଶାଳୀ ମଧ୍ୟ ହୋଇଥାଏ ।

କେବଳ ଏତିକି ନୁହେଁ ଯେଉଁ ବ୍ୟକ୍ତି ଙ୍କ ର ବାହାଘର ହୋଇପାରୁ ନାହିଁ ସେ ଭଗବାନ ଶିବ ଙ୍କୁ ଜଳ ଓ ବେଲପତ୍ର ଚଢାଇଲେ ତାଙ୍କର ବିବାହ ବହୁତ ଶୀଘ୍ର ହୋଇଯାଇଥାଏ ଏବଂ ତାଙ୍କୁ ବହୁତ ଭଲ ଜୀବନ ସାଥି ମିଳିଥାଏ । ଆହୁରି କେତେକ ଲୋକ ମହାଶିବରାତ୍ରି ଦିନ ବ୍ରତ ମଧ୍ୟ ରଖିଥାନ୍ତି ସେମାନେ ଏହି ଦିନ କେବଳ ଫଳ ଓ କ୍ଷୀର ସେବନ କରିଥାନ୍ତି ଏହା ଦ୍ବାରା ସେମାନଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ । ତେଣୁ ଆପଣ ମଧ୍ୟ ଏହି ବ୍ରତ କରିପାରିବେ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

Leave a Reply

Your email address will not be published. Required fields are marked *