ଦେଖନ୍ତୁ Live Video: ପକେଟ ଭିତରେ ଜଳିଲା ମୋବାଇଲ ଫୋନ, CCTV ରେ ରେକର୍ଡ ହେଇଗଲା ଏହି ଭୟାନକ ଘଟଣା

ଆପଣମାନେ ମୋବାଇଲ ବ୍ଳାଷ୍ଟ ହୁଏ ବୋଲି ଶୁଣିଥିବେ କିମ୍ବା ଦେଖି ଥିବେ । କେତେକ ଲୋକମାନେ କୁହନ୍ତି କି ସେମାନେ ମୋବାଇଲକୁ ଚାର୍ଜରେ ଦେଇଥିଲେ ଓ ସେହି ସମୟରେ ତାଙ୍କର ମୋବାଇଲ ଫାଟି ଗଲା । ଆଉ କେତେକ କ୍ଷେତ୍ରରେ ଦେଖା ଯାଇଛି କି ମୋବାଇଲକୁ ଚାର୍ଜରରେ ଲଗାଇ ଲୋକମାନେ କଥା ହୁଅନ୍ତି ଓ ସେହି ସମୟରେ ମୋବାଇଲ ଫାଟିଥାଏ ।

ଏହିଭଳି ବହୁତ ମାମଲା ସାମ୍ନାକୁ ଆସିଛି । କିନ୍ତୁ ଏହି ସବୁ ମାମଲା କେତେ ଦୂର ସତ ଏହା ବିଷୟରେ କେହି ବି ଜାଣି ନାହାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଘଟଣା ବିଷୟରେ କହିବୁ ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ଯେମିତି କି ଆପଣ ଫଟୋରେ ଦେଖି ପାରୁଥିବେ କି ଅଚାନକ ଏହି ବ୍ୟକ୍ତିର ପକେଟରେ ଥିବା ମୋବାଇଲ ଫାଟି ଗଲା ଓ ସେଥିରୁ ଧୂଆଁ ମଧ୍ୟ ବାହାରିଲା । କିନ୍ତୁ ନିଜର ବୁଦ୍ଧି ଖଟାଇ ସେହି ବ୍ୟକ୍ତି ଜଣକ ନିଜ ପକେଟରୁ ମୋବାଇଲକୁ ବାହାର କରି ତାକୁ ବାହାରେ ଫୋପାଡି ଦେଲେ । ପକେଟରୁ ମୋବାଇଲ ବାହାର କରି ଦେବା କାରଣରୁ ସେହି ବ୍ୟକ୍ତି ଜଣଙ୍କ ଅଳ୍ପକେ ବଞ୍ଚି ଗଲେ । ନଚେତ ମୋବାଇଲ ଯଦି ବ୍ଳାଷ୍ଟ ହୋଇଥାନ୍ତା ତେବେ ବ୍ୟକ୍ତି ଜଣଙ୍କ ଜୀବନ ଯିବା ସୁନିଶ୍ଚିତ ଥିଲା ।

ଗୁଜୁରାଟର ସୁରଟର ରାଧନପୁର ସହରରେ ଏହି ଘଟଣା ଘଟିଛି । କହିବାକୁ ଗଲେ ବର୍ତ୍ତମାନ ଏହି ଘଟଣାର ସିସିଟିଭି ଫୁଟେଜ ବର୍ତ୍ତମାନ ପୁରା ସୋସିଆଲ ମିଡିଆରେ ଘୁରି ବୁଲୁଛି । ଗୋଟିଏ ମୋଟର ଗ୍ୟାରେଜରେ ଏହି ବ୍ୟକ୍ତି ଜଣକ ଦୋକାନୀଙ୍କ ସହ କଥାବାର୍ତ୍ତା ହେଉଥିଲା । ଏହି ସମୟରେ ଅଚାନକ ସେହି ବ୍ୟକ୍ତିର ସାମ୍ନା ପକେଟରେ ଥିବା ମୋବାଇଲ ଫୋନରୁ ଧୂଆଁ ବାହାରିଲା । ନିଜ ମୋବାଇଲରୁ ଧୂଆଁ ବାହାରୁଥିବାର ଦେଖି ବ୍ୟକ୍ତି ଜଣକ ନିଜ ପକେଟରୁ ମୋବାଇଲକୁ ବାହାରକୁ ଫିଙ୍ଗି ଦେଲେ ।

ଆଖପାଖରେ ଥିବା ଲୋକମାନେ ମୋବାଇଲରୁ ଧୂଆଁ ବାହାରୁଥିବାର ଦେଖି ଭୟଭୀତ ହୋଇଗଲେ । ସେଠିକାର କର୍ମଚାରୀମାନେ ଏହି ମୋବାଇଲକୁ ଗୋଡରେ ଗୋଇଠା ମାରି ମାରି ପୁରା ବାହାରକୁ ନେଇ ଗଲେ । ଏହା ପରେ ମୋବାଇଲ ବ୍ଳାଷ୍ଟ ହୋଇଥିଲା ।

ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରେ ଏହି ପୁରା ଘଟଣା କଏଦ ହୋଇଛି । କହିବାକୁ ଗଲେ ସଠିକ ସମୟରେ ନିଜ ପକେଟରୁ ମୋବାଇଲ ବାହାର କରି ଦେଇ ଥିବାରୁ କାହାର କିଛି କ୍ଷତି ହୋଇ ନାହିଁ । କହିଦେଉଛୁ କି ସେହି ବ୍ୟକ୍ତି ଙ୍କ ନାଁ ରାମ ଚନ୍ଦ୍ର ଠାକୁର ଅଟେ । କିନ୍ତୁ ଏହି ମୋବାଇଲ କେଉଁ କମ୍ପାନୀର ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ନାହିଁ ।

Leave a Reply

Your email address will not be published. Required fields are marked *