ପାକିସ୍ତାନୀଙ୍କ ତାଲିବାନ ପ୍ରେମ, Live ଶୋ ରେ ଏମିତି କଲେ ତାଲିବାନଙ୍କୁ ସପୋର୍ଟ…. ଦେଖନ୍ତୁ Video

ବର୍ତ୍ତମାନ ସମୟରେ ଆଫଗାନିସ୍ତାନରେ ତାଲିବାନ ରାଜ କରୁଛି ଓ ତାଲିବାନର କ୍ରୂର ରୂପ ବିଷୟରେ ସମସ୍ତେ ଭଲ ଭାବରେ ଜାଣିଛନ୍ତି । ଯଦି ମହିଳାଙ୍କ ଉପରେ ଅତ୍ୟାଚାର କଥା କହିବା ତେବେ ଏହା ସବୁ ସୀମା ପାର କରି ଦେଇଛି । କିନ୍ତୁ ତାଲିବାନର ଏହି ସମସ୍ତ ଖରାପ ଗୁଣକୁ ଦୁନିଆ ଆଗରେ ପାକିସ୍ତାନ ଭଲ ବୋଲି କହୁଛି । ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି । ପାକିସ୍ତାନର ଜଣେ ମହିଳା ଆଙ୍କରକୁ ତାଲିବାନର ଏହି ସମସ୍ତ ନିୟମ ଖୁବ ପସନ୍ଦ ଆସୁଛି ।

ସାରା ବିଶ୍ଵ ଯେତେବେଳେ ମହିଳାଙ୍କ ଏହି ବୁର୍ଖାକୁ ବିରୁଦ୍ଧ କରୁଛି ସେହି ସମୟରେ ତାଲିବାନ ବୁର୍ଖାର ଆଇନକୁ ଲାଗୁ କରିଛି ଓ ଏହି ମହିଳା ଆଙ୍କର ଏହି ବୁର୍ଖାକୁ ସମର୍ଥନ କରୁଥିବାର ନଜର ଆସୁଛି । ସେ ଲାଇଭ ଟିଭିରେ ବୃଖା ପିନ୍ଧୁଛନ୍ତି ।

ସାରା ବିଶ୍ଵ ତାଲିବାନ ଓ ତାର ଶାସନକୁ ବିରୁଦ୍ଧ କରୁଥିବା ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ତାଲିବାନ ଶାସନକୁ ସମର୍ଥନ କରୁଛନ୍ତି । ସବୁଦିନ ତାଲିବାନ ସମ୍ବନ୍ଧରେ ନୂଆ ନୂଆ ବୟାନ ଦେଇ ତାଲିବାନର ପ୍ରଶଂସାର ସିଢି କରି ଦେଉଛନ୍ତି । ଏତିକି ନୁହେଁ ପାକିସ୍ତାନର ମିଡିଆ ବି ତାଲିବାନ ସପକ୍ଷରେ କହୁଛନ୍ତି । ଯାହାର ଉଦାହାରଣ ଦେଇଛନ୍ତି ପାକିସ୍ତାନ ଏକ ନ୍ୟୁଜ ଚ୍ୟାନେଲର ଆଙ୍କର କିରନ ରାଜ । ଲାଇଭ ଚାଲିଥିବା ସାମ୍ନାରେ ସେ ଟିଭିରେ ଏକ ହାଇ ଡ୍ରାମା ଆରମ୍ଭ କରି ଦେଇଥିଲେ ।

ସେ ପ୍ରଥମେ ତାଲିବାନର ସମର୍ଥନ କରୁଥିବାର ନଜର ଆସିଲେ । ଏହା ମହିଳା ଜଣକ ସୁରକ୍ଷା ବିରୁଦ୍ଧରେ ଯାଇ ଏହିଭଳି ଡ୍ରାମା କରିଛନ୍ତି । କିରନଙ୍କ ଏହି କାରନାମା ପଛରେ ଜଣେ ପ୍ରୋଫେସର ବି ନିଜର ମନ୍ତବ୍ୟ ଦେଇଛନ୍ତି । ସେ ଏହି ଲାଇଭ ଟିଭିରେ ଡିବେଟରେ ବସିଥିଲେ । ଏହି ପାକିସ୍ତାନୀ ପ୍ରଫୋସର ତାଲିବାନର ହିଜାବ ନିୟମକୁ କଡାକଡି ବିରୁଦ୍ଧ କରି ନିଜର ମନ୍ତବ୍ୟ ଦେଇଥିଲେ । ସେ କହିଲେ କି ୪୭ ବର୍ଷ ତଳେ କୌଣସି ବି ମହିଳାଙ୍କୁ ବୁର୍ଖାରେ ଦେଖିବା ସହଜ ନ ଥିଲା ।

କିନ୍ତୁ ବର୍ତ୍ତମାନ ହିଜାବ ଓ ବୁର୍ଖା ଗୋଟିଏ ସମାନ ହୋଇ ଯାଇଛି । ବୁର୍ଖା ଓ ହିଜାବ ପିନ୍ଧିବା କାରଣରୁ କ୍ଳାସରେ ପିଲାମାନଙ୍କର ଏକ୍ଟିବିଟି କମ ହୋଇ ଯାଇଛି । ବୁର୍ଖା ଓ ହିଜାବ ପିନ୍ଧିବା କାରଣରୁ କିଏ କେତେବେଳେ କ୍ଳାସ କରୁଛ ନା ନାହିଁ ଏହା ଜଣା ପଡୁ ନାହିଁ । ଏହି ସବୁ କଥା ଶୁଣିବା ପରେ ପାକିସ୍ତାନ ଆଙ୍କର ଚିତ୍କାର କରି ଉଠିଥିଲେ । ଏହା ପରେ ଅଚାନକ ଲାଇଭ ଟିଭିରେ ସେ ସମସ୍ତଙ୍କ ସାମ୍ନାରେ ହିଜାବ ପିନ୍ଧିଥିଲେ ।

ହିଜାବ ପିନ୍ଧିବା ପରେ ମୋର ଚିନ୍ତାଧାରା ତ ବଦଳି ଯାଉ ନାହିଁ ବୋଲି ମଧ୍ୟ ଯୁକ୍ତି ବାଢିଥିଲେ । ଏହା ପରେ ସମସ୍ତଙ୍କୁ ହିଜାବ ଓ ବୁର୍ଖା ଉପରେ ଜ୍ଞାନ ଦେଇଥିଲେ । ବର୍ତ୍ତମାନ କିରନ ରାଜର ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଏହି ନ୍ୟୁଜ ରିପୋର୍ଟର ପ୍ରାୟତଃ ସମୟରେ ବିଭିନ୍ନ ପ୍ରକାରର ଯୁକ୍ତି କରି ଚର୍ଚାରେ ରହିଥାନ୍ତି । ସେ ଭାରତ ବିରୁଦ୍ଧରେ ଆଙ୍କରିଙ୍କ କରିବା ପାଇଁ ବି ସେ ବହୁତ ପରିଚିତ ଅଟନ୍ତି ।

Leave a Reply

Your email address will not be published. Required fields are marked *