୫୦ଟି ଅଣ୍ଡା ଖାଇବାର ସର୍ତ୍ତ ହେଲା ମୃତ୍ୟୁ ର କାରଣ, ବ୍ୟକ୍ତି ୪୨ଟି ଅଣ୍ଡା ଖାଇବା ପରେ…

ଆବଶ୍ୟକତା ଠାରୁ କିଛି ବି ଅଧିକ ଖାଇବା ହାନିକାରକ ଅଟେ, ଏହାର ଉଦାହରଣ ଉତ୍ତର ପ୍ରଦେଶ ଜୋନପୁର ରେ ଲୋକ ଦେଖିବାକୁ ପାଇଛନ୍ତି । ଏଠାର ଜଣେ ବ୍ୟକ୍ତି ମଜା ମଜାରେ ୫୦ଅଣ୍ଡା ଖାଇବା ପାଇଁ ସର୍ତ୍ତ ଲଗାଇଲେ, କିନ୍ତୁ ଏହି ସର୍ତ୍ତ ତାଙ୍କ ମୃତ୍ୟୁର କାରଣ ହୋଇଗଲା । ଏହି ଘଟଣା ବିବିଗଞ୍ଜ ବାଜର ର ଅଟେ । କୁହାଯାଉଛି ଯେ ଯେଉଁ ଲୋକର ମୃତ୍ୟୁ ହେଲା ତାଙ୍କ ନା ସୁଭାଷ ଯାଦବ ଅଟେ ଏବଂ ସେ ଶାହଗଞ୍ଜ ପୋଲିସ ଥାନା କ୍ଷତ୍ର ର ଧୋରହରା ଗାଁର ନିବାସୀ ଅଟନ୍ତି ।

ଶୁକ୍ରବାର ଦିନ ସୁଭାଷ ନିଜ ଜଣେ ସାଙ୍ଗ ସହ ବିବିଗଞ୍ଜ ବଜାର ରେ ଅଣ୍ଡା ଖାଇବା ପାଇଁ ଯାଇଥିଲେ, ସେଠାରେ ଚର୍ଚା ହେଲାଯେ କିଏ କେତେ ଅଣ୍ଡା ଖାଇ ପାରିବ ଓ ଏହା ପରେ ଚର୍ଚା ସର୍ତ୍ତରେ ପାଲଟି ଗଲା ।

ଦୁହିଙ୍କ ମଧ୍ୟରେ ସର୍ତ୍ତ ଲାଗିଲା ଯେ ଯିଏ ୫୦ଅଣ୍ଡା ଓ ଗୋଟେ ବୋତଲ ମଦ ପି ଦବ ତାକୁ ଉପହାରରେ ୨୦୦୦ଟଙ୍କା ଦିଆ ଯିବ । ଏହା ପରେ ସର୍ତ୍ତ ଅନୁଯାଇ ସୁଭାଷ ଅଣ୍ଡା ଖାଇବା ଆରମ୍ଭ କଲେ, ୪୧ଟା ଅଣ୍ଡା ସେ ଆରାମରେ ଖାଇଲେ କିନ୍ତୁ ୪୨ଅଣ୍ଡାରେ ସୁଭାଷ ବେହୋସ ହୋଇ ଗଳି ପଡିଲେ ।

ଏହା ପରେ ସ୍ଥାନୀୟ ଲୋକେ ତାଙ୍କ ତୁରନ୍ତ ଜିଲ୍ଲା ହସ୍ପିଟାଲ ନେଇ ଗଲେ, କିନ୍ତୁ ଅବସ୍ତା ଖରାପ ଦେଖି ଡକ୍ଟର ଲଖନୌ ର ସଂଜୟ ଗାଂଧୀ ସ୍ନାତକୋତ୍ତର ଆୟୁର୍ୱିଜ୍ଞାନ ସଂସ୍ଥାନ ରେଫର କରି ଦେଲେ, ଯେଉଁଠି ସୁଭାଷଙ୍କ ଚିକିତ୍ସା ସମୟରେ ମୃତ୍ୟୁ ହୋଇ ଗଲା ।

ମିଡିଆ ରିପୋର୍ଟ ଅନୁଯାଇ ଏହି ବର୍ଷ ସୁଭାଷ ଦ୍ଵିତୀୟ ବିବାହ କରିଥିଲେ, ତାଙ୍କ ପ୍ରଥମ ପତ୍ନୀଙ୍କର ଚାରୋଟି ଝିଅ ଅଛନ୍ତି ଓ ପୁଅ ପାଇଁ ସେ ଦ୍ଵିତୀୟ ବିବାହ କରିଥିଲେ । ତାଙ୍କ ଦ୍ଵିତୀୟ ସ୍ତ୍ରୀ ଗର୍ଭବତୀ ଅଛନ୍ତି, କିନ୍ତୁ ସୁଭାଷଙ୍କ ମୃତ୍ୟୁ ଘର ଲୋକଙ୍କୁ ସଦମା ଦେଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *