ପବିତ୍ର ରଜ ସଙ୍କ୍ରାନ୍ତି ରେ ଭୁଲ ବି କରନ୍ତୁ ନାହିଁ ଏହି ୫ ଟି କାମ, ନଚେତ ମାଡୋୟ ଆସିବ ଦାରିଦ୍ର୍ୟତା- Astro Tips

ବନ୍ଧୁଗଣ, ରଜପର୍ବ କୁ ଆମ ଓଡିଶାରେ ବିଶେଷ ମହତ୍ଵପୂର୍ଣ୍ଣ ପର୍ବ ଭାବରେ ପାଳନ କରାଯାଇଥାଏ । ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ବୁଲ ରହିଅଛି ଯାହାକୁ କୁଆଁରୀ ଝିଅ ତଥା ବିବାହିତା ନାରୀମାନେ କରିବା ଉଚିତ ନୁହେଁ । ବନ୍ଧୁଗଣ ମିଥୁନ ସଙ୍କ୍ରାନ୍ତି ଠାରୁ ବର୍ଷା ଋତୁର ଆଗମନ ହୋଇଥାଏ । ଏହି ମିଥୁନ ସଙ୍କ୍ରାନ୍ତି ର ୩ ଦିନ କୁ ରଜ ଭାବରେ ପାଳନ କରାଯାଇଥାଏ ।

ପ୍ରଥମ ଦିନ କୁ ପହିଲି ରଜ, ଦ୍ଵିତୀୟ ଦିନକୁ ମିଥୁନ ସଙ୍କ୍ରାନ୍ତି ଅଥବା ରଜ ସଙ୍କ୍ରାନ୍ତି, ଏବଂ ୩ ୟ ଦିନକୁ ଭୂମିଦାହ ଭାବେ ପାଳନ କରାଯାଇଥାଏ । ବନ୍ଧୁଗଣ ଏହି ୩ ଦିନ କୁ କୁଆଁରୀ ଝିଅ ମାନେ ନିଜର ଆଗାମୀ ବିବାହିତ ଜୀବନର ମଙ୍ଗଳ କାମନା ନିମନ୍ତେ ପାଳନ କରିଥିବା ବେଳେ, ବିବାହିତା ନାରୀ ମାନେ ନିଜର ସନ୍ତାନ କାମନା କରି ପାଳନ କରିଥାନ୍ତି ।

ମାତ୍ର ଏହି ପର୍ବ ରେ କରିଥିବା କେତୋଟି ଭୁଲ ସେମାନଙ୍କ ମନସ୍କାମନା କୁ ପୂର୍ଣ୍ଣ କରିବାରେ ବାଧା ସୃଷ୍ଟି କରାଇଥାଏ । ଆସନ୍ତୁ ଜାଣିବା ସେହିବ ସବୁ ଭୁଲ କାର୍ଯ୍ୟ ସମ୍ବନ୍ଧରେ ଯାହା ସବୁ ରଜ ରେ କରିବା କଥା ନୁହେଁ । ବନ୍ଧୁଗଣ, ପୌରାଣିକ କଥା ଅନୁସାରେ ବସୁମତୀ ମାତା ଏହି ୩ ଦିନ ରଜବତୀ ହୋଇଥାନ୍ତି । ଏଥିପାଇଁ ୪ ର୍ଥ ଦିନ ବସୁମତୀ ସ୍ନାନ ଅଥବା ଭୂ-ସ୍ନାନ ଭାବରେ ପାଳନ କରାଯାଇଥାଏ ।

୧- ବନ୍ଧୁଗଣ ପ୍ରଥା ଏବଂ ଶାସ୍ତ୍ର ଅନୁସାରେ ଧରିତ୍ରି ମାତାଙ୍କର ମାସିକ ଧର୍ମ ପ୍ପାଳନ କରୁଥିବା ଏହି କୁଆଁରୀ ଝିଅ ମାନଙ୍କୁ ୩ ଦିନ ପର୍ଯ୍ୟନ୍ତ ମନ୍ଦିରକୁ ଯିବା ଉଚିତ ନୁହେଁ ।

୨- ବନ୍ଧୁଗଣ ରଜ ର ୩ ଦିନ ପର୍ଯ୍ୟନ୍ତ ଝିଅ ମାନଙ୍କୁ ରନ୍ଧାଯାଇଥିବା ଖାଦ୍ୟ ବାରଣ ହୋଇଥାଏ ।

୩- ବନ୍ଧୁଗଣ ପବିତ୍ର ରଜ ସମସ୍ତ ମହିଳା ଙ୍କୁ ଅର୍ପଣ କରାଯାଇଥିବା ବେଳେ, କୌଣସି ପ୍ରକାରର କାର୍ଯ୍ୟ କରିବାକୁ ମହିଳା ତଥା ନାରୀ ମାନଙ୍କୁ ବର୍ଜିତ କରାଯାଇଅଛି ।

୪- ଏହା ବ୍ୟତୀତ ଖାଲି ପାଦରେ ବସୁଧା ମାତାଙ୍କ ଉପରେ ଚାଲିବା ତଥା ବସୁଧା ମାତାଙ୍କୁ କ୍ଷତ ପହଞ୍ଚାଇବା ଅମଙ୍ଗଳ ହୋଇଥାଏ । କାରଣ ୩ ଦିନ ପର୍ଯ୍ୟନ୍ତ ରଜବତ୍ତୀ ହୋଇଥିବା ବସୁଧା ମାତା କଷ୍ଟ ତଥା ଯନ୍ତ୍ରଣା ରେ ଥିବା ବେଳେ, ତାଙ୍କୁ କ୍ଷତ ପହଞ୍ଚାଇବା ନାରୀ ମାନଙ୍କ ପକ୍ଷେ ଅମଙ୍ଗଳ ହୋଇଥାଏ । ଏଣୁ ଖାଲି ପାଦରେ ଝିଅ ମାନେ ଚାଲିବା ତଥା ବସୁଧା ମାତାଙ୍କୁ କୌଣସି ପ୍ରକାରର କ୍ଷତ ପହଞ୍ଚାଇବା ବାରଣ କରାଯାଇଥାଏ ।

୫- ଏହାପରେ ଶାସ୍ତ୍ର ରେ ଉଲ୍ଲେଖ ରହିଅଛି ଯେ, କୌଣସି କ୍ଷେତ୍ରରେ ଝିଅ ମାନଙ୍କୁ ଧାରୁଆ ଶସ୍ତ୍ର ର ବ୍ୟବହାର କରିବା ଅନୁଚିତ ହୋଇଥାଏ । ବନ୍ଧୁଗଣ ଶାସ୍ତ୍ର ମାନଙ୍କରେ ଉଲ୍ଲେଖ ରହିଅଛି ଯେ, କୌଣସି ଧାରୁଆ ଅସ୍ତ୍ର ର ବ୍ୟବହାର କରିବା ଏହି ୩ ଦିନ ଦାରିଦ୍ର୍ୟତାକୁ ବୃଦ୍ଧି କରିଥାଏ । ବନ୍ଧୁଗଣ ଭୂଲରେ ମଧ୍ୟ ଏହିସବୁ କାର୍ଯ୍ୟ ରଜରେ କରନ୍ତୁ ନାହିଁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ଟିପ୍ପଣୀ ଟି ଯଦି ଭଲ ଲାଗିଥାଏ ତେବେ, ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *